ରାଷ୍ଟ୍ରପତି ଭୋଟିଂ ଶେଷ,୨୧ରେ ଗଣତି

July 18, 2022, ଦେଶ, , Anupambharat News Bureau


 ରାଷ୍ଟ୍ରପତି ଭୋଟିଂ ଶେଷ,୨୧ରେ ଗଣତି
Anupambharat News Bureau
July 18, 2022


ନୂଆଦିଲ୍ଲୀ: ଭାରତୀୟ ସଂସଦରରେ ଆଜି ମୌସୁମୀ ଅଧିବେଶ ଆରମ୍ଭ ହୋଇଛି । ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ପ୍ରଥମ ଦିନରେ ହିଁ ରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଆଜି ସଂସଦରେ ଏବଂ ଦେଶର ସମସ୍ତ ବିଧାନସଭା ଗୁଡିକରେ ଆକର୍ଷଣର କେନ୍ଦ୍ରରେ ରହିଥିଲା । ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋକସଭାର ମେସୁମୀ ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ଓମ୍‌ ର୍ବିଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିଞ୍ଜୋ ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ@ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ସଂସଦରେ ମେସୁମୀ ଅଧିବେଶ ଆରମ୍ଭ ହେବା ପରେ ଉଭୟ ଗୃହ ନିମନ୍ତେ ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ । ସେପଟେ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ବିତର୍କରେ ଅଂଶଗ୍ରହଣ କରି ଅଧିବେଶନକୁ ଯେତେ ପାରି ସେତେ ଅଧିକ ଫଳପ୍ରସୂ କରିବା ଲାଗି ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି । ସଂସଦ ପରିସରରେ ପହଞ୍ଚି ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମସ୍ତଙ୍କ ପ୍ରୟାସ ବଳରେ ସଂସଦ କାର୍ଯ୍ୟ କରେ ଏବଂ ସର୍ବୋତ୍ତମ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ସମସ୍ତ ସାଂସଦଙ୍କୁ ଅନୁରୋଧ କରୁଛି ସେମାନେ ଏହି ଅଧିବେଶନର ପୂର୍ଣ୍ଣ ସଦୁପଯୋଗ କର;ୁ । ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଏବଂ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଥିବାରୁ ସଂସଦର ଏହି ଅଧିବେଶନ ବେଶ୍‌ ଗୁରୁତ୍ୱ ବହନ କରୁଥିବା କଥା ସେ କହିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଶୀର୍ଷସ୍ତରୀୟ ମନ୍ତ୍ରୀମାନଙ୍କ ସହିତ ସଂସଦ ପରିସରରେ ବେଠକ କରିଥିଲେ । ସୂଚନାଯୋଗ୍ୟ, ଆଜି ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦେଶର ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ହୋଇଥିଲା ।
ସଂସଦର ମେସୁମୀ ଅଧିବେଶନର ପୂର୍ବରୁ ଆଜି ସକାଳେ ବାଚସ୍ପତି ଓମ୍‌ ର୍ବିଲା ଟୁଇଟ୍‌ କରି ଲେଖିଥିଲେ: ସକାଳ ୧୧ଟା ବେଳେ ସଂସଦର ମେସୁମୀ ଅଧିବେଶନ ଆରମ୍ଭ ହେବ । ଜନସାଧାଣଙ୍କ ସ୍ୱାର୍ଥଜଡ଼ିତ ବିଷୟ ଉପରେ ସାର୍ଥକ ଆଲୋଚନା ହେବ ବୋଲି ଦେଶବାସୀ ଚାହିଁ ବସିଛନ୍ତି । ମାନନୀୟ ସଦସ୍ୟମାନେ ଦେଶର ହିତ ନିମନ୍ତେ ଆଗତ ବିଷୟବସ୍ତୁ ଉପରେ ସକାରାତ୍ମକ ବିଚାରଧାରା ବ୍ୟକ୍ତ କରିବେ । ଆଶା କରେ, ସବୁ ଦଳ ଗୃହର ସମ୍ମାନ ଓ ଶାଳୀନତାକୁ ସମୃଦ୍ଧ କରି ଯୋଗ ଦେବେ ।

ପୂର୍ବ ସମୟସାରଣୀ ମୁତାବକ ରାଷ୍ଟ୍ରପତି ନିର୍ବାଚନ ପାଇଁ ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମତଦାନ କରିଛନ୍ତି ।
ମଧ୍ୟପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱ୍ୱାନ, ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଭୋଟ୍‌ ଦେଇଛନ୍ତି । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ମଧ୍ୟ ଭୋଟଦାନ କରିଥିଲେ ।
ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ତଥା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କ ମୁକୁଟ ପିନ୍ଧିବା ନିଶ୍ଚିତ ବୋଲି ଦାବି କରିଛି ବିଜେପି । ୨୭ଟି ଦଳର ସମର୍ଥନ ସହିତ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିପୁଳ ସମର୍ଥନ ରହିଥିବା କୁହାଯାଇଛି । ଏଥି ସହିତ, କେବଳ ୧୪ ଟି ଦଳର ସମର୍ଥନରେ ସିହ୍ନାଙ୍କୁ ପ୍ରାୟ ୩ଲକ୍ଷ ୬୨ ହଜାର ଭୋଟ୍‌ ମିଳିବ ବୋଲି ଆଶା କରାଯାଉଛି । ସେପଟେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ମତ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ରାଷ୍ଟ୍ରପତି ର୍ନିବାଚନ କେବଳ ଏକ ଔପଚାରିକତା ପ୍ରକ୍ରିୟା ବୋଲି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାନସଭାରେ ଭୋଟ୍‌ ଦେଲେ ନବୀନ

ବିଧାନସଭାରେ ଭୋଟ୍‌ ଦେଲେ ନବୀନ

Read More...

ଖାଦ୍ୟସାମଗ୍ରୀରେ ଜିଏସ୍‌ଟି  : କେନ୍ଦ୍ରର ଟିକସ ମାଡ଼ରେ ମଧ୍ୟମବର୍ଗ ହନ୍ତସନ୍ତ

ଖାଦ୍ୟସାମଗ୍ରୀରେ ଜିଏସ୍‌ଟି : କେନ୍ଦ୍ରର ଟିକସ ମାଡ଼ରେ ମଧ୍ୟମବର୍ଗ ହନ୍ତସନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page