କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା : ଜେଲ୍‌ ଗଲେ ଆର୍ଯ୍ୟନ

October 07, 2021, ଦେଶ, , Anupambharat News Bureau


କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା : ଜେଲ୍‌ ଗଲେ ଆର୍ଯ୍ୟନ
Anupambharat News Bureau
October 07, 2021


ନୂଆଦିଲ୍ଲୀ:କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ୧୪ ଅଭିଯୁକ୍ତଙ୍କୁ ମୁମ୍ବାଇର ଏକ କୋର୍ଟ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ତେବେ ଆଜି ଅଭିଯୁକ୍ତଙ୍କୁ ଏନସିବି କାର୍ଯ୍ୟାଳୟରେ ରଖାଯିବ । କୋର୍ଟ କହିଛନ୍ତି ଯେ କୋଭିଡ ରିପୋର୍ଟ ବିନା ଅଭିଯୁକ୍ତଙ୍କୁ ଜେଲ ପଠାଯିବ ନାହିଁ । ସେଥିପାଇଁ ସମସ୍ତଙ୍କୁ ଆଜି ରାତିରେ ଏନସିବି କାର୍ଯ୍ୟାଳୟରେ ରହିବାକୁ ପଡିବ । ଆସନ୍ତାକାଲି ସକାଳ ୧୧ ଟାରେ ଆର୍ଯ୍ୟନ୍‌ ଖାନ୍‌ ଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ହେବ । ପରବର୍ତ୍ତୀ ସମୟରେ ଏହି ମାମଲାଟି ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟ ଦ୍ୱାରା ଶୁଣାଣି କରାଯିବ । ଆଜିର କୋର୍ଟ ଶୁଣାଣି ପରେ ଆର୍ଯ୍ୟନଙ୍କୁ ଏନ୍‌ସିବିର ମୁମ୍ବାଇ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆର୍ଯ୍ୟନଙ୍କ ବେଲ୍‌ ଆବେଦନ ଶୁକ୍ରବାର ଅପରାହ୍ନରେ ହେବ ବୋଲି ଜଣାପଡିଛି । ବିଭିନ୍ନ ମାଦକ ଦ୍ରବ୍ୟ ଜବତ ଘଟଣାରେ ଗତ ୧୧ ତାରିଖ ପର୍ଯ୍ୟନ୍ତ ଆର୍ଯ୍ୟନଙ୍କୁ ହାଜତକୁ ନେବା ପାଇଁ ଏନ୍‌ସିବି ଆବେଦନ କରିଥିଲା । ଇତିମଧ୍ୟରେ ଏନ୍‌ସିବି ପକ୍ଷରୁ ୧୮ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ସମସ୍ତଙ୍କୁ ଜେରା କରାଯାଉଥିବା ସୂଚନାରୁ ଜଣାପଡିଛି । ୮ଜଣ ବ୍ୟକ୍ତିଙ୍କୁ ଇତିମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା, ଯାହାଙ୍କ ରିମାଣ୍ଡ ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ
ଧାର୍ଯ୍ୟ ଥିଲା । ଉଲ୍ଲେଖ୍ୟଯୋଗ୍ୟ ଯେ ଏନସିବିର ଏକ ଟିମ୍‌ ଗତ ୨ ତାରିଖ ସନ୍ଧ୍ୟାରେ ଗୋଆ ଯାଉଥିବା କର୍ଡେଲିଆ କ୍ରୁଜ୍‌ ଜାହାଜ ଉପରେ ଚଢାଉ କରିଥିଲା । ଚଢାଉ ବେଳେ କିଛି ଯାତ୍ରୀଙ୍କ ଠାରୁ ନିଶା ସାମଗ୍ରୀ ଉଦ୍ଧାର କରାଯାଇଥିଲା । ଏହି ମାମଲାରେ ଏନସିବି ଏପର୍ଯ୍ୟନ୍ତ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ଦିଲ୍ଲୀର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ଆୟୋଜକଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଛି । ଆର୍ଯ୍ୟନ ଖାନଙ୍କ ବ୍ୟତୀତ ଅରବାଜ ମର୍ଚାଣ୍ଟ, ମୁନମୁନ ଧାମଚା, ନୁପୁର ସତୀଜା, ଇଶ୍ମିତ ଚାଧା, ମୋହକ ଜୈସୱାଲ, ଗୋମିତ ଚୋପ୍ରା, ବିକ୍ରାନ୍ତ ଚୋକରଙ୍କୁ ଗିରଫ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଭେମ୍ବର ୧୫ରୁ ବିଦେଶୀଙ୍କୁ ଭ୍ରମଣ ଅନୁମତି

ନଭେମ୍ବର ୧୫ରୁ ବିଦେଶୀଙ୍କୁ ଭ୍ରମଣ ଅନୁମତି

Read More...

 ଅବଦୁଲ ଗୁରୁନାହଙ୍କୁ ସାହିତ୍ୟରେ ନୋବେଲ

ଅବଦୁଲ ଗୁରୁନାହଙ୍କୁ ସାହିତ୍ୟରେ ନୋବେଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page