ସ୍କୁଲରେ ଆତଙ୍କବାଦୀ ଆକ୍ରମଣ : ଗୁଳି ମାଡ଼ରେ ଦୁଇ ଶିକ୍ଷକ ନିହତ

October 07, 2021, ଦେଶ, , Anupambharat News Bureau


ସ୍କୁଲରେ ଆତଙ୍କବାଦୀ ଆକ୍ରମଣ : ଗୁଳି ମାଡ଼ରେ ଦୁଇ ଶିକ୍ଷକ ନିହତ
Anupambharat News Bureau
October 07, 2021


ଶ୍ରୀନଗର,୭ା୧୦: ଗତ କିଛି ଦିନରେ ବ୍ୟବଧାନରେ ଜାମ୍ମୁକାଶ୍ମୀରରେ ଆରମ୍ଭ ହୋଇଯାଇଛି ହିଂସାକାଣ୍ଡର କାର୍ଯ୍ୟଧାରା । ସକ୍ରିୟ ହେବାରେ ଲାଗିଛନ୍ତି ପାକ୍‌ ସମର୍ଥିତ ବିଭିନ୍ନ ଆତଙ୍କବାଦୀ ସଂଗଠନ । ଏହାର ଏକ ତାଜା ଦୃଷ୍ଟାନ୍ତ ଆଜିର ଘଟଣାରୁ ସୂଚେଇ ଦେଉଛି । ଏକ ସରକାରୀ ସ୍କୁଲ ଭିତରକୁ ପ୍ରବେଶ କରି ଜନୈକା ମହିଳା ଅଧ୍ୟକ୍ଷା ଓ ଜଣେ ଶିକ୍ଷକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମାତ୍ର ୫ ଦିନ ମଧ୍ୟରେ ଉଗ୍ରପନ୍ଥୀମାନେ ୭ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ଜଣାଯାଇଛି । କାଶ୍ମୀର ଉପତ୍ୟାକା ଏହି ଘଟଣାରୁ ସମ୍ବେଦନଶୀଳକ ରହିଛି । ଜମ୍ମୁ-କାଶ୍ମୀରର ଶ୍ରୀନଗରର ଇଦ୍‌ଘା ଅଞ୍ଚଳରେ ଅବସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷା ସୁପିନ୍ଦର କୌର୍‌ ଓ ଜଣେ ଶିକ୍ଷକ ଦୀପକ ଚାନ୍ଦଙ୍କୁ ବନ୍ଧୁକଧାରୀ ଆତଙ୍କବାଦୀମାନେ ଆଜି ପୂର୍ବାହ୍ନ ୧୧.୧୫ ମିନିଟ୍‌ ସମୟରେ ହଠାତ୍‌ ସ୍କୁଲ୍‌ ମଧ୍ୟକୁ ପ୍ରବେଶ କରି ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । ଅନ୍‌ଲାଇନ କ୍ଲାସ୍‌ ଚାଲିଥିବା ଯୋଗୁଁ ପରବର୍ତ୍ତୀ ଦିନରେ ଶିକ୍ଷାଦାନ ନିମନ୍ତେ ଯୋଜନା କରାଯାଉଥିବା ବେଳେ ଶିକ୍ଷକଙ୍କ ଉପରକୁ ଗୁଳି କରାଯାଇଥିଲା । ତେବେ ଉକ୍ତ ଗୁଳିକାଣ୍ଡ ସମୟରେ ସ୍କୁଲରେ କୌଣସି ଛାତ୍ରଛାତ୍ରୀ ଉପସ୍ଥିତ ନଥିଲେ । ଇତିମଧ୍ୟରେ ଆତଙ୍କବାଦୀଙ୍କ ଏଭଳି ହିଂସାକାଣ୍ଡକୁ ଅଲ୍‌ ପାର୍ଟିଜ୍‌ ଶିଖ୍‌ କୋଡିନେସନ୍‌ କମିଟି (ଏପିଏସ୍‌ସିସି) ପକ୍ଷରୁ ନିନ୍ଦା କରାଯାଇଛି । ଉପତ୍ୟାକା ଅଞ୍ଚଳରେ ସଂଖ୍ୟାଗରିଷ୍ଠ ଓ ସଂଖ୍ୟଲଘୁ ସଂପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଏପିଏସ୍‌ସିସିର ଅଧ୍ୟକ୍ଷ ଜଗମୋହନ ସିଂ ରାଇନା ଏକ ବିବୃତ୍ତିରେ ଜଣାଇଛନ୍ତି । ଯେଉଁ ଶିଖ୍‌ ସଂପ୍ରଦାୟର ଯୁବକମାନେ ସରକାରୀ ବିଭାଗରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ ସୁରକ୍ଷା ନମିଳିବା ପର୍ଯ୍ୟନ୍ତ କର୍ମକ୍ଷେତ୍ର ବର୍ଜନ କରିବେ ବୋଲି ରାଇନା କହିଛନ୍ତି । ପ୍ରଥମେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସୁରକ୍ଷା କଥା ଚିନ୍ତା କରନ୍ତୁ ବୋଲି ମଧ୍ୟ ସେ ଦାବି କରିଛନ୍ତି । ଏପରିସ୍ଥଳେ ସଂଖ୍ୟାଗରିଷ୍ଠ ମୁସଲମାନ ସଂପ୍ରଦାୟର ସଦସ୍ୟମାନେ ହସ୍ତକ୍ଷେପ କରନ୍ତୁ ବୋଲି ସେ ଅବଗତ କରାଇଛନ୍ତି । ଇତିମଧ୍ୟରେ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଧୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ଗତ ପାଞ୍ଚ ଦିନ ହେବେ ଆତଙ୍କୀଙ୍କ ଏଭଳି କାଣ୍ଡ ଯୋଗୁଁ ୭ ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ଘଟଣାକୁ ଗମ୍ଭୀରତାର ସହ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>

Read More...

ନଭେମ୍ବର ୧୫ରୁ ବିଦେଶୀଙ୍କୁ ଭ୍ରମଣ ଅନୁମତି

ନଭେମ୍ବର ୧୫ରୁ ବିଦେଶୀଙ୍କୁ ଭ୍ରମଣ ଅନୁମତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page