ଗୁଳିମାଡ଼ରେ ୨୫ ପୋଲିସ କର୍ମୀ ଆହତ

October 23, 2021, ଦେଶ, , Anupambharat News Bureau


ଗୁଳିମାଡ଼ରେ ୨୫ ପୋଲିସ କର୍ମୀ ଆହତ
Anupambharat News Bureau
October 23, 2021


ପାଟଣା : ପାଟଣାର ମସେଢି ଅନୁମଣ୍ଡଳର ଧନରୁଆ ଥାନାର ମୋରିୟାନା ଗାଁରେ ନିର୍ବାଚନ ପ୍ରଚାର ରୋକିବାକୁ ପହଞ୍ଚିଥିବା ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି ।
ଘଟଣା ଏତେ ବଢ଼ି ଯାଇଥିଲା ଯେ, ଲୋକେ ପୋଲିସ ଉପରକୁ ପଥର ଫିଙ୍ଗିବା ସହିତ ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ସାର୍କିଲ ଇନ୍ସପେକଫର ରାମ କୁମାର ପ୍ରସାଦ ସମେତ ପାଖାପାଖି ୨୫ରୁ ଅଧିକ ପୋଲିସ ଯବାନ ଆହତ ହୋଇଛନ୍ତି । ତିନି ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
ମାତ୍ର ଗ୍ରାମବାସୀଙ୍କ କହିବା ଅନୁସାରେ ଗୁଳିମାଡ଼ରେ ରୋହିତ ନାମରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତୁ୍ୟହୋଇଛି । ପୋଲିସ ରୋହିତଙ୍କ ମୃତୁ୍ୟକୁ ନେଇ କୌଣସି ସ୍ପଷ୍ଟିକରଣ ରଖି ନାହିଁ ।
ଘଟଣା ପରେ ପୂରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଁ ଲୋକଙ୍କର ଅଭିଯୋଗ ଅନୁସାରେ ପୋଲିସ ଓ ନିର୍ବାଚନ ପ୍ରଚାରରେ ସାମିଲ ଲୋକେ ଗୁଳି କରିଥିଲେ । ସୂଚନା ମିଳିବା ପରେ ଆଖପାଖର ଥାନା ଅଧିକାରୀମାନେ ପହଞ୍ଚି ଥିଲେ । ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତିରେ ଶାନ୍ତ ପଡ଼ିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଭେମ୍ବର ୧୬ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ ଚେତାବନୀ

ନଭେମ୍ବର ୧୬ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ ଚେତାବନୀ

Read More...

ଡ୍ରଗ୍ସ କେବଳ ମହାରାଷ୍ଟ୍ରରେ ଅଛି : ଠାକରେ

ଡ୍ରଗ୍ସ କେବଳ ମହାରାଷ୍ଟ୍ରରେ ଅଛି : ଠାକରେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page