୨୦୨୨ରୁ ଏନ୍‌ଡିଏରେ ସାମିଲ ହେବେ ମହିଳା :ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ

September 21, 2021, ଦେଶ, , Anupambharat News Bureau


୨୦୨୨ରୁ ଏନ୍‌ଡିଏରେ ସାମିଲ ହେବେ ମହିଳା  :ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ
Anupambharat News Bureau
September 21, 2021


ନୂଆଦିଲ୍ଲୀ, ୨୧ା୯: ଏହା ହେଉଛି ପ୍ରଥମ ବ୍ୟାଚ୍‌ ମହିଳା ଯେଉଁମାନେ ମଇ ୨୦୨୨ରୁ ତିନୋଟି ସେବା ପାଇଁ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପ୍ରବେଶିକା ପରୀକ୍ଷାରେ ସାମିଲ ହେବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଏକ ଆଫିଡେଭିଟ୍‌ ମାଧ୍ୟମରେ କହିଛନ୍ତି ଯେ, ଆସନ୍ତା ବର୍ଷ ମଇ ମାସରୁ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ମହିଳା କ୍ୟାଡେଟ୍‌ ଆଡ଼ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଦୁଇ ସପ୍ତାହ ମଧ୍ୟରେ ସରକାର ଏହାର ଯୋଜନା ଉପସ୍ଥାପନ କରିବେ । ପରବର୍ତ୍ତୀ ଶୁଣାଣି ଆଜି ହେବ ।
ଗତ ୮ରେ ଏହି ମାମଲାର ଶୁଣାଣି ସମୟରେ କେନ୍ଦ୍ର ତରଫରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଐଶ୍ୱର୍ଯ୍ୟା ଭାଟି କୋର୍ଟଙ୍କୁ କହିଛନ୍ତି ଯେ, ବୈଷୟିକ ଅସୁବିଧା ଏବଂ ଭିତ୍ତିଭୂମିରେ ପରିବର୍ତ୍ତନ ଆବଶ୍ୟକତା ହେତୁ ଚଳିତ ବର୍ଷ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ । ଚଳିତ ବର୍ଷ ସ୍ଥିତି ବଜାୟ ରଖିବା ପାଇଁ ସେ ଛାଡ଼ ମାଗିଛନ୍ତି । ଏହି ନିଷ୍ପତ୍ତିକୁ ନେଇ କୋର୍ଟ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସଶସ୍ତ୍ର ବାହିନୀ ପରି ସମ୍ମାନଜନକ ସେବାରେ ମହିଳାଙ୍କ ସମାନ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ।ଅଦ୍ୟାବଧି କେବଳ ବାଳକମାନେ ଏନଡ଼ିଏ ଏବଂ ନାଭାଲ ଏକାଡେମୀରେ ଆଡ଼ମିଶନ ପାଇଛନ୍ତି । କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଏହା କରିବା ସେହି ଯୋଗ୍ୟ ଝିଅ ମାନଙ୍କର ଅଧିକାରର ଉଲ୍ଲଂଘନ, ଯେଉଁମାନେ ସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଚାହୁଁଛନ୍ତି । ଦୁଇ ସପ୍ତାହ ମଧ୍ୟରେ ସରକାର ଏହାର ଯୋଜନା ଉପସ୍ଥାପନ କରିବେ । ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୭, ୨୦୨୦ରେ ସୁପ୍ରିମକୋର୍ଟ ସେନାବାହିନୀରେ କମାଣ୍ଡିଂ କରିଥିବା ମହିଳାମାନଙ୍କୁ ସ୍ଥାୟୀ ଆୟୋଗ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ ଡିଏ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିବା ବେଳେ କହିଛି ଯେ, ଯୁଦ୍ଧ ବ୍ୟତୀତ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସ୍ଥାୟୀ କମିଶନ ଦିଆଯିବା ଉଚିତ୍‌ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆହୁରି ଖସିଲା କରୋନା ଗ୍ରାଫ

ଆହୁରି ଖସିଲା କରୋନା ଗ୍ରାଫ

Read More...

ଚାରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଚାରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page