୭୫ ବର୍ଷରେ ଦେଶରେ ଅପରାଧ ବଢ଼ିଛି ୧୦ ଗୁଣ

August 30, 2022, ଦେଶ, , Anupambharat News Bureau


୭୫ ବର୍ଷରେ ଦେଶରେ ଅପରାଧ ବଢ଼ିଛି ୧୦ ଗୁଣ
Anupambharat News Bureau
August 30, 2022


ନୂଆଦିଲ୍ଲୀ: ଦେଶରେ ଅପରାଧୀକ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଦେଶ ସ୍ୱାଧୀନ ହେବାର ବର୍ଷକ ପରେ ଅର୍ଥାତ ୧୯୪୮ ମସିହାରେ ଦେଶର ବିଭିନ୍ନ ଥାନାରେ ପ୍ରାୟ ୬ ଲକ୍ଷ ମାମଲା ରୁଜୁ ହୋଇଥିଲା । କି;ୁ ସ୍ୱାଧୀନତାର ୭୫ ବର୍ଷ ପରେ ଅର୍ଥାତ ୨୦୨୧ ମସିହା ସୁଦ୍ଧା ଦେଶର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମୋଟ ମାମଲା ସଂଖ୍ୟା ୬୦ ଲକ୍ଷ ଉପରେ ରହିଛି । ଅର୍ଥାତ ୭୫ ବର୍ଷ ମଧ୍ୟରେ ଭାରତରେ ଅପରାଧ ପ୍ରାୟ ୧୦ ଗୁଣା ବୃଦ୍ଧିପାଇଛି । ନ୍ୟାସନାଲ କ୍ରାଇମ ରେକର୍ଡ ବୁ୍ୟରୋ ରିପୋର୍ଟରୁ ଏହି ବିଷୟ ସାମନାକୁ ଆସିଛି ।
ନିକଟରେ ୨୦୨୧ ମସିହାର ଅପରାଧ ରେକର୍ଡକୁ ସାର୍ବଜନୀନ କରିଛି ନ୍ୟାସନାଲ କ୍ରାଇମ ରେକର୍ଡ ବୁ୍ୟରୋ । ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଭାରତରେ ମୋଟ ୬୦.୯୬ ଲକ୍ଷ ଅପରାଧିକ ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ଇଣ୍ଡିଆନ୍‌ ପେନାଲ କୋର୍ଡ ଆଧାରରେ ମୋଟ ୩୬.୬୩ ଲକ୍ଷ ମାମଲା ଦାୟର କରାଯାଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ୨୦୨୦ ତୁଳନାରେ ୨୦୨୧ରେ ୮ ପ୍ରତିଶତ କମ ମାମଲା ରୁଜୁ କରାଯାଇଛି । ୨୦୨୦ ମସିହାରେ ଦେଶରେ ମୋଟ ୬୬ ଲକ୍ଷ କେସ୍‌ ଫାଇଲ୍‌ ହୋଇଥିଲା । ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ସାରା ଦେଶରେ ୨୯,୨୭୨ ହତ୍ୟା ମାମଲା ରୁଜୁ ହୋଇଛି । ଅର୍ଥାତ ପ୍ରତିଦିନ ଦେଶରେ ୮୦ ଜଣ ହତ୍ୟାର ଶିକାର ହେଉଛନ୍ତି । ୨୦୨୦ ତୁଳନାରେ ୨୧ରେ ହତ୍ୟା ଗ୍ରାଫ୍‌ ୦.୩ ପ୍ରତିଶତ ଅଧିକ । ୨୦୨୦ ମସିହାରେ ଭାରତରେ ୨୯,୧୯୩ ହତ୍ୟା ମାମଲା ରୁଜୁ କରାଯାଇଥିଲା । ବିବାଦ କାରଣରୁ ଅଧିକାଂଶ ହତ୍ୟାର ଶିକାର ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ଗତ ବର୍ଷ ୧ ଲକ୍ଷରୁ ଅଧିକ ଲୋକଙ୍କୁ ଅପହରଣ କରାଯାଇଥିଲା । ଯେଉଁମାନଙ୍କ ଅପହରଣ ହୋଇଥିଲା ସେମାନଙ୍କ ମଧ୍ୟରୁ ୮୬, ୫୪୩ ଜଣ ହେଉଛନ୍ତି ମହିଳା । ଆଶ୍ଚର୍ଯ୍ୟକର କଥା ହେଉଛି ଅପହୃତ ମହିଳାଙ୍କ ମଧ୍ୟରୁ ୫୮ ହଜାରରୁ ଅଧିକ କେବଳ ନାବାଳିକା ରହିଛନ୍ତି ।
