୮୦ ବର୍ଷରେ ପାଦ ଦେଲେ ଅମିତାଭ

October 11, 2021, ଦେଶ, , Anupambharat News Bureau


୮୦ ବର୍ଷରେ ପାଦ ଦେଲେ ଅମିତାଭ
Anupambharat News Bureau
October 11, 2021


ମୁମ୍ବାଇ: ‘ବଲିଉଡ୍‌’ର ‘ମେଗାଷ୍ଟାର୍‌’ ଅଭିନେତା ଅମିତାଭ ବଚ୍ଚନ ଆଜି ସ୍ୱକୀୟ ଶୈଳୀରେ ତାଙ୍କର ୭୯ତମ ଜନ୍ମଦିନ ପାଳନ କରିଛନ୍ତି। ଆଜି ସକାଳେ ପ୍ରଥମେ ପ୍ରଯୋଜକ ଆନନ୍ଦ ପଣ୍ଡିତଙ୍କୁ ଭେଟି ‘ବିଗ୍‌ ବି’ ଆରମ୍ଭ କରିଛନ୍ତି ତାଙ୍କର ଜନ୍ମଦିନ ପାଳନ ଉତ୍ସବ। ସଦ୍ୟତମ ଚଳଚ୍ଚିତ୍ର ‘ଚେହେରେ’ ପାଇଁ ଅମିତାଭ ଓ ଆନନ୍ଦ ପଣ୍ଡିତ ଏକତ୍ର ହୋଇଛନ୍ତି। ଏଥି ନିମନ୍ତେ ଅମିତାଭ ପଣ୍ଡିତଙ୍କର ଅନ୍ୟତମ ବିଳାସମୟ ପେଣ୍ଟ୍‌ହାଉସ୍‌ ଯାଇଥିଲେ ଓ ସେଠାରେ ତାଙ୍କ ଜନ୍ମଦିନ ଉତ୍ସବର ଅୟମାରମ୍ଭ ହୋଇଥିଲା। ତାଙ୍କ ବାସଭବନ ‘ଜଲ୍‌ସା’ ବାହାରେ ମଧ୍ୟ ଶୁଭେଚ୍ଛ ଓ ପ୍ରଶଂସକମାନେ ସମବେତ ହୋଇ ଗୀତ ବଜାଇବା ସହ ‘କେକ୍‌’ କାଟିଛନ୍ତି।ଏହା ବ୍ୟତିରେକେ ସାମାଜିକ ଗଣମାଧ୍ୟମରେ ବିଶେଷ ସକ୍ରିୟ ରହୁଥିବା ଏବଂ ପ୍ରଶଂସକମାନଙ୍କୁ ନିଜ ଜୀବନ ବିଷୟରେ ଜଣାଉଥିବା ଅମିତାଭ ଆଜି ମଧ୍ୟ ତାଙ୍କ କେତୋଟି ଫଟୋର ସମାହାର ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରି ଲେଖିଛନ୍ତି ‘୮୦ରେ ପ୍ରବେଶ କଲି’। କିନ୍ତୁ, ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ‘କମେଣ୍ଟ୍‌ ସେକ୍ସନ୍‌’ରେ ଏହାକୁ ସଂଶୋଧନ କରି ଆଜି ତାଙ୍କର ୭୯ତମ ଜନ୍ମଦିନ ବୋଲି ସ୍ମରଣ କରାଇ ଦେଇଛନ୍ତି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ର ବନ୍ଦ, ଜନତା ହନ୍ତସନ୍ତ

ମହାରାଷ୍ଟ୍ର ବନ୍ଦ, ଜନତା ହନ୍ତସନ୍ତ

Read More...

ପାର୍ବଣରେ କଟକଣା ନମାନିଲେ ଗିରଫ : ଟ୍ୱିନ୍‌ ସିଟିରେ ଆଜିଠୁ ରାତି ୮ରୁ କର୍ଫୁ୍ୟ

ପାର୍ବଣରେ କଟକଣା ନମାନିଲେ ଗିରଫ : ଟ୍ୱିନ୍‌ ସିଟିରେ ଆଜିଠୁ ରାତି ୮ରୁ କର୍ଫୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page