୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

July 20, 2022, ଦେଶ, , Anupambharat News Bureau


୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା
Anupambharat News Bureau
July 20, 2022


ବୋରସଦା: ଖାକୀକୁ ଟାର୍ଗେଟ୍‌ କରାଯାଇଛି । କେଉଁଠି ଗୁଳି କରାଯାଉଛି ତ କେଉଁଠି ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ସ୍ଥାନରେ ପୁଲିସ ଅଫିସରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ପ୍ରଥମେ ହରିଆଣା ପରେ ରାଞ୍ଚି ଆଉ ଏବେ ଗୁଜରାଟରେ ଘଟିଛି ।
ବୁଧବାରଗୁଜରାଟର ବରସୋଦାଠାର ଜଣେ ପୁଲିସ କନଷ୍ଟେବଲଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । କନଷ୍ଟେବଲ ଜଣଙ୍କ ଏକ ଟ୍ରକକୁ ଅଟକିବାକୁ କହିବାରୁ ଡ୍ରାଇଭର ସିଧା କନେଷ୍ଟବଲ୍‌ଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇ ଫେରାର୍‌ ହୋଇଯାଇଛି । ଏହି ଘଟଣାରେ କନେଷ୍ଟେବଲଙ୍କର ମୃତ୍ୟୁ ହୋଇଛି । କନଷ୍ଟେବଲ କୀରନ ରାଜ ରାଜସ୍ଥାନ ନମ୍ବର ପ୍ଲେଟ୍‌ ସହ ଏକ ସନ୍ଦିU ଟ୍ରକକୁୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଡ୍ରାଇଭର ଜଣଙ୍କ କୀରଣଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର୍‌ ହୋଇଯାଇଥିଲା ।
କିରଣଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଆନନ୍ଦ ଡିଏସପି ଅଜିତ ରାଜ କହିଛନ୍ତି । ତେବେ ଟ୍ରକ ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇଥିବା ସେ କହିଛନ୍ତି । ଏହା ପୂର୍ବରୁ ଗତକାଲିମଧ୍ୟାହ୍ନରେ ହରିୟାଣା ଟୁରୁ ଡିଏସପି ସୁରନ୍ଦର ସିଂହ ବେଆଇନ ବାଲି ଖନନ ନେଇ ତଦନ୍ତ କରୁଥିବା ବେଳେ ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା । ସୁରେନ୍ଦର ଟ୍ରକୁ ସିଗନାଲ ଦେଇ ଅଟକିବାକୁ କହିବା ପରେ ଡ୍ରାଇଭର ତାଙ୍କ ଉରେ ଗାଡ଼ି ଚଢ଼ାଇ ଦେଇ ଫେରାର୍‌ ହୋଇଯାଥିଲା । ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛ । ସେହିପରି ଆଜି ରାଞ୍ଚିର ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଗାଡି ଚଢାଇ ହତ୍ୟା କରାଯାଇଛି । ଆଜି ଭୋର ୩ଟା ସମୟରେ ମହିଳା ପୋଲିସ ଅଧିକାରୀ ସନ୍ଧ୍ୟା ଟୋେªା ରାଞ୍ଚି ଜିଲ୍ଲା ତୁପୁଦାନା ଅଞ୍ଚଳରେ ଗାଡି ଚେକିଂ କରୁଥିଲେ । ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ ଦ୍ରୁତ ଗତିରେ ଆସିଥିଲା । ପିକ୍‌ଅପ୍‌ ଭ୍ୟାନକୁ ରୋକିବାକୁ ଉଦ୍ୟମ କରିଥିଲେ ସନ୍ଧ୍ୟା । କି;ୁ ଡ୍ରାଇଭର ମହିଳା ପୋଲିସଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ମହିଳା ପୋଲିସ ଅଧିକାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଘଟଣାସ୍ଥଳରୁ ଡ୍ରାଇଭର ଗାଡି ନେଇ ଚମ୍ପଟ ମାରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି

Read More...

୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତ ଛାଡ଼ିଛନ୍ତି :  ସର୍ବାଧିକ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି

୨୦୨୧ରେ ୧.୬୩ ଲକ୍ଷ ଲୋକ ଭାରତ ଛାଡ଼ିଛନ୍ତି : ସର୍ବାଧିକ ଆମେରିକା ନାଗରିକତ୍ୱ ଗ୍ରହଣ କରିଛନ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page