ପେଗାସସ୍‌ ବିବାଦ ମାମଲା : ସୁରକ୍ଷା ଆଳରେ ସବୁବେଳେ ଖସି ପାରିବେନି

October 27, 2021, ଦେଶ, , Anupambharat News Bureau


 ପେଗାସସ୍‌ ବିବାଦ ମାମଲା : ସୁରକ୍ଷା ଆଳରେ ସବୁବେଳେ ଖସି ପାରିବେନି
Anupambharat News Bureau
October 27, 2021


ନୂଆଦିଲ୍ଲୀ,୨୭ା୧୦: ଇସ୍ରାଏଲ ନିର୍ମିତ ପେଗାସସ୍‌ ସଫଫେୱରକୁ ଦେଶର କେତେକ ସାମ୍ବାଦିକ, ରାଜନେତା ଏବଂ ସାମାଜିକ କର୍ମୀଙ୍କ ଗୁପ୍ତତଥ୍ୟ ହାସଲ ଉର୍ଦ୍ଦେଶ୍ୟରେ ବ୍ୟହବାର କରାଯିବା ମୌଳିକ ଅଧିକାରର ଉଲ୍ଳଂଘନ ବୋଲି ସୁପ୍ରିମକୋର୍ଟ କହିବା ସହ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରିଛନ୍ତି । ସର୍ବୋଚ୍ଚ ଅଦାଲତର ଏହି ରାୟ ପେଗାସସ୍‌ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ହୋଇଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍ଭି ରବୀନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିରେ ୩ ଜଣ ସଦସ୍ୟ ଅଛନ୍ତି । କମିଟିରେ ଆଇପିଏସ୍‌ ଆଲୋକ ଯୋଶୀ ଓ ସନ୍ଦୀପ ଓବରଇ ଅଛନ୍ତି । ଏହି କମିଟି ରାଇଟ ଟୁ ପ୍ରାଇଭେସି ଉଲ୍ଲଙ୍ଘନ ଅଭିଯୋଗର ତଦନ୍ତ କରିବ । ତଦନ୍ତ ପାଇଁ ମାସ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଦୁଇ ମାସ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଆଜି ଏହି ମାମଲା ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଏହି ବିବାଦରେ କେନ୍ଦ୍ର ଅସ୍ପଷ୍ଟ ଭାବେ ଖଣ୍ଡନ କରିବା ପର୍ଯ୍ୟାପ୍ତ ନୁହେଁ । ସରକାରଙ୍କୁ ଏଥି ସକାଶେ ପ୍ରର୍ଯ୍ୟାପ୍ତ ସମୟ ଦିଆଯାଇଥିଲେ ସୁଦ୍ଧା ଏନେଇ ସେଭଳି କିଛି ସ୍ପଷ୍ଟ କରିପାରି ନାହାନ୍ତି । ଏନେଇ କେନ୍ଦ୍ର ନିର୍ଦ୍ଦିଷ୍ଟ ଖଣ୍ଡନ କରିପାରି ନାହାନ୍ତି ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ଦେଶର ପ୍ରତ୍ୟେକ ନାଗରିକ ସେମାନଙ୍କର ଗୋପନୀୟତା ଅଧିକାରର ଉଲ୍ଲଂଘନରୁ ରକ୍ଷା ପାଇବା ଉଚିତ । ପେଗାସସ୍‌ ଗୁପ୍ତଚର ଅଭିଯୋଗ ପ୍ରକୃତିରେ ବେଶ ବଡ ପ୍ରଭାବ ଅଟେ । କୋର୍ଟ ଏହାର ସତ୍ୟତା ଜାଣିବା ଉଚିତ । କୋର୍ଟ କେନ୍ଦ୍ରକୁ କାଠଗଡାରେ ରଖି କହିଛନ୍ତି ଯେ, ଜାତୀୟ ସୁରକ୍ଷା ଚିନ୍ତା ଦେଖାଇ ସରକାର ପ୍ରତ୍ୟେକ ଥର ମାଗଣା ପାସ୍‌ ପାଇପାରିବେ ନାହିଁ । ଏଥିସହିତ କେନ୍ଦ୍ର ଏନେଇ ଏକ ବିଶେଷଜ୍ଞ କମିଟି ଗଠନ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି । ପ୍ରଧାନ ବିଚାରପତି ଏନ୍‌ଭି ରାମଣା ଏହି ପ୍ରସଙ୍ଗରେ ଶୁଣାଣି ଆରମ୍ଭ କରି ଜଜ୍‌ ଓରେୱଲଙ୍କ ଲିଖିତ ବିଷୟକୁ ଉଠାଇ କହିଥିଲେ ଯଦି କିଛି