ମାଗଣାରେ ମିଳିବ ବୁଷ୍ଟର ଡୋଜ୍‌ , ଦୈନିକ ସଂକ୍ରମଣ ୧୬ ହଜାରରୁ ଊର୍ଦ୍ଧ୍ୱରେ

July 13, 2022, ଦେଶ, , Anupambharat News Bureau


ମାଗଣାରେ ମିଳିବ ବୁଷ୍ଟର ଡୋଜ୍‌ , ଦୈନିକ ସଂକ୍ରମଣ ୧୬ ହଜାରରୁ ଊର୍ଦ୍ଧ୍ୱରେ
Anupambharat News Bureau
July 13, 2022


ନୂଆଦିଲ୍ଲୀ: ଭାରତରେ କୋଭିଡ଼-୧୯ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ଭୟଙ୍କର ସ୍ଥିତିରେ ଗତି କରିବାକୁ ଲାଗିଛି । ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ଦେଶରେ ପାଖାପାଖି ୧୭ ହଜାର ବ୍ୟକ୍ତି ନୂତନ ଭାବେ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୪୫ ଜଣ ରୋଗୀଙ୍କ ମୃତୁ୍ୟ ଘଟିଛି ।
ଏହି ମହାମାରୀ ରୋଗ ଚିକିତ୍ସା ପାଇଁ ଯଦିଓ କୌଣସି ଔଷଧ ପ୍ରସ୍ତìତ ହୋଇପାରିନାହିଁ, ତେବେ ଏହାର ନିୟନ୍ତ୍ରଣ ପାଇଁ କୋଭିଡ଼ ଟିକା ପ୍ରସ୍ତìତ କରାଯାଇ ସମସ୍ତ ଜନତାଙ୍କୁ ଦୁଇ ଡୋଜ୍‌ ପ୍ରଦାନ କରାଯାଇଛି । ପୁଣି ଏହି କୋଭିଡ଼ ସଂକ୍ରମଣର ମୂଳତ୍ପାଟନ କରିବା ପାଇଁ କୋଭିଡ଼ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇଛି । ଯାହାକି କେବଳ ୬୦ରୁ ଊର୍ଦ୍ଧ୍ୱ ଲୋକମାନଙ୍କୁ ମାଗଣାରେ ଦିଆଯାଉଥିଲା । ନିକଟରେ କରୋନା ସଂକ୍ରମଣ ପୁଣି ବଢ଼ୁଥିବା ଯୋଗୁଁ କେନ୍ଦ୍ର ସରକାର ସମସ୍ତ ବର୍ଗର ଲୋକଙ୍କୁ ବୁଷ୍ଟର ଡୋଜ୍‌ ମାଗଣାରେ ଯୋଗାଇ ଦେବା ପାଇଁ ଆଜି ଘୋଷଣା କରିଛନ୍ତି । ଚଳିତ ମାସ ୧୫ ତାରିଖରୁ ଏହି ବୁଷ୍ଟର ଡୋଜ୍‌ ଟିକା ଆରମ୍ଭ କରାଯିବ । ଯାହାକି ମାତ୍ର ୭୫ ଦିନ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ବୁଷ୍ଟର ଡୋଜ ଅଭିଯାନ ଜାରି ରହିବ । ଦେଶବ୍ୟାପୀ ସରକାରୀ ଟିକାକରଣ କେନ୍ଦ୍ର ଗୁଡିକରେ ୧୮ରୁ ୫୯ବର୍ଷ ବୟସ ବର୍ଗର ଲୋକମାନେ କୋଭିଡ ଟିକାର ବୁଷ୍ଟର ମାଗଣାରେ ନେଇପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।
କୋଭିଡ ବୁଷ୍ଟର ଡୋଜର ଅଭିଯାନକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖି ଭାରତର ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଏହି ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ୧୮-୫୯ବୟସ ବର୍ଗର ଥିବା ୭୭କୋଟିର ଜନସଂଖ୍ୟା ମଧ୍ୟରୁ ମାତ୍ର ୧ପ୍ରତିଶତରୁ କମ୍‌ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି ।
ଏହା ସହ ୧୬କୋଟି ୬୦ବର୍ଷରୁ ଉର୍ଦ୍ଧ୍ୱ ଏବଂ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୨୬ପ୍ରତିଶତ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜ ନେଇସାରିଥିବା ଜଣାପଡ଼ିଛି । ତେଣୁ ସରକାର ୭୫ଦିନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ଯେଉଁଥିରେ ୧୮ରୁ ୫୯ବର୍ଷ ବୟସର ବ୍ୟକ୍ତିଙ୍କୁ ଜୁଲାଇ ୧୫ରୁ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ବୁଷ୍ଟର ଡୋଜ ଦିଆଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗତ ସପ୍ତାହରେ ସମସ୍ତ ହିତାଧିକାରୀଙ୍କ ପାଇଁ କରୋନା ଟିକାର ଦ୍ୱିତୀୟ ଏବଂ ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ ହ ୍ରାସ କରିଥିଲା । ଟିକାକରଣର ଗତିକୁ ତ୍ୱରାନ୍ୱିତ କରିବା ଏବଂ ବୁଷ୍ଟର୍‌ ଡୋଜ ନେବା ପାଇଁ ଉତ୍ସାହିତ କରିବାକୁ ସରକାର ଜୁନ୍‌ ୧ରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ‘ହର ଘର ଦସ୍ତକ ଅଭିଯାନ ୨.୦’ ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଅଭିଯାନ ଚାଲୁ ରହିଛି । ସୂଚନାଥାଉକି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟାରେ ୧୬,୯୦୬ ସଂଖ୍ୟକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ଭାରତରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୬ ଲକ୍ଷ ୬୯ ହଜାରରୁ ଊର୍ଦ୍ଧ୍ୱରେ ରହିଛି । ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୫୧୯କୁ ପହଞ୍ଚିଛି । କେରଳ ଓ ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ମଧ୍ୟ କୋଭିଡ଼ ରୋଗୀଙ୍କ ସଂଖ୍ୟା ବହୁ ପରିମାଣରେ ଚିହ୍ନଟ ହେଉଥିବା ଦେଖାଯାଇଛି । ମାତ୍ର ଦିନକରେ ରାଜ୍ୟରେ ୨୬୫୯ ସଂଖ୍ୟକ ନୂଆ ସଂକ୍ରମିତ ଦେଖାଦେଇଥିବା ବେଳେ ମହାରାଷ୍ଟ୍ରରେ ୨୪୩୫, ତାମିଲନାଡ଼ୁରେ ୨୨୮୦ ଏବଂ କେରଳରୁ ୨୨୧୧ ସଂଖ୍ୟକ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟ ରାଜ୍ୟମାନଙ୍କରେ
ତିନି ଡିଜିଟ୍‌ ସଂଖ୍ୟାରେ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀରେ ଦିନକରେ ୪୦୦ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ମଣିପୁରରେ ଅଧିକମାତ୍ରାରେ ସଂକ୍ରମିତ ଚିହ୍ନଟ ହୋଇଥିବା ଯୋଗୁଁ ଚଳିତମାସ ୨୪ ତାରିଖ ପର୍ଯ୍ୟନ୍ତ ମଣିପୁରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲେଶ୍ୱରରେ ହେବ  ବ୍ୟାଙ୍କ ନୋଟ୍‌ ପେପର ମିଲ୍‌

ବାଲେଶ୍ୱରରେ ହେବ ବ୍ୟାଙ୍କ ନୋଟ୍‌ ପେପର ମିଲ୍‌

Read More...

୧୫ ଲକ୍ଷରୁ ଊର୍ଦ୍ଧ୍ୱ  ଜାଲିନୋଟ ଜବତ : ଦୁଇ ଗିରଫ

୧୫ ଲକ୍ଷରୁ ଊର୍ଦ୍ଧ୍ୱ ଜାଲିନୋଟ ଜବତ : ଦୁଇ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page