ବାଣ ଫୁଟା ନିଷିଦ୍ଧ : ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯାଉ

October 28, 2021, ଦେଶ, , Anupambharat News Bureau


 ବାଣ ଫୁଟା ନିଷିଦ୍ଧ : ନିର୍ଦ୍ଦେଶନାମାକୁ  କଡ଼ାକଡ଼ି ପାଳନ କରାଯାଉ
Anupambharat News Bureau
October 28, 2021


ନୂଆଦିଲ୍ଲୀ,୨୮ା୧୦: ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଗୁରୁବାର ଉଲ୍ଲେଖ କରିଛନ୍ତି ଯେ, ବାଣ ଫୁଟାଇବାକୁ ମନା ନିର୍ଦ୍ଦେଶନାମା କଡ଼ାକଡ଼ି ଭାବେ ପାଳନ କରାଯାଉ । ଖଣ୍ଡପୀଠର ବିଚାରପତି ଏମ୍‌.ଆର୍‌. ଶାହା ଉଲ୍ଲେଖ କରିଛନ୍ତି ଯେ, କୌଣସି ଏକ ନିର୍ଦ୍ଦିଷ୍ଟ ଉତ୍ସବ ବିରୋଧରେ ନୁହେଁ କିନ୍ତୁ ଜୀବନର ମୌଳିକତା ସୁରକ୍ଷା ଜରୁରୀ ହୋଇପଡିଛି । ଖଣ୍ଡପୀଠରେ ଥିବା ଅନ୍ୟତମ ବିଚାରପତି ଏଏସ୍‌.ବୋପନ୍ନା କହିଛନ୍ତି ଯେ, ଆମେ ମନୋରଞ୍ଜନକୁ ବିରୋଧ କରୁନାହୁଁ କିନ୍ତୁ ଏଥି ସକାଶେ ଅନ୍ୟର ମୌଳିକ ଅଧିକାର ସହ ଖେଳାଯାଇ ପାରିବ ନାହିଁ । କର୍ତ୍ତୃପକ୍ଷ ଦାୟୀତ୍ୱର ସହ ନିର୍ଦ୍ଦେଶନାମାକୁ କାର୍ଯ୍ୟାକାରୀ କରିବାକୁ ଖଣ୍ଡପୀଠ ଉଲ୍ଲେଖ କରିଛି । ଶତପ୍ରତିଶତ ବାଣଫୁଟାକୁ ନିଷିଦ୍ଧ କରାଯାଇନାହିଁ, ତେବେ ନିଷିଦ୍ଧ ସାମଗ୍ରୀରେ ତିଆରି ବାଣକୁ ଫୁଟାଇବା ଅନୁମତି ନାହିଁ । ପ୍ରକାଶ ଥାଉକି ସିବିଆଇର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ବାଣ ନିର୍ମାତାକାରୀମାନେ କଟକଣା ଥିବା ବେରିୟମ କେମିକାଲ୍‌ ବ୍ୟବହାର କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ

ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ

Read More...

ମମିତା ହତ୍ୟାକାଣ୍ଡ ଘଟଣା : ବିରୋଧୀଙ୍କ ହାଲ୍ଲାବୋଲ ଜାରି

ମମିତା ହତ୍ୟାକାଣ୍ଡ ଘଟଣା : ବିରୋଧୀଙ୍କ ହାଲ୍ଲାବୋଲ ଜାରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page