ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା

May 25, 2019, ଓଡ଼ିଶା, , Anupambharat News Bureau


ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା
Anupambharat News Bureau
May 25, 2019

ବ୍ରହ୍ମପୁର,୨୫ ।୫(ଅନୁପମ ମିଡ଼ିଆ) : ଚଳିତ ନିର୍ବଚନରେ ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ପକ୍ଷରୁ ବ୍ରହ୍ମପୁର ବଗୁଲିସାହି ନିବାସୀ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଧିକାରୀ ରେzି ନାଗଭୂଷଣ ରାଓଙ୍କ ଧର୍ମପତ୍ନୀ ଶ୍ରୀମତୀ ରେzି ଶାନ୍ତି ବିଧାୟିକାଭାବେ ବିଜୟୀ ହୋଇଛନ୍ତି ।
ସେ ବ୍ରହ୍ମପୁରର ବୋହୂ ହୋଇଥିବା ଯୋଗୁଁ ତାଙ୍କ ବିଜୟ ନେଇ ବଗୁଲୀସାହି ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ସେ ତାଙ୍କ ନିକଟତମ ପ୍ରାର୍ଥୀ ଟିଡିପିର କୁମାର ରାମଣା ମୂର୍ତ୍ତିଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ପାଥ୍‌ପାଟନାମ୍‌ ବିଧାନସଭା ପ୍ରାର୍ଥୀଭାବେ ସେ ଏପରି ପ୍ରତିଦ୍ୱନ୍ଦିତା କରୁଥିଲେ । ତାଙ୍କ ନିଜ ଘର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍‌ । ସେ ୨୦୧୪ ମସିହାରେ ଲୋକସଭା ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦିତା କରି ପରାଜୟବରଣ କରିଥିଲେ ।
ବର୍ତ୍ତମାନ ଶାନ୍ତି ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜିଲ୍ଲା ସଭାନେତ୍ରୀ ମଧ୍ୟ ରହିଛନ୍ତି । ତାଙ୍କ ଦୁଇ ପୁତ୍ର ଓ ଦୁଇ କନ୍ୟା ରହିଥିବାବେଳେ ଜ୍ୟେଷ୍ଠ କନ୍ୟା ନୂଆଦିଲ୍ଲୀରେ ଆଇଏଏସ୍‌ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

Read More...

୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ,  ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page