ଗୋପନୀୟତା ରଖିବାକୁ ଚାହଁ , ତେବେ ତାହା ନିଜଠାରେ ମଧ୍ୟ ଲୁMାୟତ ନିଶ୍ଚିତ ରହିବା ଦରକାର । ୨୦୧୯ ପରଠାରୁ ପେଗାସସ୍‌ ବିବାଦ ନେଇ ତଥ୍ୟ ଦେବାକୁ କେନ୍ଦ୍ରକୁ କୁହାଯାଇଥିଲା । ତେବେ କେନ୍ଦ୍ର ମାତ୍ର ଅଳ୍ପ ସଂଖ୍ୟାକ ସତ୍ୟପାଠ ଦାଖଲ କରିଥିଲା । ଫଳରେ ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କ କୌଣସି ଆଭିମୁଖ୍ୟ ସ୍ପଷ୍ଟ ନାହିଁ ବୋଲି ସୁପ୍ରିମକୋର୍ଟ ଉଲ୍ଳେଖ କରିଛନ୍ତି । ଏହି ମାମଲାରେ କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି । ଜୀବନର ଉନ୍ନତି ପାଇଁ ଟେକ୍ନୋଲୋଜି ହେଉଛି ସର୍ବୋତ୍ତମ ଉପକରଣ, ଆମେ ମଧ୍ୟ ଏହା ବିଶ୍ୱାସ କରୁ । ଜୀବନ ଏବଂ ସ୍ୱାଧୀନତାର ଅଧିକାର ସର୍ବୋଚ୍ଚ, ସେମାନଙ୍କ ମଧ୍ୟରେ ସ;ୁଳନ ମଧ୍ୟ ଆବଶ୍ୟକଛ ଟେକ୍ନୋଲୋଜି ଉପରେ ଆପତ୍ତି ପ୍ରମାଣ ଉପରେ ଆଧାରିତ ହେବା ଉଚିତ । ସାମ୍ବାଦିକର ସ୍ୱାଧୀନତା ଉପରେ କୌଣସି ପ୍ରଭାବ ପଡ଼ିବା ଉଚିତ ନୁହେଁ । କୋର୍ଟକୁ ମୂକ ଦର୍ଶକ ସଜାଇବାକୁ ଚେଷ୍ଟା କରିବା ଉଚିତ ନୁହେଁ ବୋଲି କହିଛନ୍ତି । ଗୋପନୀୟତା ଉଲ୍ଲଂଘନ ଉପରେ ତଦନ୍ତା ହେବା ଜରୁରୀ ।
ଗୋପନୀୟତା କେବଳ ସାମ୍ବାଦିକ ଏବଂ ରାଜନେତାଙ୍କ ପାଇଁ ନୁହେଁ, ଏହା ସାଧାରଣ ଲୋକଙ୍କ ଅଧିକାର ମଧ୍ୟ ଅଟେ । ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଥିବା ସାମ୍ବାଦିକ ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ସାମ୍ବାଦିକଙ୍କ ଉତ୍ସର ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସର୍ବୋଚ୍ଚ ଅଦାଲତ ଆହୁରି କହିଛନ୍ତି ଯେ, ଏହି ମାମଲାରେ ଅନେକ ରିପୋର୍ଟ ଆସିଛି । ସୂଚନା ମୁତାବକ ପେଗାସସ୍‌ ଗୁପ୍ତଚର ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ୧୫ ଟି ଆବେଦନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଏନ ରାମ, ସାଂସଦ ଜନ୍‌ ବ୍ରିଟାସ୍‌ ଏବଂ ଯଶବନ୍ତ ସିହ୍ନାଙ୍କ ସମେତ ଅନେକ ବ୍ୟକ୍ତି ଏହି ପିଟିସନ ଦାଖଲ କରିଥିଲେ ।
ପ୍ରାୟ ୩୦୦ ପ୍ରାମାଣିକ ଭାରତୀୟ ଫୋନ୍‌ ନମ୍ବର, ଯାହା ପେଗାସସ୍‌ ସଫଫେୱର୍‌ ମାଧ୍ୟମରେ ଗୁପ୍ତଚର ହେବାର ସମ୍ଭାବ୍ୟ ଟାର୍ଗେଟ୍‌ ଥିଲା ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ଗୋଷ୍ଠୀ ରିପୋର୍ଟ ଦେଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନି-୫ର ସଫଳ ପରୀକ୍ଷଣ

ଅଗ୍ନି-୫ର ସଫଳ ପରୀକ୍ଷଣ

Read More...

‘ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ’

‘ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page