ଜୟନ୍ତୀପୁର ହାଇସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଠାରୁ ୪.୬୮ କୋଟି ଟଙ୍କାର ସମ୍ପତ୍ତି ଠାବ

August 05, 2022, ଓଡ଼ିଶା, , Anupambharat News Bureau


ଜୟନ୍ତୀପୁର ହାଇସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଠାରୁ ୪.୬୮ କୋଟି ଟଙ୍କାର ସମ୍ପତ୍ତି ଠାବ
Anupambharat News Bureau
August 05, 2022


ବ୍ରହ୍ମପୁର/ପାତ୍ରପୁର ,୫ା୮(ଅନୁପମ ମିଡ଼ିଆ): ପାତ୍ରପୁର ବ୍ଲକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକକାଳୀନ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୧୩ଟି ସ୍ଥାନରେ ଚଢ଼ାଉ କରି ୪ କୋଟି ୬୬ ଲକ୍ଷ ୭୦ ହଜାର ୮୬୫ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଗଣେଶ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ଗଣେଶ ଚନ୍ଦ୍ର ପ୍ରଧାନଙ୍କ ସୂତ୍ରରୁ ପ୍ରକାଶିତ ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ ୧୯୮୬ ମସିହା ଡ଼ିସେମ୍ବର ୧୬ ତାରିଖରେ ପିଇଟି ତଥା କ୍ରୀଡ଼ା ଶିକ୍ଷକ ଭାବେ ଚାକିରି ଆରମ୍ଭ କରିଥିବା ଦନାର୍ଦ୍ଦନ ସାହୁ ବିିଭିନ୍ନ ଉପାୟରେ ବେଆଇନ ଭାବେ ସମ୍ପତ୍ତି ଅର୍ଜନ କରିଥିବା ନେଇ ଅଭିଯୋଗ ପାଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିବା ଏବଂ ଉକ୍ତ ଅନୁସନ୍ଧାନକ୍ରମେ ବ୍ରହ୍ମପୁର ଭିଜିଲାନ୍ସ ଜଜ୍‌ଙ୍କ ୱାରେଣ୍ଟ୍‌ ବଳରେ ଆଜି ତାଙ୍କ ଜୟନ୍ତୀପୁର ସ୍ଥିତ ବାସଭବନ ଓ କାର୍ଯ୍ୟାଳୟ, ସମ୍ପର୍କୀୟଙ୍କ ସମେତ ୧୩ଟି ସ୍ଥାନରେ ଏକକାଳୀନ ତଲାସ କରାଯାଇଥିଲା । ଉକ୍ତ ତଲାସିରେ ୫୦,୨,୧୯,୫୪୪ ଟଙ୍କା ମୂଲ୍ୟର ୮ଟି ପ୍ଲଟ୍‌, ବ୍ରହ୍ମପୁର ଅନନ୍ତ ନଗର ୭୯.୬୪ ଲକ୍ଷ ଟଙ୍କାର ମୂଲ୍ୟର ୩ ମହଲା କୋଠା, ୧୭, ୫୮, ୯୦୮ ମୂଲ୍ୟର ଗୋଟିଏ କୋଠା, ୫୦ ଲକ୍ଷ ୨୩ ହଜାର ୬୭୧ ଟଙ୍କା ମୂଲ୍ୟର ଗୋଟିଏ ଗୋଦାମ ଗୃହ, ୩୮ ଲକ୍ଷ ଟଙ୍କା ମୂଲ୍ୟର ବଳରାମପୁର ଠାରେ ଗୋଟିଏ ମାର୍କେଟ୍‌ କମ୍ପ୍ଲେକ୍ସ, ୨୩,୭୧,୧୪୪ ଟଙ୍କା ମୂଲ୍ୟର ଜନୈକ ଅମିତ୍‌ କୁମାର ସାହୁଙ୍କ ନାମରେ ଥିବା ଗୋଟିଏ ପେଟ୍ରୋଲ୍‌ ପମ୍ପ, ଜୟନ୍ତୀପୁର ବସଷ୍ଟାଣ୍ଡ୍‌ ୧.