ରାଜଧାନୀ ଡ୍ରେନରେ ଛାତ୍ର ଭାସିବା ଘଟଣା: ୧୯ ଘଣ୍ଟାର ଅପ୍‌ରେସନ, ମିଳିଲା ଶବ

September 20, 2021, ଓଡ଼ିଶା, , Anupambharat News Bureau


ରାଜଧାନୀ ଡ୍ରେନରେ ଛାତ୍ର ଭାସିବା ଘଟଣା:  ୧୯ ଘଣ୍ଟାର ଅପ୍‌ରେସନ, ମିଳିଲା ଶବ
Anupambharat News Bureau
September 20, 2021


ଭୁବନେଶ୍ୱର, ୨୦ା୯(ଅନୁପମ ମିଡ଼ିଆ): ରାଜଧାନୀ ଭୁବନେଶ୍ୱରରେ ପାଣି ସୁଅରେ ଭାସି ଯାଇଥିବା ଦଶମ ଶ୍ରେଣୀର ଛାତ୍ରଙ୍କର ମୃତଦେହ ସୋମବାର ସକାଳେ ମିଳିଛି । ସେ ଜ୍ୟୋତିପ୍ରକାଶ ବେହେରା ଓରଫ୍‌ ରାଜା ବୋଲି ତାଙ୍କର ପରିବାର ବର୍ଗ ଚିହ୍ନଟ କରିଥିବା ଜଣାଯାଇଛି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ଗତ କାଲି ମୁକୁଳା ଡ୍ରେନରେ ଭାସିଯାଇ ସେ ନିଖୋଜ ଥିଲେ । । ପ୍ରବଳ ବର୍ଷା ପରେ ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡ଼ିଯିବାରୁ ଭାସି ଯାଇଥିଲେ । ପାଣି ସୁଅରେ ଭାସିଯାଇ ମୃତୁ୍ୟବରଣ କରିଥିବା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ପରିବାର ପାଇଁ ଚାରି ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ରିଲିଫ୍‌ କୋଡ୍‌ ଅନୁସାରେ ଜ୍ୟୋତିପ୍ରକାଶଙ୍କ ପରିବାରବର୍ଗକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।
ସୂଚନାଯୋଗ୍ୟ, ୧୯ ଘଣ୍ଟାର ଅପରେସନ ପରେ ପଞ୍ଚସଖା ନଗର ମୁଖ୍ୟ ଡ୍ରେନ୍‌ ନିକଟ ବୁଦା ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି । ଏହାପରେ ପୋଷ୍ଟମର୍ଟମ ପାଇଁ ଭୁବନେଶ୍ୱରର ଏମ୍ସ ହସ୍ପିଟାଲକୁ ନିଆଯାଇଛି । ସେଠାରୁ ମୃତଦେହକୁ ଜ୍ୟୋତିଙ୍କ ଘରକୁ ନିଆଯିବାପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଗତକାଲି ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ଟିଉସନ୍‌ ଯିବା ବେଳେ ମୁକୁଳା ଡ୍ରେନରେ ଭାସିଯାଇ ନିଖୋଜ ଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନଶମ ବାହିନୀ ସହ ସ୍ଥାନୀୟ ଲୋକମାନେ ମଧ୍ୟ ଉଦ୍ୟମ ଜାରୀ ରଖିଥିଲେ । ତେବେ ରାତି ସୁଦ୍ଧା ତାଙ୍କର କୌଣସି ପତା ନମିଳିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଥିଲା । ସୋମବାର ସକାଳେ ପୁଣି ଖୋଜାଖାଜି କରିବା ପରେ ପଞ୍ଚସଖା ନଗର ମୁଖ୍ୟ ଡ୍ରେନ୍‌ ନିକଟ ବୁଦା ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା । ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଅନ୍ୟପକ୍ଷେ ଆଜି ଛାତ୍ର ଜଣଙ୍କର ମୃତଦେହ ମିଳିବା ଘଟଣା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଭୁବନେଶ୍ୱର ମହାନଗର ନିଗମ ଓ ସେ୍ୱରେଜ ବୋର୍ଡ ବିରୁଦ୍ଧରେ ଏତଲା ଦେଇଛନ୍ତି ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ କହିଛନ୍ତି ଭୁବନେଶ୍ୱରକୁ ଗତ ୫-୬ ବର୍ଷ ହେବ ସ୍ମାର୍ଟ ସିଟି ଘୋଷଣା କରାଯାଇଛି । ଏଥିପାଇଁ ଭୁବନେଶ୍ୱର ସହର ପୁରସ୍କୃତ ମଧ୍ୟ ହୋଇଛି । କି;ୁ ଏଠି ସ୍ମାର୍ଟସିଟି ନାଁରେ ବିଭିନ୍ନ ସରକାରୀ ସଂସ୍ଥା ନିମ୍ନମାନର କାମ କରି ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି । ଛୋଟ ପିଲା