ବାତିଲ ସମସ୍ତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ

August 03, 2022, ଦେଶ, , Anupambharat News Bureau


 ବାତିଲ ସମସ୍ତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ
Anupambharat News Bureau
August 03, 2022


ଭୁବନେଶ୍ୱର: ତାଲାବନ୍ଦଠାରୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥର ଚରି ଯୋଡ଼ା ଏକ୍ସପ୍ରେସ ରେଳ ସେବାକୁ ପୁନଃ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ବ୍ୟତୀତ ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବାହାରୁଥିବା ରେଳଗୁଡିକୁ ପୁନଃ ଚଳାଚଳ କରାଯାଇଛି । ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ଶୀଘ୍ର ଚଳାଚଳ କରାଯିବା ପାଇଁ ପ୍ରକ୍ରିୟାକରଣ ଜାରି ରହିଛି । ୬ରୁ ପୁରୀ-ଦିଘା-ପୁରୀ ଏକ୍ସପ୍ରେସ, ୭ରୁ ବିଶାଖାପାଟଣା-ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ, ୧୩ରୁ ବିଶାଖାପାଟଣା-ଦୁର୍ଗ-ବିଶାଖାପାଟଣା ଏବଂ ଅକେଫାବର ୨ରୁ ପୁରୀ-ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ ଚଳାଚଳ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛିଛ
ଯାତ୍ରୀଙ୍କ ସୁବିଧା ପାଇଁ କଟକ-ଗୁଣୁପୁର-କଟକ ଏକ୍ସପ୍ରେସକୁ ପାସେଞ୍ଜର ସ୍ୱତନ୍ତ୍ର ଭାବରେ ଚଳାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛ । ଏହି କାରଣରୁ ରେଳ ନମ୍ବର ୧୮୪୪୩/୧୮୪୪୪ କଟକ-ଗୁଣୁପୁର-କଟକ ଏକ୍ସପ୍ରେସକୁ ୦୮୪୨୧/୦୮୪୨୨ କଟକ-ଗୁଣୁପୁର-କଟକ ପାସେଞ୍ଜର ବିଶେଷ ରେଳ ଭାବରେ ଚଳାଇବା ପାଇଁ ସଂଶୋଧିତ କରାଯାଇଛି । ଏହା ୫ରୁ କଟକ ଏବଂ ୬ରୁ ଗୁଣୁପୁରରୁ କାର୍ଯ୍ୟକାରୀ କରାଯିବ । ରେଳ ନଂ ୦୮୪୨୧ କଟକ-ଗୁଣୁପୁର ପାସେଞ୍ଜର ସ୍ୱତନ୍ତ୍ର କଟକରୁ ଅପରାହ@ ୫.୩୦ମିରେ ଗୁଣୁପୁର ଅଭିମୁଖେ ଯାତ୍ରା କରିବ । ପ୍ରତ୍ୟାବର୍ତ୍ତନ ମାର୍ଗରେ ଗୁଣୁପୁରରୁ ରେଳ ନଂ ଗୁଣୁପୁର-କଟକ ପାସେଞ୍ଜର ସ୍ୱତନ୍ତ୍ର ରାତି ୨.୪୫ମିରେ କଟକ ଅଭିମୁଖେ ଯାତ୍ରା କରିବ । ଏଥିସହିତ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏବଂ ଇସ୍ପାତ ଏକ୍ସପ୍ରେସରେ ଏସି-୩ ଟାୟାର ସଂଯୋଗ କରାଯାଇଛି । ହାୱଡ଼ା-ଟିଟିଲାଗଡ, କଣ୍ଟାବାrି-ହାୱଡ଼ା ଇସ୍ପାତ ଏକ୍ସପ୍ରେସରେ ଏସି ୩ ଟାୟାର କୋ‘ର ସୁବିଧା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।
୧୫ ତାରିଖରୁ ଗୋଟିଏ ଏସି-୩ ଟାୟାର କୋଚ ସଂଯୋଗ କରାଯିବ । ହାୱଡା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସ ୧୫ରୁ ହାୱଡ଼ାରୁ ଏବଂ ୧୬ରୁ ଟିଟିଲାଗଡରୁ ଗୋଟିଏ ଏସି-୩ ଟାୟାର କୋଚ ସଂଯୋଗ କରାଯିବ । ହାୱଡ଼ା-କଣ୍ଟାବାrି-ହାୱଡ଼ା ଇସ୍ପାତ ଏକ୍ସପ୍ରେସ ୧୬ରୁ ହାୱଡ଼ାରୁ ଏବଂ ୧୭ରୁ କଣ୍ଟାବାrିରୁ ଗୋଟିଏ ଏସି-୩ ଟାୟାର କୋଚ ସଂଯୋଗ କରାଯିବ । ବିଶାଖାପାଟଣା-କୋଲାମ ଏବଂ ବିଶାଖାପାଟଣା-ଟାଟା ଏକ୍ସପ୍ରେସ ଏଲଏଚବି କୋଚ ସହିତ ଚଳାଚଳ କରିବ । ଏହି ରେଳ ବିଶାଖାପାଟଣାରୁ ୧୧ରୁ ଏବଂ କୋଲାମରୁ ୧୨ରୁ ଆଧୁନିକ ଏଲଏଚବି କୋଚ ସହିତ ଚଳାଚଳ କରିବ । ବିଶାଖାପାଟଣା-ଟାଟା-ବିଶାଖାପାଟଣା ଏକ୍ସପ୍ରେସ୍‌ ବିଶାଖାପାଟଣାରୁ ୧୪ରୁ ଏବଂ ଟାଟାରୁ ୧୫ରୁ ଆଧୁନିକ ଏଲଏଚବି କୋଚ ସହିତ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢିବ ବର୍ଷା

ବଢିବ ବର୍ଷା

Read More...

ଜିଓ,ଏୟାରଟେଲ ଓଡ଼ିଶାରେ ଯୋଗାଇବେ ୫ଜି ସେବା

ଜିଓ,ଏୟାରଟେଲ ଓଡ଼ିଶାରେ ଯୋଗାଇବେ ୫ଜି ସେବା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page