ପୋଲିସର ଟିମ୍‌ ଉପରକୁ ବୋମାମାଡ଼: ଖସିଗଲା ମୋଷ୍ଟ ୱାଣ୍ଟେଡ କୁନା

October 07, 2021, ଓଡ଼ିଶା, , Anupambharat News Bureau


ପୋଲିସର ଟିମ୍‌ ଉପରକୁ ବୋମାମାଡ଼: ଖସିଗଲା ମୋଷ୍ଟ ୱାଣ୍ଟେଡ କୁନା
Anupambharat News Bureau
October 07, 2021


ଦିଗପହଣ୍ଡି,୭ା୧୦(ଅନୁପମ ମିଡ଼ିଆ): ମୋଷ୍ଟ ୱାଣ୍ଟେଡ଼ ତଥା ଜଙ୍ଗଲ କିଙ୍ଗ୍‌ ରୂପେ ପରିଚିତ କୁନା ବେହେରା ଓ ତାର ସହଯୋଗୀ ବୁଧବାର ବିଳମ୍ବିତ ରାତିରେ ପୋଲିସ ଉପରକୁ ବୋମା ମାଡ଼ କରି ଖସି ପଳାଇଛନ୍ତି । ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ ଦିଗପହଣ୍ଡି ଥାନା ଚଢେୟାଗରଦ ଗ୍ରାମ କେରାଣ୍ଡି ମାଳ ପାହାଡ଼ ସଂଲଗ୍ନ ଘଞ୍ଚ ଜଙ୍ଗଲରେ କୁନା ବେହେରା ଓରଫ ଜଡ଼ା ଛପିଥିବା ପୋଲିସକୁ ପMା ସୂଚନା ମିଳିଥିଲା ।
ଏହାପରେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ୱରେ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ରାତିରେ ଦିଗପହଣ୍ଡି ଥାନାରେ ପହଞ୍ଚିଥିଲେ । ରାତି ପ୍ରାୟ ୧୦ ଟାରେ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ସମେତ ବ୍ରହ୍ମପୁର ଗୋଷାଇଁନୂଆଗାଁ , ଗୋଳନ୍ଥରା ଏବଂ କେ. ନୂଆଗାଁ ଥାନା ଅଧିକାରୀଙ୍କ ସମେତ ବିଭିନ୍ନ ଥାନାରୁ ଆସିଥିବା ବଛା ବଛା ଅଧିକାରୀ ଜଙ୍ଗଲ ଅପରେସନରେ ବାହାରି ଥିଲେ । ଭୋର ପ୍ରାୟ ୪ ଟାରେ ଟାମଣା - ମହୁରୀ କାଳୁଆ - ଚଢେୟାଗରଦ ମଧ୍ୟବର୍ତ୍ତୀ ଦୁର୍ଗମ ରାମଗୁଡ଼ା ସଂରକ୍ଷିତ ଜଙ୍ଗଲର ପାହାଡ଼ରେ ପୋଲିସ ଟିମ୍‌ର ପ୍ରମୁଖ ସଦସ୍ୟ ମାନେ କୁନା ବେହେରାଙ୍କ ଆzା ଆଡ଼କୁ ଅଗ୍ରସର ହେଉଥିବା ବେଳେ କୁନା ଏବଂ ତାର ସହଯୋଗୀ ସତର୍କ ହୋଇ ପାହାଡ଼ ଖୋଲରେ ଲୁଚି ଅତର୍କିତ ଗୁଳିଚାଳନା ସହ ବାରମ୍ବାର ବୋମାମାଡ଼ କରି ଖସି ପଳାଇଥିଲେ । ତେବେ ସୌଭାଗ୍ୟ କ୍ରମେ ଜଣେ ବି ପୋଲିସ କର୍ମଚାରୀ ଏଥିରେ ଆହତ ହୋଇନଥିବା ଜଣାପଡଛିି । ଏହାପରେ ପୋଲିସର କୁନାର