୭୩ ଲକ୍ଷ ଟଙ୍କା ମୂଲ୍ୟର ୩ଟି ଦୋକାନ ଗୃହ, ଜୟନ୍ତୀପୁର ବସଷ୍ଟାଣ୍ଡ୍‌ରେ ୨୭ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଦୁଇ ମହଲା କୋଠା, ୯ ଲକ୍ଷ ୪୧ ହଜାର ୮୨୦ ଟଙ୍କା ମୂଲ୍ୟର ଆଉ ଏକ ଦୁଇ ମହଲା କୋଠା, ୧,୫୪,୭୨୧ ଟଙ୍କା ମୂଲ୍ୟର ଗୋଟିଏ କୋଠା, ୪୯ ଲକ୍ଷ ମୂଲ୍ୟରେ ଭୁବନେଶ୍ୱର ଠାରେ ଗୋଟିଏ ପ୍ଲଟ୍‌, ଜୟନ୍ତୀପୁର ଠାରେ ଶିକ୍ଷକଙ୍କ ସାଙ୍ଗ କୁହାଯାଉଥିବା ଦୁର୍ଯେ୍ୟାଧନ ସେଠୀଙ୍କ ନାମରେ ଥିବା ୨୭,୩୦,୭୦୦ ଟଙ୍କା ମୂଲ୍ୟର ଜୟନ୍ତୀପୁର ଠାରେ ଗ୍ୟାସ୍‌ ଏଜେନ୍ସି ସମେତ ୧୦,୧୭,୫୭୦ ଟଙ୍କାର ଦାମୀ ଗୃହ ଉପକରଣ, ୧୧,୬୨,୯୩୫ ଟଙ୍କା ମୂଲ୍ୟର ନିଜ ନାମରେ ଥିବା ହୁଣ୍ଡାଇ କ୍ରେଟା କାର୍‌, ତାଙ୍କ ପୁତ୍ରଙ୍କ ନାମରେ ଥିବା ୧,୪୦,୭୬୮ ଟଙ୍କା ମୂଲ୍ୟର ଗୋଟିଏ ପଲସର୍‌ ବାଇକ୍‌, ୪୨ ହଜାର ୧୬୨ ଟଙ୍କାର ଗୋଟିଏ ହୁଣ୍ଡା ଆକଫିଭା, ୨୫,୧୧,୨୬୫ ଟଙ୍କା ମୂଲ୍ୟର ୭୨୧.୫ ଗ୍ରାମ୍‌ ସୁନା ଗହଣା, ୧୭ ହଜାର ଟଙ୍କା ମୂଲ୍ୟର ରୂପା ଗହଣା, ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା, ୧୪ ଲକ୍ଷ ଟଙ୍କା ମୂଲ୍ୟର ୭୦୦ ବସ୍ତା ଚିନି, ବିଭିନ୍ନ ବ୍ୟାଙ୍କରେ ନିଜେ ଓ ସ୍ତ୍ରୀ ପରିବାର ବର୍ଗଙ୍କ ନାମରେ ୩,୩୮,୦୮୫ ଟଙ୍କା ଜମା, ବୀମା ବାବଦରେ ୭,୮୮,୫୬୫ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏଲ୍‌ଆଇସି ପି୍ରମିୟମ୍‌ ବାବଦରେ ୭,୮୮,୫୬୫ ଟଙ୍କା ଜମା କରିଥିବା ଜଣାପଡିଛି । ତେବେ ସନ୍ଧ୍ୟା ସୁଦ୍ଧା ଜବତ ସମ୍ପତ୍ତିର ମୂଲ୍ୟ ଭିଜିଲାନ୍ସ ପକ୍ଷରୁ ୪ କୋଟି ୬୬ଲକ୍ଷ ୭୦ ହଜାର ୮୬୫ ଟଙ୍କା ଆକଳନ କରାଯାଇଛି । ଏବଂ ଅଧିକ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ

ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ

Read More...

ଓଡ଼ିଶା ପାଇଁ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲାଯାଉ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶା ପାଇଁ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲାଯାଉ: ଧର୍ମେନ୍ଦ୍ର ପ୍ରଧାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page