ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଭକ୍ତଙ୍କ ଲାଗି ଖୋଲିବ ଗୁଣ୍ଡିଚା ମନ୍ଦିର

August 06, 2022, ଓଡ଼ିଶା, , Anupambharat News Bureau


ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:   ଭକ୍ତଙ୍କ ଲାଗି ଖୋଲିବ ଗୁଣ୍ଡିଚା ମନ୍ଦିର
Anupambharat News Bureau
August 06, 2022


ପୁରୀ,୬ା୮(ଅନୁପମ ମିଡ଼ିଆ):ଗୁଣ୍ଡିଚାମନ୍ଦିର ଭକ୍ତଙ୍କ ଲାଗି ଖୋଲାଯିବ । ବାସହୀନ ଗରିବ ସେବାୟତଙ୍କୁ ଖୁବ୍‌ଶୀଘ୍ର ବାସଗୃହ ଯୋଗାଇଦିଆଯିବ । ଏଥିପାଇଁ ଶ୍ରୀମନ୍ଦିର ସେବାୟତ ବାସଗୃହ ଯୋଜନା ଲାଗି ପ୍ରସ୍ତୁତ ପ୍ଲାନକୁ ଶ୍ରୀମନ୍ଦିର ପରିଚାଳନ କମିଟି ଅନୁମୋଦନ କରିଛି । ଏତଦ୍‌ବ୍ୟତୀତ ଶ୍ରୀମନ୍ଦିର ଗୁରୁକୁଳ ସୋସାଇଟି ପାଇଁ ପ୍ରାସ୍ତବିତ ରେଜିଷ୍ଟ୍ରେସନ ଓ ଏମ୍‌ଓୟୁକୁ ମଧ୍ୟ ଅନୁମୋଦନ ମଳିଛି । ଆଜି ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ପରିଚାଳନା କମିଟିର ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ବୀର ବିକ୍ରମ ଯାଦବ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେଯେ, ବୈଠକରେ ଚଳିତବର୍ଷର ସ୍ନାନଯାତ୍ରା ଓ ରଥଯାତ୍ରାର ସମୀକ୍ଷା କରାଯାଇଥିଲା । ପରିଚାଳନାକମିଟିରେ ପୂର୍ବରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ସେବାୟତ ବାସଗୃହ ଯୋଜନା ପାଇଁ ପ୍ରସ୍ତୁତ ପ୍ଲାନ୍‌ ଅନୁମୋଦିତ ହୋଇଛି । ଶ୍ରୀମନ୍ଦିର ଗୁରୁକୁଳ ସୋସାଇଟି ପାଇଁ ପ୍ରାସ୍ତବିତ ଏମ୍‌ଓୟୁକୁ ମଧ୍ୟ ପରିଚାଳନା କମିଟିର ଅନୁମୋଦନ ମଳିଛି । ଦୀର୍ଘ ଅଢେଇ ବର୍ଷ ଧରି ବନ୍ଦ ରହିଥିବା ଗୁଣ୍ଡିଚାମନ୍ଦିର ମରାମତି କାର୍ଯ୍ୟ ସରିବା ପରେ ଭକ୍ତଙ୍କ ଲାଗି ଏହା ଖୋଲାଯିବ । ତେବେ ଗୁଣ୍ଡିଚାମନ୍ଦିର ଆଡ଼ପ ମଣ୍ଡପ ଓ ରୋଷଘର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରିବେ ନାହଁ । ଆସନ୍ତା ବର୍ଷ ରଥଯାତ୍ରାକୁ ଅଧିକ ଆର୍ଷଣୀୟ ଓ ଶୃଙ୍ଖଳିତ କରିବା ପାଇଁ ପ୍ରସ୍ତାବ ଆସିଛି । ରଥ ଉପରେ ଠାକୁର ରହୁଥିବାବେଳେ ଦର୍ଶନାର୍ଥୀମାନେ ଯେପରି ଭଲଭାବରେ ଦର୍ଶନ କରିପାରବେ ସେ ସମ୍ପର୍କରେ ଅଲୋଚନା ହୋଇଥିଲା ।
ତେଣୁ ରଥ ଉପରେ ଆବଶ୍ୟକତାଠାରୁ ଯେଭଳି ଅଧିକ ସେବାୟତ ନରହିବେ ସେଥିପାଇଁ ପଦକ୍ଷେପ ନିଆଯିବ । ରଥ ଉପରେ କେତେ ସେବାୟତ ରହିବେ ସେ ସମ୍ପର୍କରେ ପରବର୍ତ୍ତୀ ସମୟରେ ଅଲୋଚନା କରାଯିବ ବୋଲି ମୁଖ୍ୟପ୍ରଶାସକ କହିଥିଲେ । ଗୁରୁକୂଳ ନିର୍ମାଣ ନିମନ୍ତେ ସୁପ୍ରିମକୋର୍ଟଙ୍କ ପକ୍ଷରୁ୬କୋଟି୧୯ ଲକ୍ଷ ୮୯ ହଜାର ୨୦୨ ଟଙ୍କା ଶ୍ରୀମନ୍ଦିର ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଗୁରୁକୂଳ ନିର୍ମାଣର ଅବଶିଷ୍ଟ ଖର୍ଚ୍ଚର୍ ରାଜ୍ୟସରକାର ବହନ କରିବେ । ଗୁରୁକୂଳ ଯୋଜନା ଲାଗି ରାଜ୍ୟ ସରକାର ଅବଢା ଯୋଜନାରେ ୨୦କୋଟିରୁ ଊର୍ଦ୍ଧ୍ୱ ବ୍ୟୟ ଅଟକଳ ରଖିଛନ୍ତି । ଶ୍ରୀମନ୍ଦିର ସେବାୟତଙ୍କ ବାସଗୃହ
ନିର୍ମାଣ ଲାଗି ହରଚଣ୍ଡିସାହିରେ ୩.୧୮ ଏକର ଓ ମାଟିମଣ୍ଡପ ସାହିରେ ୨.୮୧ଏକ ଜମି ମିଳିଛି । ସମ୍ପୃକ୍ତ ଜମିର ମାପଚୁପ ଓ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶ୍ରୀଘ୍ର ବାସଗୃହ ନିର୍ମାଣ କରାଯାଇ ପ୍ରାଥମିକ ଭାବେ ୪୦୦ ବାସହୀନ ଗରିବ ସେବାୟତଙ୍କୁ ଯୋଗାଇଦିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ୍‌ ମହାପାତ୍ର ଗଣମାଧ୍ୟକୁ କହିଥିଲେ । ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା,ଏସ୍‌ପି କନୱାର ବିଶାଳ ସିଂ,ଶ୍ରୀମନ୍ଦିର ପରିଚାଳନ କମିଟିର ସଦସ୍ୟବୃନ୍ଦ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଜିଲ୍ଲାକୁ  ‘ରେଡ୍‌’ ୱାର୍ଣ୍ଣିଂ

ଦୁଇ ଜିଲ୍ଲାକୁ ‘ରେଡ୍‌’ ୱାର୍ଣ୍ଣିଂ

Read More...

ଚୋରା ମଦ ଧରପଗଡ଼ରୁ ଆକ୍ରମଣ:  ତହସିଲଦାରଙ୍କ ମୁଣ୍ଡ ଫାଟିଲା

ଚୋରା ମଦ ଧରପଗଡ଼ରୁ ଆକ୍ରମଣ: ତହସିଲଦାରଙ୍କ ମୁଣ୍ଡ ଫାଟିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page