ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଶୁÂ ଓ ରାଜ୍ୟସରକାରମାନେ ଭାଟ ହ୍ରାସ କରିବା ଫଳରେ କିଛି ଦିନ ହେଲା ଏହି ଦୁଇ ଦ୍ରବ୍ୟର ମୂଲ୍ୟବୃଦ୍ଧି ହୋଇନାହିଁ । ଫଳରେ ଗ୍ରାହକ ଆଶ୍ୱସ୍ତ ହୋଇଛନ୍ତି । କ୍ରମାଗତଃ ତୃତୀୟ ଦିନ ପାଇଁ ପୋଟ୍ରାଲ ଓ ଡିଜେଲର ଦରବୃଦ୍ଧି ହୋଇନାହିଁ । ଦେଶବ୍ୟାପି ଏହି ଦୁଇ ଦ୍ରବ୍ୟର ମୂଲ୍ୟ ସ୍ଥିର ରହିଛି । କିଛି ରାଜ୍ୟରେ ଭାଟ ହ୍ରାସ କରାଯିବାକୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇଛି । ମୂଲ୍ୟ ବୃଦ୍ଧି ନଘଯିବାର ଅନ୍ୟ କାରଣ ମଧ୍ୟ ରହିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ଫିଛା ମୂଲ୍ୟ ୮୨ ଡଲାରରେ ସ୍ଥିର ରହିଛି । କିଛି ଦିନ ପୂର୍ବେ ଏହା ୮୫ ଡଲାର ରହିଥିବାରୁ ବିଶ୍ୱସାରା ପ୍ରଭାବ ସୃଷ୍ଟି ହୋଇଥିଲା । ମୂଲ୍ୟ ଏଭଳି ସ୍ଥିର ରହିଲେ ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଅଧିକ ହ୍ରାସ ପାଇବା ସମ୍ଭାବନା ରହିଥିବା କୁହାଯାଇଛି ।
ଉତ୍ପାଦ ଶୁÂ ହ୍ରାସ ପୂର୍ବରୁ ୪୪ ଦିନ ମଧ୍ୟରେ ୩୦ ଦିନ ମୂଲ୍ୟ ବୃଦ୍ଧି ଘଟିଥିଲା । ସେହିଭଳି ପେଟ୍ରୋଲ ମୂଲ୍ୟ ୪୦ ଦିନ ମଧ୍ୟରେ ୨୮ ଦିନ ବୃଦ୍ଧି ପାଇଥିଲା । ଶୁÂ ହ୍ରାସ ପୂର୍ବରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରାୟ ୨୬ ଟଙ୍କା ଲେଖାଏଁ ବୃଦ୍ଧି ପାଇ୍ଥିଲା । କରୋନା ପରଠାରୁ କେନ୍ଦ୍ର ସରକାର େ ପେଟ୍ରୋଲିୟମ ଦ୍ରବ୍ୟ ଉପରେ ପ୍ରଥମ ଥର ପାଇଁ ଉତ୍ପାଦ ଶୁÂ ହ୍ରାସ କରିଛନ୍ତି । କରୋନାର ମୁକାବିଲା ପାଇଁ ଅଧିକ ସମ୍ବଳ ସଂଗ୍ରହ କରିବା ନିମନ୍ତେ ସରକାର ଗତବର୍ଷ ମାର୍ଚ୍ଚ ଓ ମେ ମାସରେ ଉତ୍ପାଦ ଶୁÂରେ ସଂଶୋଧନ କରିଥିଲେ । ଗତବର୍ଷ ମାର୍ଚ୍ଚରେ ସରକାର ପେଟ୍ରୋଲ ଉପରେ ୧୩ ଟଙ୍କା ଓ ଡିଜେଲ ଉପରେ ୧୬ ଟଙ୍କା ଉତ୍ପାଦ ଶୁÂ ବୃଦ୍ଧି କରି୍ଥିଲେ ।