ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର

May 24, 2019, ଓଡ଼ିଶା, , Anupambharat News Bureau


ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର
Anupambharat News Bureau
May 24, 2019

ଆସିକା,୨୪ା୫(ଅନୁପମ ମିଡ଼ିଆ): ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ତଥା ଚଳିତ ନିର୍ବାଚନରେ ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଜେନାଙ୍କ ବିୟୋଗରେ ନିଜ ଗ୍ରାମ ନୂଆଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଗତ ୨୨ତାରିଖ ରାତିରେ ଅଜଣା ଆତତାୟୀଙ୍କ ଆକ୍ରମଣ ଓ ଗୁଳିମାଡ଼ରେ ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଥିଲା । ବ୍ରହ୍ମପୁର ବଡ଼ମେଡିକାଲ ଓ ପରେ ଭୁବନେଶ୍ୱର ଘରୋଇ ହସ୍‌ପିଟାଲ୍‌ରେ ସେ ଚିକିତ୍ସାଧିନ ଥିଲେ । ଆଜି ଭୋରରୁ ଜେନାଙ୍କ ମୃତୁ୍ୟ ହୋଇଥିଲା । ସମସ୍ତ ଆଇନଗତ ପ୍ରକି୍ରୟା ସହ ଶବ ବ୍ୟବଚ୍ଛେଦ ପରେ ଶୁକ୍ରବାର ସନ୍ଧ୍ୟାରେ ନୂଆଗାଁ ବାସଭବନରେ ତାଙ୍କ ମରଶରୀର ପହଞ୍ଚଥିଲା । ସ୍ୱର୍ଗତ ଜେନାଙ୍କ ବହୁ ସମର୍ଥକ, ଶୁଭେଚ୍ଛୁ ଓ କଂଗ୍ରେସ ଦଳର ସହଯୋଗୀ ମାନେ ପହଞ୍ଚି ମରଶରୀରରେ ପୁଷ୍ପ ଗୁଚ୍ଛ ଦେବା ସହ ଶୋକବ୍ୟକ୍ତ କରିଥିଲେ । ଖବର ଲେଖା ହେବାବେଳକୁ ଗ୍ରାମ ଶ୍ମଶାନରେ ଶବ ସତ୍କାର ପାଇଁ ପରିବାର ପକ୍ଷରୁ ଉଦ୍ୟମ ଚାଲିଛି ।
ଭାରପ୍ରାପ୍ତ ଥାନା ଅଧିକାରୀ ପିତବାସ ଧାରୁଆଙ୍କ ସଂଯୋଜନାରେ ସଶସ୍ତ୍ର ପୋଲିସ ଗ୍ରାମରେ ମୁତୟନ ରହି ପରିସ୍ଥିତି ପ୍ରତି ନଜର ରଖିଥିବା ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନ ମଣ୍ଡଳୀ ସଭାପତି ଅନୀଲ୍‌ କୁମାର ପରିଡ଼ାଙ୍କ ସମେତ ବହୁ ଦଳୀୟ ନେତା ଶୋକ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଜୟ ନାରାୟଣ ହେବେ ବିରୋଧୀଦଳର ନେତା

ଜୟ ନାରାୟଣ ହେବେ ବିରୋଧୀଦଳର ନେତା

Read More...

ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ

ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page