କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦି

November 05, 2021, ଦେଶ, , Anupambharat News Bureau


କେଦାରନାଥରେ ମହାରୁଦ୍ରାଭିଷେକ କଲେ ମୋଦି
Anupambharat News Bureau
November 05, 2021


ଡେରାଡୁନ: ଆଜି (ଶୁକ୍ରବାର) ପ୍ରସିଦ୍ଧ ଶୈବ ପୀଠ କେଦାରନାଥ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ସ୍ୱତନ୍ତ୍ର ହେଲିକାପଫରରେ ସମୟ ୯ଟାରେ ଉତ୍ତରାଖଣ୍ଡ ଭୂମିରେ ପହଞ୍ଚି ଥିଲେ ମୋଦି । ପ୍ରଥମେ ବାବା କେଦାରନାଥଙ୍କୁ ଦର୍ଶନ କରି ୧୩୦ କୋଟି ମୂଲ୍ୟ ନିର୍ମିତ ପ୍ରକଳ୍ପର ଉଦଘାଟନ କରିଛନ୍ତି ପିଏମ ।
ଦେବଭୂମିରେ ପହଞ୍ଚିବା ପରେ ତାଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ଉପରାଜ୍ୟପାଳ ଲେଫଫନାଣ୍ଟ ଜେନେରାଲ ଗୁରମିତ ସିଂ (ଅବସରପ୍ରାପ୍ତ) ସ୍ୱାଗତ କରିଥିଲେ । ସେଠାରୁ ପ୍ରଧାନମନ୍ତ୍ରୀ କେଦାରନାଥ ଧାମ ଅଭିମୁଖେ ଯାତ୍ରା କରିଥିଲେ । ପୀଠରେ ପହଞ୍ଚି ପ୍ରଧାନମନ୍ତ୍ରୀ ଦେଶର ସୁରକ୍ଷା ପାଇଁ ମହାରୁଦ୍ରାଭିଷେକ କରିଥିଲେ । ଏହାପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିର ଉଦ୍‌ଘାଟନ କରିଥିଲେ । ୨୦୧୩ ବର୍ଷା ବିତ୍ପାତରେ କେଦାରନାଥରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଉକ୍ତ ସ୍ଥାନରେ ପୁନଃନିର୍ମାଣ ସହିତ ସେହି ପ୍ରଳୟରେ କ୍ଷତିଗ୍ରସ୍ତ ହୋଇଥିବା ଆଦି ଶଙ୍କରାଚାର୍ଯ୍ୟଙ୍କର ୧୨ ଫୁଟ ଉଚ୍ଚତାର ପ୍ରତିମା ଏବଂ ସମାଧିକୁ ନୂଆ କରି ନିର୍ମାଣ କରାଯାଇଛି । ଯାହାକୁ ପ୍ରଧାନମନ୍ତ୍ରୀ ଉନ୍ମୋଚିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସଂସ୍କୃତରେ ଶଙ୍କରଙ୍କ ଅର୍ଥ ହେଉଛି - ‘ସା କାରୋତି ସାହା ଶଙ୍କରା’, ଅର୍ଥାତ୍‌ ଯିଏ କଲ୍ୟାଣ କରନ୍ତି, ସେ ହେଉଛନ୍ତି ଶଙ୍କର । ଏହା ଶଙ୍କରାଚାର୍ଯ୍ୟ ପ୍ରମାଣିତ କରିଛନ୍ତି । ତାଙ୍କ ଜୀବନ ଯେତେ ଅସାଧାରଣ ଥିଲା, ସେ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଅଧିକ ଉତ୍ସର୍ଗୀକୃତ ହୋଇଥିଲେ ବୋଲି କହିଛନ୍ତି ମୋଦି ।
ଶଙ୍କରାଚାର୍ଯ୍ୟଙ୍କ ପ୍ରତିମାର ଓଜନ ୩୫ ଟନ୍‌ । ୨୦୧୯ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଅଷ୍ଟମ ଶତାବ୍ଦୀର ହିନ୍ଦୁ ଧର୍ମର ଗୁରୁ ଆଦି ଶଙ୍କରାଚାର୍ଯ୍ୟ କେଦାରନାଥରେ ମୋକ୍ଷପ୍ରାପ୍ତ ହୋଇଥିଲେ । ଉକ୍ତ ସ୍ଥାନରେ ତାଙ୍କର ସମାଧି ନିର୍ମାଣ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ୧୩୦କୋଟି ଟଙ୍କା ବ୍ୟୟରେ କେଦାରପୁରୀ ପୁନର୍ଗଠନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହା ସହିତ ଅଳକାନନ୍ଦା ନଦୀ ଉପରେ ନିର୍ମିତ ଏକ ସେତୁକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ମୋଦିଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବିଭିନ୍ନ ପ୍ରକଳ୍ପ ଉତ୍ତରାଖଣ୍ଡକୁ ପର୍ଯ୍ୟଟନ କ୍ଷେତ୍ରରେ ଆଉ ଟିକେ ସଫଳତା ଦେଇଛି । ଗତ ୧୦୦ ବର୍ଷ ଅପେକ୍ଷା ଆଗାମୀ ୧୦ ବର୍ଷ ଭିତରେ ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କ ଭିଡ ଲାଗିବ ବୋଲି କହିଛନ୍ତି ମୋଦି ।
