ବାଣ ଫୁଟାରେ ସମ୍ପୂର୍ଣ୍ଣ କଟକଣା ଲାଗି ପାରିବନି

November 01, 2021, ଦେଶ, , Anupambharat News Bureau


ବାଣ ଫୁଟାରେ ସମ୍ପୂର୍ଣ୍ଣ କଟକଣା ଲାଗି ପାରିବନି
Anupambharat News Bureau
November 01, 2021


ନୂଆଦିଲ୍ଲୀ,୧ା୧୧: ସବୁଜ ବାଣ, ଯାହାକି ବିନା ପ୍ରଦୂଷଣରେ ବ୍ୟବହାର କରାଯାଇପାରିବ । ଉକ୍ତ ବାଣ ଉପରେ କୋହଳ ନିୟମାବଳୀ ନିର୍ଦ୍ଦେଶ ହୋଇଛି । ଆଉ ମାତ୍ର ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି ପାଳନ କରାଯିବ । ଏହି ଅବସରରେ ସୁପ୍ରିମକୋର୍ଟ ଅନ୍ୟ କୋର୍ଟମାନଙ୍କ ନିର୍ଦ୍ଦେଶକୁ ଗ୍ରହଣ କରି ସ୍ପଷ୍ଟ କରିଛନ୍ତି ଯେ, ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇପାରିବ ନାହିଁ । କଲିକତା ହାଇକୋର୍ଟ ନିକଟରେ ଶୁଣାଣି କରିଥିଲେ ଯେ, କୋଭିଡ଼-୧୯ ମହାମାରୀ ପରିସ୍ଥିତି ଏବଂ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି । ତେବେ ମାନ୍ୟବର ସୁପ୍ରିମକୋର୍ଟ ଏହି କ୍ଷେତ୍ରରେ ହସ୍ତକ୍ଷେପ କରି କହିଛନ୍ତି ଯେ, ବାଣ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇପାରିବ ନାହିଁ । ସୁପ୍ରିମକୋର୍ଟର ବିଚାରପତି ଏଏମ୍‌ ଖାନ୍‌ୱିଲକର ଏବଂ ଜଷ୍ଟିସ୍‌ ଅଜୟ ରସ୍ତୋଗୀଙ୍କୁ ନେଇ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କୁ ପରାମର୍ଶ ଦେଇଥିଲେ ଯେ, ଯେଉଁ ବାଣଗୁଡିକ ଉପରେ କଟକଣା ଲାଗିଛି, ତାହା ରାଜ୍ୟରେ ଯେପରି ପ୍ରବେଶ ନକରିବ ଏଥିପ୍ରତି ପଶ୍ଚିମବଙ୍ଗ ସରକାର ଗୁରୁତ୍ୱ ଦେବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆଉ ଛ’ ସହରରେ ଖୋଲିବ ସ୍ମାର୍ଟ ଆରଟିଓ

ଆଉ ଛ’ ସହରରେ ଖୋଲିବ ସ୍ମାର୍ଟ ଆରଟିଓ

Read More...

ଦିଲ୍ଲୀରେ ଆଜିଠୁ ସ୍କୁଲରେ ପାଠପଢ଼ା

ଦିଲ୍ଲୀରେ ଆଜିଠୁ ସ୍କୁଲରେ ପାଠପଢ଼ା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page