ଜୟନାରାୟଣ ବିରୋଧୀ ଦଳ ନେତା

July 30, 2022, ଓଡ଼ିଶା, , Anupambharat News Bureau


ଜୟନାରାୟଣ ବିରୋଧୀ  ଦଳ ନେତା
Anupambharat News Bureau
July 30, 2022


ଭୁବନେଶ୍ୱର, ୩୦ା୭ (ଅନୁପମ ମିଡ଼ିଆ): ବିରୋଧୀ ଦଳ ନେତା ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଇଛନ୍ତି ଜୟନାରାୟଣ । ଶନିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଭାବେ ଘୋଷଣା କରିଛନ୍ତି ।
ବିରୋଧୀ ଦଳ ନେତା ହେବା ପରେ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଦଳ ମୋ ଉପରେ ବିଶ୍ୱାସ କରିଛି । ମୋ ଉପରେ ଦାୟିତ୍ୱ ଦେଇଛି । ମୁଁ ମୋର ଦାୟିତ୍ୱ ଠିକ୍‌ ଭାବେ ତୁଲାଇବି । ବିରୋଧୀ ଦଳ ନେତା ଭାବେ ଓଡ଼ିଶାର ସ୍ୱରକୁ ବିଧାନସଭାରେ ପହଞ୍ଚାଇବି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଧାୟକ ମୋହନ ଚରଣ ମାଝି ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ ଜୟନାରାୟଣ ମିଶ୍ର ସମ୍ବଲପୁର ଆସନରୁ ୪ ଥର ବିଧାୟକ ହୋଇଛନ୍ତି । ପୂର୍ବରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି ଜୟନାରାୟଣ ମିଶ୍ର । ବିଧାୟକ ଦଳର ନେତା ତଥା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା କାରଣରୁ ତାଙ୍କ ପକ୍ଷେ ଏହି ଗୁରୁଦାୟିତ୍ୱ ନିର୍ବାହ ଆଉ ସମ୍ଭବ ହେଉନଥିବାରୁ ଶ୍ରୀ ନାଏକ ତାଙ୍କର ଦାୟିତ୍ୱରୁ ଇସ୍ତଫା ଦେଇଥିଲେ । ତେଣୁ ବିଧାୟକମାନଙ୍କ ମଧ୍ୟରୁ ଅନ୍ୟ ଜଣଙ୍କୁ ଏହି ଦାୟିତ୍ୱ ଅର୍ପଣ କରିବା ସମ୍ପର୍କରେ ଆଜିର ବିଧାୟକ ଦଳ ବୈଠକରେ ବିଶେଷ ଚର୍ଚ୍ଚା ଆଲୋଚନା କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଥାନାରେ ହାଜର ହେଲେ ବାବୁସାନ

ଥାନାରେ ହାଜର ହେଲେ ବାବୁସାନ

Read More...

ଓଡ଼ିଶାରେ ପଶିଲା ଇଡ଼ି  : ପ୍ରଭାତଙ୍କ ୩ କୋଟି ୯୨  ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌

ଓଡ଼ିଶାରେ ପଶିଲା ଇଡ଼ି : ପ୍ରଭାତଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page