ଆzାରେ ଚଢାଉ କରି ଦୁଇଟି ବନ୍ଧୁକ, ୧୧ ଟି ଜୀବନ୍ତ ଗୁଳି,୫ ଶହ ଟଙ୍କା ଥିବା ମନି ପର୍ଶ, ପକେଟ ଡାଇରୀ , ମୋବାଇଲ ଫୋନ, ହାତଘଣ୍ଟା, ୨ ଟି ନାଇଟ ଭିଜନ ଚାର୍ଜ ଲାଇଟ୍‌ ସମେତ ସେମାନଙ୍କ ବ୍ୟବହୃତ ବହୁ ସଂଖ୍ୟକ ସରଞ୍ଜାମ ଜବତ କରିଛନ୍ତି । ଆzା ନିକଟରୁ ୫ ରାଉଣ୍ଡ ଖୋକା ସମେତ ଫୁଟିଥିବା ବୋମାର ଟୁକୁରା ପୋଲିସ ସଂଗ୍ରହ କରିଥିବା ସୂଚନା ମିଳିଛି ।
ଆzାରେ ମହଜୁଦ ଥିବା ବହୁ ପରିମାଣର ଚାଉଳ,ଡାଲି, ତେଲ, ଅମୂଲ ସ୍ପ୍ରେ, ମସଲା, ଚିଲି ପାଉଚ୍‌ ସମେତ ସାର୍ଟ ପ୍ୟାଣ୍ଟ ପୋଷାକ , ମଶାରୀ, ପଲିଥିନ୍‌ ପ୍ରଭୃତି ସାମଗ୍ରୀକୁ ପୋଲିସ ଜାଳି ଦେଇଛନ୍ତି । ଏନେଇ ଦିଗପହଣ୍ଡି ଥାନା ମାମଲା ନଂ.୨୬୦/୨୧ ଦଫା - ୨୯୪/୩୫୩/ ୩୦୭/୩୪ ଆଇପିସି ସମେତ ୨୫/୨୭ ଆର୍ମସ ଆକଫ୍‌ ଏବଂ ବିସ୍ପୋରକ ନିୟନ୍ତ୍ରଣ ଆଇନର ଧାରା ୪ ଓ ୫ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରାଯାଇଛି । ଅଭିଯୁକ୍ତ କୁନାଙ୍କ ନାଁରେ ଦିଗପହଣ୍ଡି ,ନୂଆଗାଁ, ଗୋଳନ୍ଥରା , ବ୍ରହ୍ମପୁର ସଦର ଆଦି ଥାନା ମାନଙ୍କରେ ହତ୍ୟା ଉଦ୍ୟମ, ଛିନ୍‌ ତାଇ , ଡକାୟତି, ରାହାଜାନୀ, ଦାଦା ବଟି ଆଦାୟ ପାଇଁ ଧମକ ଭଳି ୨୫ ରୁ ଉର୍ଦ୍ଧ୍ୱ ସଙ୍ଗୀନ ମାମଲା ରହିଥିବା ଚିକିଟି ଏସ ଡି ପି ଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି । ପ୍ରକାଶଥାଉକି ଗତ ୨୦୧୮ ଜୁଲାଇରେ ଦୁର୍ଦ୍ଦାନ୍ତ କୁନାକୁ ପୋଲିସ ଏନ୍‌କାଉଣ୍ଟର କରି ଧରିଥିଲା । ଏହାପରେ ସେ ଜେଲ୍‌ରେ କିଛି ମାସ ରହିବା ପରେ ଜାମିନରେ ଆସି ପୁଣି ତାର କଳା ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅବଦୁଲ ଗୁରୁନାହଙ୍କୁ ସାହିତ୍ୟରେ ନୋବେଲ

ଅବଦୁଲ ଗୁରୁନାହଙ୍କୁ ସାହିତ୍ୟରେ ନୋବେଲ

Read More...

ପ୍ରତ୍ୟେକ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ପ୍ରତ୍ୟେକ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page