କରୋନା ଏକ ଅସାଧାରଣ ମୁକାବିଲା : ରାଷ୍ଟ୍ରପତି

January 25, 2022, ଦେଶ, , Anupambharat News Bureau


କରୋନା ଏକ ଅସାଧାରଣ ମୁକାବିଲା : ରାଷ୍ଟ୍ରପତି
Anupambharat News Bureau
January 25, 2022


ନୂଆଦିଲ୍ଲୀ : ସମଗ୍ର ମନୁଷ୍ୟ ଜାତି ପାଇଁ କୋଭିଡ଼-୧୯ କରୋନା ସଂକ୍ରମଣ ଜନିତ ମହାମାରୀ ରୋଗ ମୁକାବିଲା କରିବା ଏକ ଅସାଧାରଣ ସଂଘର୍ଷ ବୋଲି ଆଜି ରାଷ୍ଟ୍ରବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ମନ୍ତବ୍ୟରେ କହିଛନ୍ତି । କୋଭିଡ୍‌ ଟିକାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶର ଲୋକମାନେ ଶ୍ରେୟର ହକଦାର ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଭାଷଣ ରଖି ସେ ଏହା କହିଛନ୍ତି । କୋଭିଡ ମହାମାରୀ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମାନବଜାତିର ସେବା କରିଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ହକଦାର । ଅନ୍ୟପକ୍ଷରେ ଦେଶର ଯବାନମାନେ ଅତ୍ୟନ୍ତ କଠିନ ପରିସ୍ଥିତି, ପ୍ରବଳ ଥଣ୍ଡା, ତତଲା ମରୁଭୂମିରେ ସେମାନେ ନିଜର ପରିବାରଠାରୁ ଦୂରରେ ରହି ଦେଶମାତୃକାର ସେବା କରୁଛନ୍ତି । ଆମର ସୈନ୍ୟ ଓ ସୁରକ୍ଷାବଳ ଦେଶର ଟେକ ରଖିପାରିଛନ୍ତି । ସେମାନଙ୍କ ଯୋଗୁଁ ଦେଶବାସୀ ଶାନ୍ତିରେ ଶୋଇପାରୁଛନ୍ତି । ନିଜର ଏହି ଅଭିଭାଷଣରେ ରାଷ୍ଟ୍ରପତି ଗତ ଡିସେମ୍ବର ମାସରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପଫର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାୱାତ, ତାଙ୍କ ପତ୍ନୀ ଓ ଅନ୍ୟ ୧୨ ଜଣ ପ୍ରାଣ ହରାଇଥଲେ । ଗତ ବର୍ଷ ଅଲିମ୍ପିକ୍ସରେ ଆମ କ୍ରୀଡ଼ାବିତମାନେ ଉତ୍ତମ ପ୍ରଦର୍ଶନ କରି ଏକ ଛାପ ଛାଡ଼ିଥିଲେ । ଏହା ଦେଶର କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରୁଛି । ପ୍ରଥମେ ଦେଶବାସୀ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରିପାରିଲେ ମୌଳିକ ଅଧିକାରକୁ ମଧ୍ୟ ଅତ୍ୟନ୍ତ ଆନନ୍ଦ ସହକାରେ ଉପଭୋଗ କରିପାରିବେ । ଏଭଳି ବୈଶିଷ୍ଠ୍ୟ ଗୁଡିକ ଭାରତ ସମ୍ବିଧାନରେ ଉପଲବ୍ଧ ଥିବା ଯୋଗୁଁ ଗଣତନ୍ତ୍ର ନ୍ୟାୟ, ସ୍ୱାତନ୍ତ୍ରିୟତା, ସମାନତା ଏବଂ ଭାତୃଭାବ ଭାରତୀୟ ମେରୁଦଣ୍ଡକୁ ମଜବୁତ କରିଛି, ତେଣୁ ବିଭିନ୍ନତା ମଧ୍ୟରେ ଭାରତୀୟ ଗଣତନ୍ତ୍ର ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇପାରିଛି । ଏଣୁ ପ୍ରତିବର୍ଷ ଭାରତରେ ଏହି ଗଣତନ୍ତ୍ର ଦିବସ ପାଳନ କରାଯାଉଛି ବୋଲି କୋବିନ୍ଦ ନିଜ ବକ୍ତବ୍ୟରେ କହିଥିଲେ । ଏହା ମଧ୍ୟ ସେ ସ୍ପଷ୍ଟ କରିଥିଲେ ଯେ, ବିଭିନ୍ନ ସମସ୍ୟା ସହିତ ଜନବହୁଳତା ମଧ୍ୟ ମହାମାରୀ ପରିଚାଳନା କ୍ଷେତ୍ରରେ ଭାରତରେ କଷ୍ଟସାଧ୍ୟ ହୋଇପଡୁଛି । ଏଣୁ ଅତି ଧର୍ଯ୍ୟର ସହିତ ଏହି ଭୟଙ୍କର ମହାମାରୀର ମୁକାବିଲା କରିବାକୁ ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣରେ ପ୍ରକାଶ କରିଛନ୍ତି । ଦେଶର ଆର୍ଥିକ ସ୍ଥିତି ଉପରେ ମଧ୍ୟ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଥିଲେ । ଭବିଷ୍ୟତର ମୁକାବିଲା କରିବା ପାଇଁ ଭାରତ ଯଥେଷ୍ଟ ସକ୍ଷମ ଅଛି ଏବଂ ନୂତନ ପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ଭାରତ ଅଗ୍ରଗତି କରୁଛି ବୋଲି ରାଷ୍ଟ୍ରପତି କୋବିନ୍ଦ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ

ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ

Read More...

ଚାକିରି ବୟସସୀମା ବୃଦ୍ଧି : ନବୀନଙ୍କ ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌

ଚାକିରି ବୟସସୀମା ବୃଦ୍ଧି : ନବୀନଙ୍କ ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page