ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ସ୍ଥିତି ନାହିଁ , କାନ୍ଥ ପଡି ଚାରି ମୃତ

August 20, 2022, ଓଡ଼ିଶା, , Anupambharat News Bureau


ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ସ୍ଥିତି ନାହିଁ , କାନ୍ଥ ପଡି ଚାରି ମୃତ
Anupambharat News Bureau
August 20, 2022


ଭୁବନେଶ୍ୱର, ୨୦ା୮(ଅନୁପମ ମିଡ଼ିଆ): ଅବପାତର ପ୍ରଭାବରେ ମୟୁରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜରେ ୭ଟି ଗେଟ୍‌ ଖୋଲିଛନ୍ତି । ସେଠାରୁ ୧ ଲକ୍ଷ ୫ ହଜାର କୁ୍ୟସେକ ବନ୍ୟାଜଳ ଆସୁଛି । ଯାହାଦ୍ୱାରା ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ , ମାତ୍ର ବନ୍ୟା ସମ୍ଭାବନା କମ୍‌ । ସେହିପରି ବୁଢ଼ାବଳଙ୍ଗରେ ବିଶେଷ ବନ୍ୟା ସ୍ଥିତି ନାହିଁ । କି;ୁ ଆମେ ଉଭୟ ନଦୀ ଉପରେ ତିକ୍ଷଣ ନଜର ରଖିଛୁ । ଅପରପକ୍ଷରେ ଲଗାଣ ବର୍ଷା ଦ୍ୱାରା କାନ୍ଥ ପଡି ୩ ଜିଲ୍ଲାରେ ୪ ଜଣଙ୍କର ମୃତୁ୍ୟ ହୋଇଛି । ବାଲେଶ୍ୱର ଓ କେନ୍ଦୁଝରରେ ଜଣେ ଲେଖାଏଁ ଏବଂ ମୟୁରଭଞ୍ଜ ଜିଲ୍ଲାରେ ଦୁଇ ଜଣଙ୍କ କାନ୍ଥ ପଡିବାରୁ ମୃତୁ୍ୟ ଘଟିଛି ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ
ହୀରାକୁଦର ତଳମୁଣ୍ଡ ଅର୍ଥାତ ମହାନଦୀର ତଳମୁଣ୍ଡରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ରାଜ୍ୟରେ ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି କନ୍ଧମାଳ,ବୌଦ୍ଧ ଓ କଳାହାଣ୍ଡିରେ ହୋଇଛି । ଯାହାର ପ୍ରଭାବରେ ତେଲ୍‌ ନଦୀରେ ବି ଅଧିକ ପାଣି ଆସିବାର ସମ୍ଭାବନା ରହିଛି । ଖଇରମାଳ ତଳେ ଥିବା ଅନ୍ୟାନ୍ୟ ନଦୀ ଗୁଡ଼ିକରେ ବି ପାଣି ଆସିବ । ଯାହାଦ୍ୱାରା ମୁଣ୍ଡଳୀ ଠାରେ ୭.୫୦ ହଜାର କୁ୍ୟସେକ ବନ୍ୟାଜଳ ପାସ କରିବ । ଏହା ୩୬ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଛାଡିବା ଆରମ୍ଭ କରିଛି । ଲୋକେ ଘର ମୁହାଁ ହେଉଛନ୍ତି । ବନ୍ୟା ପରେ ପାନୀୟ ଜଳର ସମସ୍ୟାକୁ ଆଖି ଆଗରେ ରଖି ଜଗତସିଂହପୁର, ପୁରୀ, କେନ୍ଦ୍ରାପଡାରେ ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ହୀରାକୁଦର ଏବେ ୬ ଟି ଗେଟ୍‌ ବନ୍ଦ କରାଯାଇଛି । ୪ ଟି ଗେଟ୍‌ ଖୋଲା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ

Read More...

ବିଜେଡିର ଛ’ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ  :ଦେବୀ ପ୍ରସାଦଙ୍କୁ ଗଞ୍ଜାମ

ବିଜେଡିର ଛ’ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ :ଦେବୀ ପ୍ରସାଦଙ୍କୁ ଗଞ୍ଜାମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page