ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

May 25, 2019, ଓଡ଼ିଶା, , Anupambharat News Bureau


ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା
Anupambharat News Bureau
May 25, 2019

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ):ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଶୁକ୍ରବାର ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଆଜି ଘୋଷଣା କରିଛନ୍ତି । ସେ ନିଜଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି । ଚଳିତ ନିର୍ବାଚନରେ ଦଳର ଯେଉଁ ବିପର୍ଯ୍ୟୟ ହେଲା ସେଥିପାଇଁ ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଛି । ତେବେ ମୁଁ ଦଳରେ ରହିଛି , ରହିବି ଓ ଆଗାମୀ ଦିନରେ ଦଳକୁ ମଜବୁତ୍‌ କରିବାକୁ ଚେଷ୍ଟା କରିବି । ସାରା ଦେଶରେ ମୋଦି ବାତ୍ୟାପ୍ରବାହିତ ହେଲା,ସେଥିରେ ଆମେ ଟଳି ପଡ଼ିଲୁ । ରାଜ୍ୟରେ ନବୀନ, ଦେଶରେ ମୋଦିଙ୍କୁ ଲୋକେ ଭରସା କଲେ । ରାଜନୀତିରେ ନୀତି, ଆଦର୍ଶ ନାହିଁ । ରାଜନୀତିର ବ୍ୟବସାୟୀକରଣ ହୋଇଛି । ସୂଚନାଯୋଗ୍ୟ ଯେ ଚଳିତ ସାଧାରଣ ନିର୍ବାଚନରେ ନିରଞ୍ଜନ ୨ଟି ଆସନ ଭଣ୍ଡାରୀ ପୋଖରୀ ଓ ଘଷିପୁରାରୁ ନିର୍ବାଚନ ଲଢିଥିଲେ ଏବଂ ଉଭୟରେ ପରାଜିତ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

Read More...

କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page