ଭିଜିଲାନ୍ସ ଜାଲ୍‌ରେ ଓପିଏଚଡବ୍ଲୁସି ଅଧିକାରୀ

November 09, 2021, ଓଡ଼ିଶା, , Anupambharat News Bureau


ଭିଜିଲାନ୍ସ ଜାଲ୍‌ରେ ଓପିଏଚଡବ୍ଲୁସି ଅଧିକାରୀ
Anupambharat News Bureau
November 09, 2021


ଭୁବନେଶ୍ୱର, ୯ା୧୧(ଅନୁପମ ମିଡ଼ିଆ): ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଓଡ଼ିଶା ପୋଲିସ୍‌ ହାଉସିଂ ଆଣ୍ଡ େୱଲଫେଆର୍‌ କର୍ପୋରେସନ(ଓପିଏଚଡବ୍ଲୁସି)ର ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଚଢାଉ ବେଳେ ପ୍ରତାପ କୁମାର ସାମଲ ଏବଂ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ଥିବା ୨୨ଟି ପ୍ଲଟ୍‌ ଏବଂ ୩ଟି କୋଠା ସମେତ ୨୫ଟି ଅସ୍ଥାବର ସମ୍ପତ୍ତିି ଠାବ କରିଛନ୍ତି ଭିଜିଲାନ୍ସ ଟିମ୍‌ । ଏହା ମଧ୍ୟରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧାର ୧୭ଟି ପ୍ଲଟ୍‌ ଏବଂ ଦୁଇଟି କୋଠା ଅନ୍ତର୍ଭୁକ୍ତ । ଭିଜିଲାନ୍ସର ବୈଷୟିକଟିମ୍‌ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରିବେ । ତାଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ଘରୁ ୩୮.୧୨ ଲକ୍ଷ ଟଙ୍କା ଜବତ ହୋଇଛି । ପ୍ରତାପ ପଡ଼ୋଶୀ ଘର ଛାତକୁ ଫୋପାଡ଼ି ଦେଉଥିବା ବେଳେ ଏହି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଟିମ୍‌ ।
ସେ ପ୍ରଥମେ ୨୦ ଲକ୍ଷ ଟଙ୍କାର ବିଡ଼ା ବିଡ଼ା ନୋଟ ଏକ ପେଟିରେ ଭର୍ତ୍ତିି କରି ପାଖ ଘର ଛାତକୁ ପକାଇ ଦେଇଥିଲେ, ଯାହାକୁ ଜବତ କରିଛି ଭିଜିଲାନ୍ସ । ସେହିଭଳି ପ୍ରତାପଙ୍କ ଘରୁ ଏଯାବତ ୧୮ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହାଛଡ଼ା ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ଗୋଠପାଟଣାରେ ଏକ ପାଂଚ ମହଲା କୋଠାକୁ ରହିଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି କୋଠାର ମୂଲ୍ୟ ୩.୮୯ କୋଟି ଟଙ୍କା । ପ୍ରତାପଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍‌ ପ୍ଲଟ୍‌ ନମ୍ବର ଏନ୍‌/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା ଭାଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛ’ମହଲା କୋଠା, ଖଣ୍ଡଗିରିରେ ଏକମହଲା ଭଡ଼ା ଦିଆଯାଇଥିବା ଘର, ଅନନ୍ୟା ଟାୱାରରେ ଥିବା ତାଙ୍କ ସହଯୋଗୀଙ୍କ ଘର, ତାଙ୍କ ପୋଲିସ୍‌ ହାଉସିଂ ଆଣ୍ଡ େୱଲଫେୟାର କର୍ପୋରେସନର କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ବାଲିସାହିଠାରେ ଏକ ତିନି ମହଲା ଆପାର୍ଟମେଣ୍ଟ, ବାଲେଶ୍ୱର ଜିଲ୍ଲାର ସିମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁରରେ ନିଜର ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି ।
ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୋଲିସ୍‌ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ ଚଢ଼ାଉ କରା ଯାଇଥିଲା । ତାଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆ ଯାଇଛି । ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୭ ଜଣ ଇନ୍ସପେକଫର ଅନ୍ୟ କର୍ମଚାରୀମାନଙ୍କୁ ନେଇ ଓଡ଼ିଶା ଭିଜିଲାନ୍ସର ୧୦ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ଥିବା ଜଣାଯାଇଛି । ପ୍ରତାପ କୁମାର ସାମଲ ଜଣେ ଡିପ୍ଲୋମା ସିଭିଲ ଇଞ୍ଜିିନିୟର । ସେ ଓଡ଼ିଶା ପୋଲିସ୍‌ ହାଉସିଂ ଆଣ୍ଡ େୱଲଫେଆର୍‌ କର୍ପୋରେସନରେ ଜୁନିୟର ଇଞ୍ଜିିନିୟର ଭାବେ ୧୯୮୮ମସିହା ଅଗଷ୍ଟ୧୪ ତାରିଖରେ ଯୋଗଦେଇଥିଲେ । ପରେ ସେ ଏଷ୍ଟିମେଟର ଭାବେ ସେହିଠାରେ ୧୯୯୪ରୁ ୧୯୯୫ ଯାଏଁ କାମ କରିଥିଲେ । କେନ୍ଦ୍ରାପଡ଼ା ଓ ଦେବଗଡ଼ ଭଳି ଜିଲ୍ଲାରେ କାମ କରିବା ପରେ ପୁଣି ଓଡ଼ିଶା ପୋଲିସ୍‌ ହାଉସିଂ ଆଣ୍ଡ େୱଲଫେଆର୍‌ କର୍ପୋରେସନ ଅଫିସରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କର :  ଜିଲ୍ଲାପାଳଙ୍କୁ ଇସିଙ୍କ ନିର୍ଦ୍ଦେଶ

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କର : ଜିଲ୍ଲାପାଳଙ୍କୁ ଇସିଙ୍କ ନିର୍ଦ୍ଦେଶ

Read More...

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page