ଆଗରୁ ଏଠାରେ ଯୋଗାଯୋଗ ପାଇଁ କିଛି ବ୍ୟବସ୍ଥା ନଥିବା ମାତ୍ର ବର୍ତ୍ତମାନ ଏଠାରେ ଇଣ୍ଟରନେଟ ସେବାଠୁ ନେଇ ଯାତାୟତ ସବୁର ସୁବିଧା ହୋଇଛି । ଏହା ପର୍ଯ୍ୟଟନ କ୍ଷେତ୍ରକୁ ଆଉ ଟିକେ ଖୋରାକ ଯୋଗାଇବ ବୋଲି କହିଛନ୍ତି ମୋଦି । ୨୦୧୩ ବନ୍ୟା ପରେ କୋଦାରନାଥରେ ବିକାଶ ପାଇଁ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । କେଦାରନାଥ ଆଉ ଥରେ ଅଣ୍ଟା ଭିଡି ଛିଡା ହୋଇଛି । ବିକାଶ କାର୍ଯ୍ୟ ସଫଳ ହୋଇଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୋଦି । ଈଶ୍ୱରଙ୍କ କୃପାରୁ କେଦାରନାଥର ବିକାଶ ହୋଇଛି ।
ଲୋକାର୍ପଣ କାର୍ଯ୍ୟକ୍ରମ ପରେ ଉତ୍ତରାଖଣ୍ଡବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ଜୟ ବାବା କେଦାରନାଥ କହି ମୋଦି ଅଭିଭାଷଣ ଆରମ୍ଭ କରିଥିଲେ । ଏହି ଭୂମି ମହାନ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି । ଦେଶକୁ ସୁରକ୍ଷା ଦେଉଥିବା ସେନାଙ୍କ ଏହି ଭୂମି । ଏ ଭୂମିର ବିକାଶ କେବେ ଅଟକିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଆହୁରି କହିଛନ୍ତି ୨୦୧୩ରେ କେଦାରନାଥରେ ହୋଇଥିବା କ୍ଷତିକୁ ମୁଁ ବାରମ୍ବାର ସମୀକ୍ଷା କରିଛି । ରାଜ୍ୟରେ ଏପରି ବିପତ୍ତି ମୋତେ ଅଟକାଇ ପାରିନଥିଲା । ମୁଁ ମୋ କାର୍ଯ୍ୟାଳୟରୁ ପ୍ରତିଦିନ ପୁଃନଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଥିବା କହିଛନ୍ତି ।
କୋଭିଡ ମହାମାରୀକୁ ମୁକାବିଲା କରିବାରେ ଉତ୍ତରାଖଣ୍ଡ ସଫଳ ହୋଇଛି । ମହାମାରୀର ସଫଳ ମୁକାବିଲା ନେଇ ରାଜ୍ୟବାସୀ ଓ ପ୍ରଶାସନକୁ ପ୍ରଶଂସା କରିଛନ୍ତି ମୋଦି । ପ୍ରଥମ ଡୋଜ ଟିକା ଦେବାର ୧୦୦ ପ୍ରତିଶତ ସଫଳ ହୋଇଛି ଉତ୍ତରାଖଣ୍ଡ । ଏହା ରାଜ୍ୟବାସୀଙ୍କ ଶକ୍ତି ଓ ସାମର୍ଥକୁ ପ୍ରତିପାଦିତ କରୁଛି ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ହେବା ପରେ ସେ ପଞ୍ଚମ ଥର ଲାଗି ଏହି ତୀର୍ଥସ୍ଥଳ ଗସ୍ତ କରିଛନ୍ତି ମୋଦି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ମୁକାବିଲା ବିଶ୍ୱର ପ୍ରଥମ ବଟିକା ‘ମୋଲନୁପିରାଭିର’

କରୋନା ମୁକାବିଲା ବିଶ୍ୱର ପ୍ରଥମ ବଟିକା ‘ମୋଲନୁପିରାଭିର’

Read More...

ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା

ନିୟମ ମାନିବା, କମ୍‌ ସମୟ ବାଣ ଫୁଟାଇବା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page