କି ଲୋକ ପାଣି ସ୍ରୋତରେ ଡ୍ରେନରେ ଭାସିଯାଇ ପ୍ରାଣ ହରାଇବା କିଛି ନୂଆ ଘଟଣା ନୁହେଁ । ଏଥିପୂର୍ବରୁ ଗତ ୬ବର୍ଷ ଭିତରେ ସମାନ ପ୍ରକାର ବହୁ ଘଟଣା ଘଟିସାରିଛି । କି;ୁ ସର୍ବୋପରି ମହାନଗର ନିଗମ ଓ ସେ୍ୱରେଜ ବୋର୍ଡ ଚୁପ ବସିଛି । ଜିଲ୍ଲା କଂଗ୍ରେସ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅସମ୍ପୂର୍ଣ୍ଣ ଓ ଖୋଲା ଡ୍ରେନର ତୁରନ୍ତ ମରାମତି ନକଲେ ପରିସ୍ଥିତି ଭୟାବହ ହେବ ବୋଲି ଦାଶ ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରଦେଶ କଂଗ୍ରେସ ସମ୍ପାଦକ ସୁବ୍ରତ ମହାପାତ୍ରଙ୍କ ସମେତ ରଶ୍ମି ମହାପାତ୍ର, ଅଶୋକ ଦାସ, ଜୟକୃଷ୍ଣ ସୁବୁଦ୍ଧି, ସେକ୍‌ ଆଫତାବ ଅଲ୍ଳୀ, ସଂଜୀବ ମହାନ୍ତି, ଦେବରାଜ ମିଶ୍ର, ଶ୍ରୀଧର ବଳିଆରସିଂ, କୁସୁମ ପ୍ରଧାନ, ଶୁଭଦ୍ରା ମିଶ୍ର, ମନୋଜ ସାହୁ, ସୁବ୍ରତ ସେନାପତି, ଶୁଭ୍ରଜ୍ୟୋତି ଲେଙ୍କା, ସେକ ନିୟାଜୁଲ ଇସଲାମ ଓ ଦେବଦତ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ବିଏମସି ଅଫିସ୍‌ ଘେରାଉ କରାଯାଇଛି । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ବାବୁସିଂ ଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତାରେ ଧାରଣା ରେ ବସିବା ସହ ଅଫିସ ଭିତରକୁ ଧସେଇ ପଶିବାକୁ
ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇ ଥିଲା । ପୋଲିସ ଅନେକ କର୍ମୀ ଙ୍କୁ ଗିରଫ କରିଥିଲା । ଏହି ଅବସରରେ ଜିଲ୍ଲା ସଭାପତି ବାବୁସିଂ ଦାବି କରିଛନ୍ତି ଯେ ଏହି ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରିବା ସହ ଜ୍ୟୋତିପ୍ରକାଶ ଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉ । ସ୍ମାର୍ଟ ସିଟିରେ ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନର ପାରିବାପଣିଆକୁ ପୁଣିଥରେ ପଦାରେ ପକାଇଛି । ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏମସିକୁ ଏକ ହଜାର କୋଟି ପ୍ରଦାନ କରିଥିଲେ ଡ୍ରେନେଜ୍‌ ସମସ୍ୟା ସମାଧାନ କରିବାକୁ । ମାତ୍ର ସେଭଳି କିଛି ହେଲାନାହିଁ । ଅପରପକ୍ଷରେ ଏଭଳି ସ୍ପର୍ଶକାତର ଘଟଣାକୁ ବିଜେଡି ନେତା ଦୈବୀଦୁର୍ବିପାକ ବୋଲି କହୁଛନ୍ତି । ଆଉ କେତେ ଜୀବନ ଗଲେ ଭାଙ୍ଗିବ ନିଦ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ବାବୁ ସିଂ । ଏହି ବିକ୍ଷୋଭରେ ରାଜ୍ୟ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଉର୍ମିଳା ମହାପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ର ଉପସଭାପତି କସ୍ତୁରୀ ମିଶ୍ର, ରାଜ୍ୟ ମହିଳା ମୋର୍ଚ୍ଚାର ଇରାନୀ ରାୟ,ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମକବାଟ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସାରା ଦେଶରେ ସ୍କୁଲ ଖୋଲିବା ପ୍ରସଙ୍ଗ: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ସାରା ଦେଶରେ ସ୍କୁଲ ଖୋଲିବା ପ୍ରସଙ୍ଗ: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

Read More...

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page