ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

May 25, 2019, ଓଡ଼ିଶା, , Anupambharat News Bureau


 ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌
Anupambharat News Bureau
May 25, 2019

କେନ୍ଦୁଝର, ୨୫ା୫ (ଅନୁପମ ମିଡିଆ): କିଛି ସମୟ ବ୍ୟବଧାନରେ ପୁଣି ଲୁଟେରା ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳୁଛି ।
ଘଟଗାଁଠାରୁ ୧୦କିମି ଦୂର ମେଲାଣ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଦୁବୁର୍ତ୍ତମାନେ ବନ୍ଧୁକ ଦେଖାଇ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଖବରୁ ପ୍ରକାଶ ଶୁକ୍ରବାର ରାତିରେ ବାଲେଶ୍ୱରର ଏମ୍‌ଡି ରଫିକ ଖାନ ନାମକ ଜୋତା ବ୍ୟବସାୟୀ ମୟୁରଭ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଟଙ୍କା ସଂଗ୍ରହ କରି ଫେରୁଥିଲେ । ଫେରିବାବେଳେ ମେଲାଣ ଛକ ନିକଟରେ ୩ଜଣ ଦୁବୁର୍ତ୍ତ ଫାଙ୍କା ଗୁଳି ଚାଳନା କରି ବ୍ୟବସାୟୀଙ୍କୁ ଭୟଭୀତ କରିବା ସହ ବନ୍ଧୁକର ପଛପାଶ୍ୱର୍ରେ ବ୍ୟବସାୟୀଙ୍କୁ ଆକ୍ରମଣ କରିଥିଲେ । ଦୁବୁର୍ତ୍ତଙ୍କ ଆକ୍ରମଣରେ ବ୍ୟବସାୟୀ ଓ ଡ୍ରାଇଭର ଆହତ ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ତେବେ ବ୍ୟବସାୟଙ୍କଠାରୁ ୩ଲକ୍ଷ ୯୦ହଜାର ନଗଦ ଟଙ୍କା ଓ ୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଏକ ଚେକ୍‌ ଲୁଟି ନେଇ ଦୁବୁର୍ତ୍ତମାନେ ଫେରାର ହୋଇଯାଇଛନ୍ତି । ଏ ସଂପର୍କରେ ସ୍ଥାନୀୟ ପୁଲିସ ବ୍ୟାପକ ଅନୁସନ୍ଧାନ ଜାରି ରଖିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

Read More...

ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page