ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା

May 26, 2019, ଦେଶ, , Anupambharat News Bureau


ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା
Anupambharat News Bureau
May 26, 2019

କୋଲକାତା: ଚଳିତ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ସ୍ୱୀକାର କରିପାରୁ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିରବ ରହିଥିବା ମମତା ବାନାର୍ଜୀ ଏକ କବିତା ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଓ ବିଜେପି ଉଦ୍ଦେଶ୍ୟରେ ମମତା ଏହି କବିତା ଲେଖିଛନ୍ତି । ଯାହାକୁ ସେ ନିଜ ଟ୍ୱିଇଟ୍‌ରେ ହ୍ୟାଣ୍ଡଲରେ ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷାରେ ପୋଷ୍ଟ କରିଛନ୍ତି । କବିତାର ଶୀର୍ଷକ ରହିଛି ‘ମେଁ ନେହିଁ ମାନତି’ । ଏହି କବିତା ମାଧ୍ୟମରେ ନିଜକୁ ଶାନ୍ତ, ଚିତ୍ରକର ଓ ସଙ୍ଗୀତରେ ବିଶ୍ୱାସ ରଖୁଥିବା ଜଣେ ବ୍ୟକ୍ତି ବୋଲି ଦର୍ଶାଇଛନ୍ତିଛ ତେବେ ନିଜର ବିରୋଧୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି । ବିଜେପି ସାମ୍ପ୍ରଦାୟିକତା ବାଦର ବାର୍ତ୍ତା ବାଣ୍ଟୁଛି ବୋଲି ମମତା ଦର୍ଶାଇଛନ୍ତି । ତେବେ କବିତା ଶେଷରେ ମମତା ବସୁଧୈବ କୁଟୁମ୍ବକମ ଲେଖି ସମସ୍ତଙ୍କୁ ସାହସ ରଖିବା ପାଇଁ କହିଛନ୍ତି । ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ବିଜେପି ୧୮ଟି ଆସନରେ ବିଜୟୀ ହୋଇଥିବା ବେଳେ ରାଜ୍ୟର ଶାସକ ଦଳ ଟିଏମସି ୨୨ଟି ଏବଂ କଂଗ୍ରେସ ୨ଟିରେ ବିଜୟୀ ହୋଇଛି । ୨୦୨୧ରେ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପିର ସ୍ଥିତି ମଜଭୁତ ହେଉଥିବା ଦେଖି ଟିଏମସି ଏବେ ନୂଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ତେବେ ନିର୍ବାଚନରେ ବହୁ ସିଟ୍‌ ବିଜେପିକୁ ଚାଲି ଯାଇଥବା ବେଳେ ଏବେ ଟିଏମ୍‌ସିର ନେତୃତ୍ୱାଧୀନ ମମତାଙ୍କ ସରକାର ଏବେ ଏକ ପ୍ରକାର ନୀରବ ହୋଇଯାଇଥିବା ଜଣାପଡ଼ିଛି । ଉଲ୍ଲେଖଥାଉକି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସବୁ ଦଳକୁ ପଛରେ ପକାଇ ବହୁ ଆସନରେ ବିଜୟୀ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

Read More...

ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page