ବଢିଲା ବସ୍‌ ଭଡ଼ା

October 16, 2021, ଓଡ଼ିଶା, , Anupambharat News Bureau


ବଢିଲା  ବସ୍‌ ଭଡ଼ା
Anupambharat News Bureau
October 16, 2021


ଭୁବନେଶ୍ୱର, ୧୬ା୧୦ (ଅନୁପମ ମିଡ଼ିଆ): ­ ତୈଳ ଦରରେ କ୍ରମାଗତ ବୃଦ୍ଧି ଫଳରେ ରାଜ୍ୟ ସରକାର ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତରଫରୁ ସୂଚନା ଅନୁଯାୟୀ ସାଧାରଣ ବସ୍‌ ଭଡ଼ା କିମି ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୯୩ ପଇସାରୁ ୯୬ ପଇସା ବଢିଛି । ସେହିପରି ଡିଲକ୍ସ ବସ୍‌ କିଲୋମିଟର ପ୍ରତି ଭଡ଼ା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ବସ୍‌ ଭଡ଼ା ୧ଟଙ୍କା ୫୭ ପଇସାରୁ ୧ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି । ଏହାସହ ସୁପର ପ୍ରିମିୟମ ବସ୍‌ ଭଡ଼ା ୨ଟଙ୍କା ୪୪ରୁ ବଢି ୨ ଟଙ୍କା ୫୩ ପଇସା ହୋଇଛି । ସୂଚନାଯୋଗ୍ୟ ରାଜଧାନୀ ଭୁବନେଶ୍ୱରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୫୨ ପଇସା ବଢ଼ିଛି । ସେହିପରି ଡିଜେଲ ୫୫ ପଇସା ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ଦାମ ୧୦୬.୪୨ ଟଙ୍କା ଓ ଡିଜେଲ ଦର ୧୦୨.୭୭ ଟଙ୍କା ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ

୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ

Read More...

‘ପାକିସ୍ତାନ ଇସାରାରେ କଶ୍ମୀରରେ ହିନ୍ଦୁ-ଶିଖ୍‌ଙ୍କୁ ହତ୍ୟା’

‘ପାକିସ୍ତାନ ଇସାରାରେ କଶ୍ମୀରରେ ହିନ୍ଦୁ-ଶିଖ୍‌ଙ୍କୁ ହତ୍ୟା’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page