କୁକୁର-ବିଲେଇଙ୍କ ଶରୀରରେ ଆଲଫା ଭାରିଆଣ୍ଟ ଚିହ୍ନଟ

November 07, 2021, ଦେଶ, , Anupambharat News Bureau


କୁକୁର-ବିଲେଇଙ୍କ ଶରୀରରେ ଆଲଫା ଭାରିଆଣ୍ଟ ଚିହ୍ନଟ
Anupambharat News Bureau
November 07, 2021


ନୂଆଦିଲ୍ଲୀ: ମଣିଷମାନଙ୍କ ପରେ ବର୍ତ୍ତମାନ କୋରୋନାର ଆଲଫା ଭାରିଆଣ୍ଟ ଦେଖିବାକୁ ମିଳିଛି ପଶୁମାନଙ୍କ ଶରୀରରେ । ପଶୁ ଚିକିତ୍ସା ରେକର୍ଡରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ଗୃହପାଳିତ ପଶୁମାନେ ମଧ୍ୟ ୨ର ଆଲଫା ଭାରିଆଣ୍ଟରେ ସଂକ୍ରମିତ ହୋଇପାରନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଆଲଫା ଭାରିଆଣ୍ଟ ପ୍ରଥମେ ଦକ୍ଷିଣ-ପୂର୍ବ ଇଂଲଣ୍ଡରେ ଦେଖିବାକୁ ମିଳିଥିଲା ଏବଂ ସାଧାରଣତଃ ଏହା ୟୁକେ ଭାରିଆଣ୍ଟ କିମ୍ବା ଇ.୧.୧.୭.୧ ଭାବରେ ଜଣାଶୁଣା ।
ତେବେ ପୂର୍ବ ଭାରିଆଣ୍ଟ ଅପେକ୍ଷା ଆଲଫା ଭାରିଆଣ୍ଟ ଇଂଲଣ୍ଡରେ ବହୁତ ଶୀଘ୍ର ବ୍ୟାପିଥିଲା । ଅଧ୍ୟୟନରେ କୁହାଯାଇଛି ଯେ, କୋରୋନାର ଆଲଫା ଭାରିଆଣ୍ଟ ଘରୋଇ ଗୃହପାଳିତ ପଶୁମାନଙ୍କ ଠାରେ ଦେଖିବାକୁ ମିଳୁଛି, ଟେଷ୍ଟରୁ ଦୁଇଟି ବିଲେଇ ଏବଂ କୁକୁର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମିତି ମାମଲା ବିରଳ ବୋଲି ବିଶେଷଜ୍ଞ ଟିମ ଦାବି କରିଥିବା ବେଳେ ମଣିଷଙ୍କ ପାଖରୁ ପୋଷା ପଶୁମାନଙ୍କ ପାଖକୁ ଏହା ସଂକ୍ରମଣ ହେଉଥିବା କୁହାଯାଉଛି । ଏହାସହ ପଶୁମାନଙ୍କ ହୃଦୟରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । କି;ୁ ଏହା ପୂର୍ବରୁ ଏମିତି କିଛି ଦେଖିବାକୁ ମିଳୁନଥିଲା । ଅନ୍ୟ ବିଲେଇ ଏବଂ କୁକୁରଙ୍କ ଠାରେ ହୃଦ ରୋଗ ଦେଖାଦେବାର ୬ ସପ୍ତାହ ପରେ ଆଣ୍ଟିବଡି ସୃଷ୍ଟି ହେଉଥିବା ଜଣାପଡ଼ିଛି ।ଅଧ୍ୟୟନର ମୁଖ୍ୟ ଲେଖକ ଲୁକା ଫେରାସିନ୍‌, ଡିବିଏମ୍‌ କହିଛନ୍ତି ଯେ, ଆମ ଗବେଷଣାରୁ ସ୍ପଷ୍ଟ ହୋଇଛି କି, ଘରୋଇ ପ୍ରାଣୀ ୧୯ ଆଲଫା ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଏହାସହ ସେମାନଙ୍କ ସହ ଥିବା ବିଲେଇ କୁକୁର ମଧ୍ୟ ସଂକ୍ରମିତ ହୋଇପାରନ୍ତି, ଯାହା ପୂର୍ବ ଅପେକ୍ଷା ଅଧିକ ଘାତକ ସାବ୍ୟସ୍ତ ହୋଇପାରେ । କୋରୋନାର ଆଲଫା ଭାରିଆଣ୍ଟ ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ କୁକୁର ଏବଂ ବିଲେଇଙ୍କ ହାର୍ଟରେ ଜ୍ୱଳନ ହୋଇଥାଏ ବୋଲି ବିଶେଷଜ୍ଞ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର

ତିନି କାରଣରୁ ପ୍ରଭାବିତ ହେବ ପୁଞ୍ଜିବଜାର

Read More...

ଆପତ୍ତିଜନକ ପୋଷ୍ଟ : ୬୮ ଆକାଉଣ୍ଟ ହଟାଇବ ଟ୍ୱିଟର

ଆପତ୍ତିଜନକ ପୋଷ୍ଟ : ୬୮ ଆକାଉଣ୍ଟ ହଟାଇବ ଟ୍ୱିଟର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page