ଲଖୀମପୁର ଗାଡ଼ି ଚଢ଼ାଇବା ମାମଲା: ଆଜି ଚାଷୀ କରିବେ ରେଳରୋକ୍‌

October 17, 2021, ଦେଶ, , Anupambharat News Bureau


 ଲଖୀମପୁର ଗାଡ଼ି ଚଢ଼ାଇବା ମାମଲା:  ଆଜି ଚାଷୀ କରିବେ ରେଳରୋକ୍‌
Anupambharat News Bureau
October 17, 2021


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖୀମପୁର ଠାରେ ଆନ୍ଦୋଳନରତ ଚାଷୀମାନଙ୍କ ଉପରକୁ ଜଣେ ମନ୍ତ୍ରୀଙ୍କ ଗାଡ଼ି ଚଢ଼ିଯିବା ଫଳରେ ଯେଉଁ ଚାଷୀମାନେ ପ୍ରାଣ ହରାଇଛନ୍ତି, ଏହି ଘଟଣା ସମଗ୍ର ଦେଶରେ ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଥିବା ଯୋଗୁଁ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହେଉଛି । ଏହା ବ୍ୟତୀତ କେନ୍ଦ୍ରସରକାରଙ୍କ ତିନୋଟି କୃଷି ଆଇନକୁ ତୀବ୍ର ବିରୋଧ କରି ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ରେଳରୋକ୍‌ ଆନ୍ଦୋଳନର ଚେତାବନୀ ଦିଆଯାଇଛି । ତେଣୁ ଚଳିତ ମାସ ୧୮ ତାରିଖ ଦେଶବ୍ୟାପୀ ରେଳ ଚଳାଚଳକୁ ବନ୍ଦ କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ତତ୍‌ ସଂଗେ ସଂଗେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଲଖୀମପୁର ଖେରୀ ଘଟଣାରେ ସଂପୃକ୍ତ ଥିବା ଯୋଗୁଁ ତାହାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି । ଚାଷୀ ସଂଗଠନର ପ୍ରମୁଖ ସଂସ୍ଥା ଭାବେ ପରିଚିତ ଏହି ଏସ୍‌କେଏମ୍‌ ପକ୍ଷରୁ ଗତ ଏକବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସରକାରଙ୍କ କୃଷି ଆଇନକୁ ପ୍ରତିବାଦ କରାଯାଉଛି । ଚାଷୀ ସଂଗଠନ ପକ୍ଷରୁ ରବିବାର ଘୋଷଣା କରାଯାଇଛି ଯେ, ଏହି ରେଳରୋକ୍‌ ଆନ୍ଦୋଳନ ମାତ୍ର ୬ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ । ଏହା ସୋମବାର ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ସମ୍ପୂର୍ଣ୍ଣ ହେବ । ଏହି ରେଳରୋକ୍‌ ଆନ୍ଦୋଳନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବରଖାସ୍ତ ସହିତ ଗିରଫ ଦାବି କରାଯାଇଛି । ତେଣୁ ସୋମବାର ଦିନ ଦେଶର ବହୁ ଅଞ୍ଚଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ତେବେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଥାଉକି ଚଳିତ ମାସ ୩ ତାରିଖରେ ଲଖୀମପୁର ଖେରୀ ଠାରେ ଆନ୍ଦୋଳନ ଚାଲିଥିବା ବେଳେ କେତେକ ବିଜେପି କର୍ମୀଙ୍କୁ ନେଇ ଯାଉଥିବା ଏକ ଗାଡିଟି ଚାଷୀମାନଙ୍କ ଉପରକୁ ଚଢ଼ି ଯାଇଥିଲା । ଉକ୍ତ ଘଟଣାରେ ୪ ଜଣ ଚାଷୀଙ୍କ ସମେତ ସମୁଦାୟ ୮ଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ଘଟଣାସ୍ଥଳରେ ହିଁ ଉତ୍‌କ୍ଷିପ୍ତ ଚାଷୀମାନେ ଯାନ ଭିତରେ ବସିଥିବା କେତେକ ଲୋକଙ୍କୁ ମାର୍‌ଧର କରିଥିଲେ । ଉକ୍ତ ଘଟଣାରେ ଜଣେ ଡ୍ରାଇଭର ସମେତ ଦୁଇ ବିଜେପି କର୍ମୀ ମଧ୍ୟ ପ୍ରାଣ ହରାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

ଦୁଇ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ

Read More...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା:  ବିଧାୟକ ପ୍ରଦୀପ ଓ ସହଯୋଗୀଙ୍କ ଘରେ ଚଢ଼ାଉ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବିଧାୟକ ପ୍ରଦୀପ ଓ ସହଯୋଗୀଙ୍କ ଘରେ ଚଢ଼ାଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page