ମୋଟ ମାମଲା ମଧ୍ୟରୁ ମହିଳାଙ୍କ ବିରୁଦ୍ଧରେ ୪.୨୮ ଲକ୍ଷ ମାମଲା ରୁଜ ହୋଇଥିବା ବେଳେ ପ୍ରତିଦିନ ହିସାବରେ ଏହି ସଂଖ୍ୟା ୧୧୭୩ । ନାବାଳିକ ଏବଂ ନାବାଳିକାଙ୍କ ବିରୁଦ୍ଧରେ ଗତ ବର୍ଷ ୧.୪୯ ଲକ୍ଷ ମାମଲା ରୁଜୁ କରାଯାଇଛି । ଯାହାକି ୨୦୨୦ ତୁଳନାରେ ୧୬ ପ୍ରତିଶତ ଅଧିକ ।
ଗତ ବର୍ଷ ଭାରତରେ ମୋଟ ୩୧,୮୭୮ ଜଣ ଯୁବତୀ ଏବଂ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଅର୍ଥାତ ପ୍ରତି ଘଣ୍ଟାରେ ଭାରତରେ ୩ ଜଣ ଯୁବତୀ କିମ୍ବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଗଣଦୁଷ୍କର୍ମର ଶିକାର ହୋଇଥିବା ମୋଟ ସଂଖ୍ୟା ମଧ୍ୟରୁ ୨୮,୮୪୦ ଜଣ ୧୮ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୩୦୩୮ ଜଣ ନାବାଳିକା ରହିଛନ୍ତି । ସେହିଭଳି ୩୮୦୦ ଦୁଷ୍କର୍ମ ଉଦ୍ୟମ ମାମଲା ରୁଜୁ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ୯୭ ପ୍ରତିଶତ ମହିଳା କିମ୍ବା ଯୁବତୀ ନିଜ ସମ୍ପର୍କୀୟ କିମ୍ବା ଚିହ୍ନାଜଣା ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ।ଅର୍ଥାିତ ମୋଟ ୩୧,୮୭୮ ମାମଲାରୁ ୩୦,୫୭୧ ମାମଲାରେ ଅଭିଯୁକ୍ତ ପୀଡିତାଙ୍କ ‘ିହ୍ନାଜଣା ବ୍ୟକ୍ତି ରହିଛନ୍ତି । ଯେତେବେଳେ କି ୨୦୨୪ ମାମଲାରେ ପରିବାରର ହିଁ କୌଣସି ସଦସ୍ୟ ଅଭିଯୁକ୍ତ ଥିଲା ଛ
୨୦୨୧ରେ ଯେତିକି ମାମଲା ରୁଜୁ କରାଯାଇଥିଲା ତା ଠାରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଛ ଅର୍ଥାତ ଗତ ବର୍ଷ ବିଭିନ୍ନ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଂଖ୍ୟା ୫୮ ଲକ୍ଷରୁ ଉର୍ଦ୍ଧ୍ୱ ସେମାନଙ୍କ ମଧ୍ୟରୁ ୩୪.୯୨ ଲକ୍ଷ ଅଭିଯୁକ୍ତଙ୍କୁ ଆଇପିସି ଅପରାଧ ଏବଂ ୨୩.୧୭ ଲକ୍ଷ ଜଣଙ୍କୁ ଷ୍ଟେଟ୍‌ ଲଦ ଅପରାଧରେ ଗିରