ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

July 26, 2022, ଦେଶ, , Anupambharat News Bureau


ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ
Anupambharat News Bureau
July 26, 2022


ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ସମୟରେ ହେଉଥିବା ଚାପ ଓ ପ୍ରଭାବକୁ ବହୁ ବିଶିଷ୍ଟ ବ୍ୟକ୍ତି ସହଜରେ ସମ୍ମୁଖୀନ ହୋଇପାରୁନାହାଁନ୍ତି । ଅନିଚ୍ଛା ସତ୍ତେ୍ୱ ମଧ୍ୟ ସରକାରଙ୍କ ଚାପର ବଶବର୍ତ୍ତି ହୋଇ ଶାସନ କାର୍ଯ୍ୟକଳାପରେ ଅନିୟମିତତା ପ୍ରଦର୍ଶନ କରିଥାନ୍ତି । ଠିକ୍‌ ସେହିଭଳି କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ନତୃତ୍ୱାଧୀନ ସରକାରଙ୍କୁ ଆଜି ତୀବ୍ର ସମାଲୋଚନା କରିଛନ୍ତି ।
ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା । ସେ ସିଧାସଳଖ କାହା ନାଁ ନେଇ ନଥିଲେ ମଧ୍ୟ ‘ବଡ଼ ଭାଇ’ ରାଜନେତାମାନଙ୍କ ଫୋନ ଟ୍ୟାପିଂ କରି ସବୁ କିଛି ଶୁଣୁଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯଦି ମୋ ଫୋନ୍‌ ଠିକ୍‌ କରିଦିଆଯାଏ ତେବେ ସେ ଓଡ଼ିଶାର କ୍ଷମତାସୀନ ବିଜେଡି, ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି କିମ୍ବା ବିଜେପିର କୌଣସି ସାଂସଦଙ୍କୁ ଫୋନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ ଅଲଗା ଦଳର ସାଂସଦଙ୍କୁ ଫୋନ କରୁଥିବାରୁ ତାଙ୍କ ଫୋନକୁ ବିଏସ୍‌ଏନଏଲ ଡାଇଭର୍ଟ କରି ଦେଉଥିବା ସେ ଅଭିଯୋଗ କରିଛନ୍ତି । ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା କହିଛନ୍ତି, ସବୁଠାରୁ ଭୟର କଥା ହେଲା ନୂଆ ଭାରତରେ ବଡ଼ ଭାଇ ସବୁ ରାଜନୀତିକ ଦଳର ନେତାମାନେ ପରସ୍ପର ସହ କ’ଣ କଥା ହେଉଛନ୍ତି, ତା’କୁ ସବୁବେଳେ ଶୁଣୁଛନ୍ତି ଓ ଦେଖୁଛନ୍ତି । ଦଳର ସାଂସଦ ଓ ନେତାମାନେ ଏକାଧିକ ଫୋନ ଧରୁଛନ୍ତି ଓ ନିୟମିତ ଭାବେ ନମ୍ବର ବଦଳାଉଛନ୍ତି । ସେମାନେ ଦେଖା ହେବା ବେଳେ ଠିକ ଭାବେ କଥା ହେବାକୁ ମନା କରୁଛନ୍ତି । ଗଣତନ୍ତ୍ର ହତ୍ୟାର ଡର ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି । ଆଉ ଏକ ଟ୍ୱିଟରେ ମାର୍ଗାରେଟ ବିଏସଏନଏଲକୁ ଟ୍ୟାଗ କରି ତାଙ୍କ କଲ ଡାଇଭର୍ଟ କରାଯାଇଥିବା ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ଆଜି ବିଜେପିର କିଛି ବନ୍ଧୁମାନଙ୍କ ସହ କଥା ହେବା ପରେ ମୋ ଫୋନକୁ ଆସୁଥିବା ସବୁ କଲକୁ ଡାଇଭର୍ଟ କରି ଦିଆଯାଇଛି । ମୁଁ ଫୋନ କରିପାରୁ ନାହିଁ କିମ୍ବା ରିସିଭ କରିପାରୁନି । ଯଦି ତୁମେ ମୋ ଫୋନକୁ ଠିକ୍‌ କରିଦେବ, ତା’ହେଲେ ମୁଁ ପ୍ରତିଶ୍ରୁତି ଦେଉଛି ଯେ ବିଜେଡି, ବିଜେପି ଓ ଟିଏମସିର କୌଣସି ସାଂସଦଙ୍କୁ ଆଜି ରାତିରେ ଫୋନ କରିବି ନାହିଁ । ଆଲଭାଙ୍କ ଏପରି ଅଭିଯୋଗ ପରେ ବିଏସ୍‌ଏନଏଲ ପକ୍ଷରୁ ଗୋଟିଏ ଏଫଆଇଆର ରୁଜୁ କରାଯାଇଥିବା ଜଣାପଡ଼ିଛି । ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କାହିଁକି ତାଙ୍କ ଫୋନ କିଏ ଟ୍ୟାପ କରିବ । ଉପ ରାଷ୍ଟ୍ରପତି ନିର୍ବାଚନର ରେଜଲଫ କ’ଣ ହେବ, ସେକଥା ଆମେ ଭଲ ଭାବେ ଜାଣିଛୁ । ସେ(ମାର୍ଗାରେଟ) ଯାହାକୁ ଇଚ୍ଛା ତାଙ୍କୁ ଫୋନ କର;ୁ, ଆମେ କାହିଁକି ଏମିତି କରିବୁ ଏହା ଏକ ପିଲାଳିଆମୀ ଅଭିଯୋଗ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ଆଜି ସୋନିଆଙ୍କୁ  ଜେରା କରିବ ଇଡି : କଂଗ୍ରେସର ବିରୋଧ, ରାହୁଲ ଅଟକ

ପୁଣି ଆଜି ସୋନିଆଙ୍କୁ ଜେରା କରିବ ଇଡି : କଂଗ୍ରେସର ବିରୋଧ, ରାହୁଲ ଅଟକ

Read More...

ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page