ଲେଖକ ରସିଦଙ୍କୁ ଛୁରା ମାଡ଼

August 12, 2022, ବିଦେଶ, , Anupambharat News Bureau


ଲେଖକ ରସିଦଙ୍କୁ ଛୁରା ମାଡ଼
Anupambharat News Bureau
August 12, 2022


ନୁ୍ୟୟର୍କ,୧୨ା୮:ବୁକର ପୁରସ୍କାର ଜିତିଥିବା ବିବାଦୀୟ ଲେଖକ ସଲମାନ୍‌ ରସିଦଙ୍କୁ ନୁ୍ୟୟର୍କରେ ଜଣେ ଦୁର୍ବୃତ୍ତ ଛୁରା ମାଡ଼ କରିିଛି । ନୁ୍ୟୟର୍କର ଏକ କାର୍ଯ୍ୟକ୍ରମରେ ରସିଦ ଲେକଚର ଦେଉଥିବା ବେଳେ ମଞ୍ଚ ଉପରେ ତାଙ୍କୁ ଛୁରାମାଡ଼ ହୋଇଥିଲା । ହଠାତ ମଞ୍ଚ ଉପରକୁ ଜଣେ ଦୁର୍ବୃତ୍ତ ଝଡ଼ ବେଗରେ ଆସି କେହି କିଛି ବୁଝିବା ଆଗରୁ ରସିଦଙ୍କୁ ଆକ୍ରମଣ କରିଥିଲ । ଏହା ପରେ ଲେଖକ ଜଣକ ତଳେ ପଡ଼ିଯାଇଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଛି । ଘଟଣା ପରେ ସେଠାରେ ଉପସ୍ଥିତ ଲୋକେ ଆକ୍ରମଣକାରୀକୁ କାବୁ କରି ପୋଲିସ ହେପାଜତରେ ଦେଇଥିଲେ । ଆକ୍ରମାଣକାରୀଙ୍କୁ ଅଟକ ରଖାଯାଛି । ରସିଦଙ୍କ ବହି ‘ଦି ସାଟାନିକ ଭର୍ସେସ’ ପାଇଁ ୧୯୮୦ରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ଇସଲାମ ବିରୋଧୀ ଦର୍ଶାଇ ଏହି ବହିକୁ ୧୯୮୮ରୁ ଇରାନରେ ନିଷଦ୍ଧ କରାଯାଇଛି । ୧୯୮୯ରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଖୋମିନି ରସିଦଙ୍କ ହତ୍ୟା ପାଇଁ ଫତୱା ଜାରି କରିଥିଲେ । ୨୦୧୨ରେ ଇରାନର ଏକ ଧାର୍ମିକ ସଂସ୍ଥା ରସିଦଙ୍କୁ ଯିଏ ହତ୍ୟା କରିବ ତାଙ୍କୁ ୨.୮ ନିୟୁତ ଡଲାର ଦିଆଯିବ ବୋଲି ଘୋଷଣା କରିଥିଲା । ପରେ ଏହି ପୁରସ୍କାର ରାଶିକୁ ୩.୩ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା । ମୂଳ ଭାରତୀୟ ରସିଦ ଜଣେ ବ୍ରିଟେନ୍‌ ନାଗରିକ । ଦୀର୍ଘ ୨୦ ବର୍ଷ ହେଲା ରସିଦ୍‌ ଆମେରିକାରେ ରହି ଆସୁୁଛନ୍ତି । ଆକ୍ରମଣର କାରଣ ଜଣାପଡ଼ି ନଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରାଜ୍ୟ କ୍ୟାବିନେଟ୍‌ : ୧୬ ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟ୍‌ : ୧୬ ପ୍ରସ୍ତାବ ଉପରେ ମୋହର

Read More...

 ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ ପାଇବେ ଓଡ଼ିିଶାର ଚାରି ପୋଲିସ୍‌ ଅଧିକାରୀ

ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ ପାଇବେ ଓଡ଼ିିଶାର ଚାରି ପୋଲିସ୍‌ ଅଧିକାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page