ହତ୍ୟା ମାମଲା: ୨୦ଜଣଙ୍କୁ ଆଜୀବନ

July 18, 2022, ଓଡ଼ିଶା, , Anupambharat News Bureau


ହତ୍ୟା ମାମଲା:  ୨୦ଜଣଙ୍କୁ ଆଜୀବନ
Anupambharat News Bureau
July 18, 2022


ପୁରୀ,୧୮ା୭(ଅନୁପମ ମିଡ଼ିଆ) : କଣାସଥାନା ଅଞ୍ଚଳରେ ଦଶବର୍ଷ ପୂର୍ବେ ସଂଗଠିତ ଏକ ହତ୍ୟା ଜନିତ ମାମଲାର ବିଚାର କରି ପୁରୀର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରାଜ କିଶୋର ଲେଙ୍କା ୨୦ଜଣ ଅଭିଯୁକ୍ତଙ୍କୁ ଆଜୀବନ୍‌ କାରଦଣ୍ଡରେ ଦଣ୍ଡିତ କରିଛନ୍ତି । ୪ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ସମେତ ମୋଟ୍‌ ୨୪ଜଣ ସାକ୍ଷୀଙ୍କ ବୟାନ,ଡ଼ାକ୍ତରୀ ରିପୋର୍ଟ ଓ ପୁଲିସ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀଲେଙ୍କା ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଜଣେ ବ୍ୟକ୍ତିଙ୍କୁ ହତ୍ୟା ମାମଲାରେ ଏକକାଳୀନ ୨୦ଜଣ ଅଭିଯୁକ୍ତଙ୍କୁ ଅଜୀବନ କାରଦଣ୍ଡାଦେଶ ପୁରୀଜିଲ୍ଳା ବିଚାରବିଭାଗ ଇତିହାସରେ ପ୍ରଥମ ବୋଲି କୁହାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଏକ ସରକାରୀ ଯାଗାରେଥିବା ଚାକୁଣ୍ଡାଗଛକୁ କେନ୍ଦ୍ରକରି କଣାସଥାନା ଅନ୍ତର୍ଗତ ଚନ୍ଦ୍ରଜିତପୁର ବାଲିଜିତପୁଟର ମାନସ ବଳିୟାରସିଂଙ୍କ ସହିତ ସମ୍ପୃକ୍ତଗ୍ରାମର ଅମୀୟ ନାୟକ, ଦିଲ୍ଲିପ ବଳିଆରସିଂ ଓ ବିଶ୍ୱଜିତ୍‌ ବଳିଆର ସିଂ ପ୍ରମୁଖଙ୍କର ପୂର୍ବରୁ ବିବାଦ ଥିଲା । ତାହୁକୁ ନେଇ ଥାନା ଫାଣ୍ଡି ମଧ୍ୟ ହୋଇଥିଲା । ସେହି ବିବାଦକୁ କେନ୍ଦ୍ରକରି ଗତ୨୦୧୨ ସେପେଫମ୍ବର ୧୨ତାରିଖ ସକାଳେ ମାନସ ଶୌଚହେବାକୁଯାଇଥିବାଳେ ଗାଁ ପାଖ ଏକ ରାଇସ୍‌ମିଲ ନିକଟରେ ଅମୀୟ , ଦିଲ୍ଲିପ ଓ ବିଶ୍ୱଜିତ୍‌ ପ୍ରମୁଖ ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ମାନସଙ୍କ ଚିତ୍କାର ଶୁଣି ତାଙ୍କ ବାପା ଆର୍ତ୍ତ ବଳିଆରସିଂ,ଭରତ ବଳିଆର ସିଂ ଓ ମାନସଙ୍କ ପତ୍ନୀ ଭାରତୀ ପ୍ରମୁଖ ସେଠାରେ ପହଞ୍ଚି ତାଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବାଳେ ଅଭିଯୁକ୍ତମାନେ ମଧ୍ୟ ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ମାନସଙ୍କର ମୃତୁ୍ୟ ହୋଇଯାଇଥିଲା । ମାନସଙ୍କ ବାପା ଆର୍ତ୍ତଙ୍କ ଅଭିଯୋଗକୁ ଭିତ୍ତିକରି କଣାସଥାନାରେ ୭୪/୧୨ରେ ଏକ ହତ୍ୟା ଜନିତ ମାମଲା ରୁଜୁ ହୋଇଥିଲା । ପୁଲିସ





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୭ଟି ପ୍ରସ୍ତାବକୁ ଅନୁମୋଦନ

୧୭ଟି ପ୍ରସ୍ତାବକୁ ଅନୁମୋଦନ

Read More...

ପାଞ୍ଚ ସ୍ଲìଇସ୍‌ ଗେଟ୍‌ ଖୋଲିଲା

ପାଞ୍ଚ ସ୍ଲìଇସ୍‌ ଗେଟ୍‌ ଖୋଲିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page