ଟ୍ୱି-୨୦ ବିଶ୍ୱକପ୍‌ : ଆଜି ଭାରତ-ପାକ୍‌ ଲଢ଼େଇ

October 23, 2021, କ୍ରୀଡ଼ା, , Anupambharat News Bureau


ଟ୍ୱି-୨୦ ବିଶ୍ୱକପ୍‌ : ଆଜି ଭାରତ-ପାକ୍‌ ଲଢ଼େଇ
Anupambharat News Bureau
October 23, 2021


ଦୁବାଇ,୨୩ା୪: ଆସନ୍ତାକାଲି ସୁପରସଣ୍ଡେରେ ଟ୍ୱି-୨୦ ବିଶ୍ୱକପ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଅନୁଷ୍ଠିତ ହେବ । ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ହାଇଭଲଟେଜ ମ୍ୟାଚକୁ ନେଇ ଖେଳାଳିମାନେ ଯେତେ ପ୍ରତିକ୍ଷାରତ ରହିଥାନ୍ତି ତାଠାରୁ ଆହୁରି ବେଶି ଉଦ୍‌ବେଗର ସହ ରହିଥିବା ଉଭୟ ଦେଶର ପ୍ରଶଂସକ । ଫଳରେ ମ୍ୟାଚରେ ଅତିରକ୍ତ ଉନ୍ନାଦ ଆସିବା ସହ ମୁକାବିଲା ଆହୁରି ରୋମାଞ୍ଚିତ ହୋଇଥାଏ । ଦିନିକିଆ ଏବଂ ଟ୍ୱି-୨୦ ବିଶ୍ୱକପ୍‌ରେ ଏଯାବତ୍‌ ପାକିସ୍ତାନ ବିପକ୍ଷରେ ଅପରାଜୟ ଥିବା ଭାରତ ଏହି ଧାରାକୁ ବଜାୟ ସହ ବିଜୟରୁ ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ତେବେ ବିଶ୍ୱକପ୍‌ରେ ଭାରତ ବିରୋଧରେ ଅସଫଳତାର ଧାରାକୁ ଭାଙ୍ଗିବା ସହ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଅଭିଯାନ ଆରମ୍ଭ ଅଭିପ୍ରାୟରେ ପାକିସ୍ତାନ ଆସନ୍ତାକାଲି ପଡ଼ିଆକୁ ଓହ୍ଳାଇବ । ଟ୍ୱି-୨୦ ବଶ୍ୱକପ୍‌ରେ ଏଯାବତ୍‌ ଉଭୟ ଦଳ ପାଞ୍ଚ ଥର ମୁହାଁମୁହିଁ ହୋଇଥିବା ବେଳେ ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଛି ।
ତେବେ ଆସନ୍ତାକାଲିର ମ୍ୟାଚକୁ ଦଳ ହାଲୁକା ଭାବେ ଗ୍ରହଣ କରିବନି ବୋଲି ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ପ୍ରକାଶ କରିଛନ୍ତି । ପାକ୍‌ ଦଳରେ ବହୁ ଗ୍ୟାମ ଚେଞ୍ଜର ରହିଛନ୍ତି । ତେବେ ଆସନ୍ତାକାଲିର ମ୍ୟାଚରେ ଭାରତ ଏହାର ଶ୍ରେଷ୍ଠତ୍ୱ ବଜାୟ ରଖିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଗତ ତିନି ବର୍ଷ ହେଲା ଏହି ଫର୍ମାଟ କ୍ରିକେଟରେ ସର୍ବାଧିକ ସ୍କୋର କରିଥିବା ଏବଂ ପାକ୍‌ର ନେତୃତ୍ୱ ନେଉଥିବା ବାବର ଆଜମ ବିଶ୍ୱକପ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦି ବିରୋଧରେ ଦଳର ସହଜ ପରାଜୟ ସ୍ୱୀକାରକୁ ପାର କରିବା ଲାଗି ସମସ୍ତ ରଣନୀତି ପ୍ରସ୍ତୁତ କରିଥିବା ପ୍ରକାଶ କରିଛନ୍ତି । ଆସନ୍ତାକାଲି ଖେଳାଯିବାକୁ ଥିବା ଦୁବାଇ ପିଚ୍‌ ସ୍ଳୋ ବୋଲରଙ୍କୁ ସୁହାଇବ ବୋଲି କୁହାଯାଇଛି । ତେଣୁ ଉଭୟ ଦଳ ସ୍ପିନ୍‌ରଙ୍କ ଉପରେ ଅଧିକ ନିର୍ଭରଶୀଳ ରହିବେ । ଏପରିକି ଏହି ମ୍ୟାଚ ଲୋ ସ୍କୋର ବିଶିଷ୍ଟ ରହିବ ବୋଲି ଅନୁମାନ କରାଯାଇଛି । ପୂର୍ବରୁ ବ୍ୟାଟିଂ ଲାଇନରେ ଶକ୍ତିଶାଳୀ ଥିବା ଭାରତୀୟ ବୋଲରମାନେ ମଧ୍ୟ ଦକ୍ଷତାଭିତ୍ତିକ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଫଳରେ ପାକ୍‌କୁ ଏହି ମ୍ୟାଚରେ ଜିତିବା ଲାଗି କ୍ରିକେଟର ସମସ୍ତ ଦିଗରେ ଭଲ ପ୍ରଦର୍ଶନ କରିବା ଜରୁରୀ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଆସିଲି ହେବ ଦୁଇ ଟଙ୍କା

ଦିଆସିଲି ହେବ ଦୁଇ ଟଙ୍କା

Read More...

ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ : ସ୍ମାର୍ଟ ହେଲ୍‌ଥ କାର୍ଡ ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ:ନବୀନ

ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ : ସ୍ମାର୍ଟ ହେଲ୍‌ଥ କାର୍ଡ ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ:ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page