ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ପ୍ରତିନିଧି : ମହିଳା ସଶକ୍ତିକରଣ ପ୍ରଚେଷ୍ଟାକୁ ପ୍ରଶଂସା

September 21, 2021, ଓଡ଼ିଶା, , Anupambharat News Bureau


ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାତିସଂଘ ପ୍ରତିନିଧି : ମହିଳା ସଶକ୍ତିକରଣ ପ୍ରଚେଷ୍ଟାକୁ ପ୍ରଶଂସା
Anupambharat News Bureau
September 21, 2021


ଭୁବନେଶ୍ୱର, ୨୧ା୯(ଅନୁପମ ମିଡ଼ିଆ): ରାଜ୍ୟର ମହିଳା ଶସକ୍ତିକରଣ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘର ମହିଳା ପ୍ରତିନିଧି ସୁଶାନ ଜେନ ଫରଗୁସନ୍‌ଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ବୈଷୟିକ ଶିକ୍ଷାରେ ସ୍ନାତକ ହାସଲ କରୁଥିବା ପ୍ରତି ୩ ଜଣଙ୍କ ମଧ୍ୟରେ ଯେଭଳି ଜଣେ ମହିଳା ରହିବେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବୈଷୟିକ ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ମହିଳାଙ୍କ ନିଯୁକ୍ତି ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ‘ସୁଦକ୍ଷା’ ଭଳି ଯୋଜନାରେ ମହିଳା ମାନେ ରାଜ୍ୟରେ ଆଇଟିଆଇ ଅଧ୍ୟୟନ କରୁଛନ୍ତି । ଏହି ଯୋଜନାରେ ଫଳରେ ମହିଳାଙ୍କ ଆଇଟିଆଇ ପାଠ୍ୟକ୍ରମରେ ନାମଲେଖା ୬ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି ଘଟିିଛି । ମ୍ୟାନୁଫ୍ୟାକଫରିଂ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ମହିଳାଙ୍କର ଭୂମିକା ଅତି ଉଚ୍ଚକୋଟିର ରହିଛି । ସେମାନଙ୍କୁ ମଧ୍ୟ ଆଗକୁ ରାଜ୍ୟ ସରକାର ସମସ୍ତ ସହାୟତା କରିବେ ବୋଲି ଆଲୋଚନା ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଆଗକୁ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯିବ ।
ଯେଉଁ ମହିଳା ମାନେ ଅଧାରୁ ପାଠପଢା ବନ୍ଦ କରିଛନ୍ତି ସେମାନଙ୍କୁ ଆଉଥରେ ସୁଯୋଗ ଦିଆଯିବ । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ଏହି ଅବସରରେ ଜାତିସଂଘର ମହିଳା ପ୍ରତିନିଧି ଫରଗୁସନ୍‌ ରାଜ୍ୟ ସରକାରଙ୍କ ମହିଳା ଶସକ୍ତିକରଣ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ମିଶନ ଶକ୍ତି ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ରାଜ୍ୟରେ ଗରିବ ହ ୍ରାସ ପାଇଁ ସରକାର କରୁଥିବା ଯୋଜନାକୁ ମଧ୍ୟ ଫରଗୁସନ୍‌ ପ୍ରଶଂସା କରିଛନ୍ତି । ଆଜିର ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଚାରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Read More...

ଶପଥ ନେଲେ ଚଚଣଜିତ ଚନ୍ନି

ଶପଥ ନେଲେ ଚଚଣଜିତ ଚନ୍ନି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page