ଆସ୍ଥା ଜିଣିଲେ ନୀତିଶ

August 24, 2022, ଦେଶ, , Anupambharat News Bureau


ଆସ୍ଥା ଜିଣିଲେ ନୀତିଶ
Anupambharat News Bureau
August 24, 2022


ପାଟନା,୨୪ା୮: ବିହାର ରାଜନୀତିର ଅଚାନକ ଏକ ଅଚଳାବସ୍ଥା ସୃଷ୍ଟି ହେବା ପରେ ପରେ ପୁରୁଣା ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନୂଆ ମେଣ୍ଟ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ପରବର୍ତ୍ତୀ ଶାସନକାଳ ପର୍ଯ୍ୟନ୍ତ ଶପଥ ଗ୍ରହଣ କଲେ ।
ଏହା ପରେ ପରେ ସାମ୍ବିଧାନିକ ରିତୀନୀତି ଅନୁଯାୟୀ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ଆଜି ଆସ୍ଥା ଭୋଟ ଅନୁଷ୍ଠିତ ହୋଇଯାଇଛି । ସୂଚନାଯେ, ନିକଟରେ ବିଜେପି ହାତ ଛାଡ଼ି ମହାମେଣ୍ଟ ସହ ହାତ ମିଳାଇ ନୀତିଶ କୁମାର ନୂଆ ସରକାର ଗଠନ କରିଥିଲେ । ଭୋଟିଂ ପୂର୍ବରୁ ଆଜି ନୀତିଶ କୁମାର ତାଙ୍କ ଭାଷଣ ଚାଲୁଥିଲା ବେଳେ ବିଜେପି ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ । ବିଜେପିର ଗୃହ ତ୍ୟାଗ ପରେ ହୋଇଥିବା ଆସ୍ଥା ଭୋଟରେ ନୀତିଶ କୁମାର ଆବଶ୍ୟକ ସଂଖ୍ୟା ୧୬୦ଟି ଭୋଟ୍‌ ପୂରଣ କରିପାରିଥିଲେ । ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ନୀତିଶ କୁମାରଙ୍କ ସରକାରକୁ ୧୬୪ ଜଣ ବିଧାୟକ ସମର୍ଥନ କରିଥିବା ବେଳେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଥିଲେ ନୀତିଶ ।
ଆଜି ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟ୍‌ ବିତର୍କରେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଭାଗ ନେଇ ନୂଆ ପାର୍ଟନରସିପ ଏକ ଐତିହାସିକ ସାବ୍ୟସ୍ତ ହେବ ବୋଲି କହିଥିଲେ । ଏହି ଇନିଂସ କେବେ ଶେଷ ହେବନି । ତେବେ ବିଜେପି ନେତା ତାରା କିଶୋର ପ୍ରସାଦ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆୟୁଷ୍ମାନ ଓ ଜନ ଆରୋଗ୍ୟ ଯୋଜନା: କିନ୍ନରଙ୍କୁ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

ଆୟୁଷ୍ମାନ ଓ ଜନ ଆରୋଗ୍ୟ ଯୋଜନା: କିନ୍ନରଙ୍କୁ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା

Read More...

ସପେଫମ୍ବର ୩ରୁ  ସ୍ୱତନ୍ତ୍ର ଓଜେଇଇ

ସପେଫମ୍ବର ୩ରୁ ସ୍ୱତନ୍ତ୍ର ଓଜେଇଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page