ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଶାହା

August 09, 2022, ଓଡ଼ିଶା, , Anupambharat News Bureau


ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ଶାହା
Anupambharat News Bureau
August 09, 2022

ଭୁବନେଶ୍ୱର,୮ା୮(ଅନୁପମ ମିଡ଼ିଆ): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୋମବାର ଶ୍ରୀଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଓ ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ମନ୍ଦିର ଭିତରେ ସେ ସର୍ବପ୍ରଥମେ ଶ୍ରୀଗଣେଶଙ୍କୁ ଦର୍ଶନ କରିଥିଲେ । ତାପରେ ଶ୍ରୀଲିଙ୍ଗରାଜଙ୍କର ପୂଜାର୍ଚ୍ଚନା କରିଥିଲେ । ସେଠାରେ ସେ ଜଳାଭିଷେକ ମଧ୍ୟ କରିଥିବା ଜଣା ପଡିଛି । ଶାହା ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ସେ ଦଶନାିର୍ଥୀ ଖାତାରେ ସ୍ୱାକ୍ଷର କରି ମନ୍ଦିରରୁ ବାହାରିଥିଲେ । ଏ ସମ୍ପର୍କରେ ସେ ଟ୍ୱିଟ କରି କହିଛନ୍ତି ଯେ,ପବିତ୍ର ଶ୍ରାବଣ ମାସରେ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ମହାଦେବଙ୍କ ଦର୍ଶନ ଲାଭ କରି ଅତ୍ୟନ୍ତ ଆନନ୍ଦିତ । ଏହି ମନ୍ଦିର ହେଉଛି ଭାରତୀୟ ସଂସ୍କୃତିର ଏକ ଐତିହାସିକ ସ୍ଥଳୀ, ଯେଉଁଥିରେ ପ୍ରତ୍ୟେକଟି ଶିଳା ଉପରେ ନିର୍ମିତ କଳାକାରୀ ପ୍ରାଚୀନ ଭାରତୀୟ କାରିଗରୀର ଅଦ୍ଭୂତ ଚମକିାରକୁ ବହନ କରୁଛି । ଏହା ପରେ ଶ୍ରୀଲିଙ୍ଗରାଜ
ମନ୍ଦିରରୁ ବାହାରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇ ଏବଂ ସେଠାରେ ଚା ଓ ଜଳପାନ କରିଛନ୍ତି । ସମୀର ମହାନ୍ତିଙ୍କ ପୁରୁଣା ଭୁବନେଶ୍ୱର ବାସଭବନରେ ଶାହା ପହଞ୍ଚିବା ପରେ ତାଙ୍କୁ ଉତ୍ତରୀୟ ଦେଇ ପାରମ୍ପରିକ ରୀତିରେ ସ୍ୱାଗତ କରାଯାଇଥିଲା । ଏଠାରେ ମଧ୍ୟ ରାଜ୍ୟ ବିଜେପିର ବହୁ ନେତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଏହା ପରେ ଶାହା କଟକ ଗସ୍ତ କରି ନେତାଜୀ ସୁବାଷ ବୋଷଙ୍କ ଜନ୍ମସ୍ଥଳୀକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପରେ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଶାହା ମୋଦି @୨୦ ପୁସ୍ତକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲଗାଣବର୍ଷାରେ ବ୍ରହ୍ମପୁର ବେହାଲ୍‌

ଲଗାଣବର୍ଷାରେ ବ୍ରହ୍ମପୁର ବେହାଲ୍‌

Read More...

ପାଞ୍ଚ ଦିନ ଜାରି ରହିବ ବର୍ଷା :ତିନି ଜିଲ୍ଲାକୁ ରେଡ୍‌ ଓ ଆଠ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପାଞ୍ଚ ଦିନ ଜାରି ରହିବ ବର୍ଷା :ତିନି ଜିଲ୍ଲାକୁ ରେଡ୍‌ ଓ ଆଠ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page