ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି ୬.୭୧%

August 12, 2022, ଦେଶ, , Anupambharat News Bureau


ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି ୬.୭୧%
Anupambharat News Bureau
August 12, 2022


ନୂଆଦିଲ୍ଲୀ: ଦେଶରେ ଦରବୃଦ୍ଧିକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ ଜୁଲାଇରେ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ହାର ହ ୍ରାସ ପାଇଛି । ଗତ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ହ ୍ରାସ ପାଇ ୬.୭୧ ପ୍ରତିଶତରେ ରହିଥିଲା । ଏହା ଗତ ପାଞ୍ଚ ମାସରେ ସବୁଠୁ କମ । ଜୁନ ମାସରେ ଏହି ସଂଖ୍ୟା ୭.୦୧ ପ୍ରତିଶତ ଥିଲା । ଏହା ପୂର୍ବରୁ ଫେବ୍ରୁଆରୀରେ ମୁଦ୍ରାସ୍ପୀତି ହାର ୬.୦୭ ପ୍ରତିଶତ ଥିଲା ।ପରିସଂଖ୍ୟାନ ଅନୁସାରେ ୨୦୨୧ ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି ହାର ୫.୫୯ ପ୍ରତିଶତ ଥିଲା । ତେବେ ଏବେ ବି ଏହି ସଂଖ୍ୟା ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ସୀମା ୬ ପ୍ରତିଶତରୁ ଉପରେ ରହିଛି । ଏହା ଗତ ସାତ ମାସ ଧରି ଛଅ ପ୍ରତିଶତରୁ ଅଧିକ ରହିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଖୁଚୁରା ମୁଦ୍ରାସ୍ପୀତି ୭.୦ ପ୍ରତିଶତ ଉପରେ ରହିଥିଲା ।ଏହା ପୂର୍ବରୁ ଜୁଲାଇରେ ଦରବୃଦ୍ଧି ହାର ୬.୬୫ ପ୍ରତିଶତ ରହିପାରେ ବୋଲି ଅନୁମାନ କରାଯାଉଥିଲା । ଖାଦ୍ୟ ପଦାର୍ଥ ମୂଲ୍ୟରେ ହ ୍ରାସ ଏବଂ ଇନ୍ଧନ ଉପରେ ଟିକସ କମ କରାଯିବା ପରେ ଦରବୃଦ୍ଧି ହ ୍ରାସ ହେବାର ସଂକେତ ମିଳିଥିଲା । ଲଗାତାର ଚିନ୍ତାର କାରଣ ପାଲଟିଥିବା ଖୁଚୁରା ମୁଦ୍ରାସ୍ପୀତି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଦୁଇ ପ୍ରତିଶତ ହ ୍ରାସ ହୋଇ ୫ ପ୍ରତିଶତର ସ୍ତରରେ ପହଞ୍ଚିପାରେ । ଗତ ତିନି ମାସରେ ସରକାର ଏବଂ ରିଜର୍ଭବ୍ୟାଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଯୋଗୁଁ ଦରବୃଦ୍ଧିରେ ଆସାନ୍ୟ ଆଶ୍ୱସ୍ତି ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବନ୍ଦ ହେବ ଜନସନ ଏଣ୍ଡ ଜନସନ ବେବି ପାଉଡର

ବନ୍ଦ ହେବ ଜନସନ ଏଣ୍ଡ ଜନସନ ବେବି ପାଉଡର

Read More...

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ :ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ :ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page