ଏନ୍‌ଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହ: ଦେଶରେ ନୂତନ ମଡେଲ ସୃଷ୍ଟି କରିବ: ଧର୍ମେନ୍ଦ୍ର

August 13, 2022, ଓଡ଼ିଶା, , Anupambharat News Bureau


ଏନ୍‌ଆଇଟି ରାଉରକେଲାର ସମାବର୍ତ୍ତନ ସମାରୋହ: ଦେଶରେ ନୂତନ ମଡେଲ ସୃଷ୍ଟି କରିବ: ଧର୍ମେନ୍ଦ୍ର
Anupambharat News Bureau
August 13, 2022


ରାଉରକେଲା/ଭୁବନେଶ୍ୱର, ୧୩ା୮(ଅନୁପମ ମିଡ଼ିଆ): ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାନୁଷ୍ଠାନକୁ ବ୍ଲକ ଚେନ ଆଧାରିତ ଟେକ୍ନୋଲୋଜି ସାହାଯ୍ୟରେ ସୁନ୍ଦରଗଡ଼ବାସୀଙ୍କ କଲ୍ୟାଣରେ ଭାଗୀଦାର ହେବାକୁ ଆହ୍ୱାନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ପ୍ରଧାନ କହିଛନ୍ତି ଯେ, ଏନଆଇଟି ରାଉରକେଲା ପରି ସମ୍ମାନଜନକ ଅନୁଷ୍ଠାନ ଶିଳ୍ପ ବିପ୍ଳବ ୪.୦ରୁ ଉଭା ହେଉଥିବା ସୁଯୋଗର ସମ୍ପୂର୍ଣ୍ଣ ବ୍ୟବହାର କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଏକ ଲାବରୋଟୋରୀରେ ଭାବରେ ପରିଣତ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ଏନଆଇଟି ରାଉରକେଲା ବ୍ଲକ ଚେନ ଆଧାରିତ ଟେକ୍ନୋଲୋଜି ସାହାଯ୍ୟରେ ସୁନ୍ଦରଗଡ଼ର ସବୁ ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବା ଦରକାର । ପ୍ରଧାନ କହିଛନ୍ତି ଚଳିତ ଥର ଜନଜାତି ସମୁଦାୟର ନେତ୍ରୀ ଦ୍ରୌପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି ପଦବୀରେ ଅଭିଷିକ୍ତ ହେବା ଆମ ଗଣତନ୍ତ୍ରର ମହାନ ପରମ୍ପରାର ପ୍ରତିଫଳନ । ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ଦିଗରେ ଆମର ଭାରତୀୟ ଭାଷା ଏକ ଚାବିକାଠି ହେବ ।
ସେହିପରି ପ୍ରଧାନ ସମାବର୍ତ୍ତର୍ନ ସମାରୋହ ପ୍ରସଙ୍ଗରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ସମାବର୍ତ୍ତନ ଛାତ୍ର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ମୋର ବିଶ୍ୱାସ ଯେ ଆଜି ସ୍ନାତକ ହାସଲ କରିଥିବା ହୋଇଥିବା ଛାତ୍ରଛାତ୍ରୀମାନେ ଅପାର ସଫଳତା ହାସଲ କରିବେ ଏବଂ ସମାଜ ତଥା ଦେଶ ପ୍ରତି ସେମାନଙ୍କର ଦାୟିତ୍ୱକୁ ମଧ୍ୟ ପୂରଣ କରିବେ । ଆମେ ସମାବର୍ତ୍ତନ ଉତ୍ସବ ପାଳନ କରୁଥିବା ବେଳେ ଆମେ ସମସ୍ତେ ଆମକୋ ସିମକୋ ଗୁଳିକାଣ୍ଡ ଏବଂ ସୁନ୍ଦରଗଡର ଇତିହାସ ପୃଷ୍ଠାରେ ଅନାଲୋଚିତ ଜନଜାତି ନାୟକଙ୍କ ବିରତ୍ୱକୁ ସ୍ମୃଚିଚାରଣ କରିବା ଆବଶ୍ୟକ । ସହିଦ ନିର୍ମଳ ମୁଣ୍ଡା ଏବଂ ତାଙ୍କ ପରି ଅସଂଖ୍ୟ ସଂଗ୍ରାମୀଙ୍କ ବଳିଦାନ ହେତୁ ଆମେ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ ।
ଏନଆଇଟି ରାଉରକେଲା ବହୁମୁଖୀ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରେ ନିଜକୁ ରୂପାନ୍ତରଣ କରିବା ସହ କିପରି ସ୍ଥାୟୀ ଜୀବନଶୈଳି ପରିବେଶ ସୁରକ୍ଷାରେ ଅବଦାନ ରଖିପାରେ ଏବଂ ସମସ୍ତଙ୍କ ମଧ୍ୟରେ ସ୍ୱଚ୍ଛତାକୁ ଅଭ୍ୟାସରେ ପରିଣତ କରାଇବା ଦିଗରେ ପାଠ୍ୟକ୍ରମ ଆରମ୍ଭ କରିବା ଦରକାର । ଏନଆଇଟି ରାଉରକେଲା ଦେଶରେ ଜାତୀୟ ପ୍ରାଥମିକତା ହାସଲ କରିବା ପାଇଁ ନୂତନ ମଡେଲ ସୃଷ୍ଟି କରିବା ଦିଗରେ କାର୍ଯ୍ୟକରିବ ବୋଲି ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ପ୍ରଧାନ ଆହୁରି କହିଛନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହେବା ପରେ ଏନଆଇଟିର ଦାୟିତ୍ୱ ଓ ମହତ୍ତ୍ୱ ବଢ଼ିଛି । ଆଗାମୀ ଦିନରେ ଏନଆଇଟିକୁ ଗୋଟିଏ ଆଧୁନିକ ଶିକ୍ଷାନୁଷ୍ଠାନ ଭାବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଛାତ୍ରଛାତ୍ରୀମାନେ ଆସିବେ ଏବଂ ଜିଲ୍ଲାର ବିକାଶ ଦିଗରେ ମଧ୍ୟ ଶିକ୍ଷାନୁଷ୍ଠାନ କାମ କରିବା ଦିଗରେ ଆଲୋଚନା କରାଗଲା । ଏହି ଅବସରରେ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ମେଡ଼ାଲ ଓ ସ୍ନାତକ, ସ୍ନାତକୋତର, ପ୍‌ଏଚଡ଼ି ଡିଗ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଶିଷ୍ଟ ଆଲୁମନାସ ପୁରସ୍କାର-୨୦୨୧ ପ୍ରଦାନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବର୍ଷା ଓ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ବର୍ଷା ଓ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

Read More...

ରାମସା କ୍ଷେତ୍ରରେ ତାମ୍ପରା, ହୀରାକୁଦ ଜଳଭଣ୍ଡାର ଓ ଅଂଶୁପା

ରାମସା କ୍ଷେତ୍ରରେ ତାମ୍ପରା, ହୀରାକୁଦ ଜଳଭଣ୍ଡାର ଓ ଅଂଶୁପା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page