ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି

July 12, 2022, ଓଡ଼ିଶା, , Anupambharat News Bureau


ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି
Anupambharat News Bureau
July 12, 2022


ପୁରୀ,୧୨ା୭(ଅନୁପମ ମିଡ଼ିଆ):ନବଦିନ ଯାତ୍ରା ଶେଷ କରି ସିଂହଦ୍ୱାର ସମ୍ମୁଖରେ ଶନିବାର ଠାରୁ ମାନବୀୟଲୀଳା କରୁଥିବା ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆସନ୍ତାକାଲି ଆଷାଢ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଉପଲବ୍ଧ ହେବ ନିଳାଚଳ ଅବଢା । ଆଜି ପ୍ରତୁ୍ୟଷରୁ ରଥ ଉପରେ ଯଥାବିଧି ମଙ୍ଗଳଆଳତୀ, ମଇଲମ୍‌, ତଡପଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ, ସକାଳଧୂପ, ମଇଲମ, ମହାସ୍ନାନ, ସର୍ବାଙ୍ଗ, ମଧ୍ୟାହ୍ନଧୂପ, ମଇଲମ, ବେଶ, ସନ୍ଧ୍ୟାଆଳତୀ ଓ ସନ୍ଧ୍ୟାଧୂପ ପରେ ତିନି ରଥରେ ଚାର ବନ୍ଧା ଯାଇଥିଲା । ସିଂହାସନ ମାର୍ଜନା ଓ ପୁଷ୍ପାଞ୍ଜଳି ଅର୍ପଣ ପରେ ଆରମ୍ଭ ହୋଇଥିଲା ନିଳାଦ୍ରୀ ବିଜେ ପହଣ୍ଡି । ଦାରୁବିଗ୍ରହମାନଙ୍କର ନିଳାଦ୍ରୀ ବିଜେ ପହଣ୍ଡି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖସ୍ଥ ଅଞ୍ଚଳ ହୋଇ ଉଠିଥିଲା ଲୋକାରଣ୍ୟ । ଉଜ୍ଜ୍ୱଳ ଆଲୋକରେ ଝଳମଲ କରୁଥିଲା ଶ୍ରୀଜିଉମାନଙ୍କ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ପ୍ରଥମେ ରାମକୃଷ୍ଣ ଓ ମଦନମୋହନ ରଥ ଉପରୁ ବିଜେ ହୋଇ ଶ୍ରୀମନ୍ଦିରକୁ ଯାଇଥିଲେ । ଏହାପରେ ଶ୍ରୀସୁଦର୍ଶନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପରେ ପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରାଯାଇଥିଲା । ସୁଦୃଶ୍ୟ ଟୋପର ପରିହିତ ଶ୍ରୀ ସୁଦର୍ଶନ ରଥରୁ ଚାରମାଳ ଦେଇ ଅବତରଣ କରୁଥିବା ବେଳେ ସୃଷ୍ଟି ହୋଇଥିଲା ଭାବ ବିହ୍ୱଳ ପରିବେଶ । ସିଂହଦ୍ୱାର ଅଞ୍ଚଳ ନିନାଦିତ ହୋଇଉଠିଥିଲା ଘଣ୍ଟ ଧ୍ୱନି ଓ ଭକ୍ତମାନଙ୍କ ହରିବୋଲ ହୁଳହୁଳି ଧ୍ୱନିରେ । ପ୍ରଭୁ ବଳଭଦ୍ରଙ୍କୁ ବିଭିନ୍ନ ପୁଷ୍ପ, ସୋଲ ଓ ଜରିଜମ୍ବୁରାରେ ନିର୍ମିତ ଟାହିଆ ଲାଗି କରାଯାଇଥିଲା । ଦେବୀ ସୁଭଦ୍ରାଙ୍କ ଶ୍ରୀମସ୍ତକରେ ଶୋଭା ପାଇଥିଲା ଟୋପର । ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ରତ୍ନ ସିଂହାସନାରୂଢ ହେବା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ମହାପ୍ରଭୁ ରଥ ସିଂହାସନରୁ ଚାରମାଳ ଉପରକୁ ଆସିବା ପରେ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀ ଚାହାଣି ମଣ୍ଡପକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଯାଇଥିଲେ । ଏହାପରେ ବିଧି ଅନୁଯାୟୀ ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶ କ୍ରମେ ସିଂହଦ୍ୱାରକୁ ବନ୍ଦ କରାଯାଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଦ୍ୱାର ଫିଟିଥିଲା । ମହାପ୍ରଭୁ ବାଇଶି ପାହାଚ ଦେଇ ଜୟବିଜୟଦ୍ୱାର ସମ୍ମୁଖକୁ ଯାଇଥିଲେ । ଜୟବିଜୟ ଦ୍ୱାର ନିକଟରେ ପହଞ୍ଚିବା ପରେ ମହାଲକ୍ଷ୍ମୀ ଜୟବିଜୟ ଦ୍ୱାର ବନ୍ଦ କରିଦେଇଥିଲେ । ପରମ୍ପରା ଅନୁଯାୟୀ ସେଠାରେ ହୋଇଥିଲା ବଚନିକା । ପତିତପାବନ ଧର୍ମ ପରିହାର କରି ପାରିବେ ନାହିଁ ବୋଲି ମହାପ୍ରଭୁ କଠୋର ହୋଇ କହିବା ପରେ ରୁଷ୍ଟା ମହାଲକ୍ଷ୍ମୀ ତୁଷ୍ଟା ହୋଇ କବାଟ ଖୋଲିଥିଲେ । ପରସ୍ପର ଭେଟ ହେବା ପରେ ପତି ପତ୍ନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦାମ୍ପତ୍ୟ କଳହ ପ୍ରଶମିତ ହୋଇଥିଲା । ଏହି ମହାମିଳନର ସ୍ମାରକୀ ସ୍ୱରୂପ ପରସ୍ପର ମୁଖରେ ମିଠା ଦିଆନିଆ ହୋଇ ମହାପ୍ରଭୁ ରତ୍ନ ସିଂହାସନରେ ବିଜେ କରିଥିଲେ । ପହଣ୍ଡି ସମୟରେ ଟାହିଆର ଅପୂର୍ବ ଦୋଳନ ସାଙ୍ଗକୁ ଓଡ଼ିଶୀ ନୃତ୍ୟ ସାଙ୍ଗକୁ ବନାଟି ବୁଲା ପ୍ରଦର୍ଶନ ସୃଷ୍ଟି କରିଥିଲା ଭାବ ଉଦ୍ଦୀପକ ପରିବେଶ । ପ୍ରଶାସନିକ ଅଧିକାରୀମାନେ କିଭଳି ମହାପ୍ରଭୁଙ୍କ ନୀତି ତ୍ୱରାନ୍ୱିତ ହେବ ସେଥିପାଇଁ ତପିରଥିବା ଦେଖାଯାଇଥିଲା । ଏସ୍‌ପି କନୱାର ବିଶାଳ ସିଂଙ୍କ ତତ୍ୱାବଧାନରେ ନିଳାଦ୍ରୀ ବିଜେ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ବୀର ବିକ୍ରମ ଯାଦବ,ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ନୀତି ପରିଚାଳନାର ତଦାରଖ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୂର୍ଯ୍ୟଙ୍କ ଶୂନ୍ୟସ୍ଥାନ ସମ୍ଭାଳୁଛନ୍ତି ଚନ୍ଦ୍ର

ସୂର୍ଯ୍ୟଙ୍କ ଶୂନ୍ୟସ୍ଥାନ ସମ୍ଭାଳୁଛନ୍ତି ଚନ୍ଦ୍ର

Read More...

ଓଡ଼ିଶାରୁ ଛ’ଜଣଙ୍କୁ ପଦ୍ମ ପୁରସ୍କାର :   ପ୍ରତିଭା ରାୟ ପାଇବେ ପଦ୍ମଭୂଷଣ

ଓଡ଼ିଶାରୁ ଛ’ଜଣଙ୍କୁ ପଦ୍ମ ପୁରସ୍କାର : ପ୍ରତିଭା ରାୟ ପାଇବେ ପଦ୍ମଭୂଷଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page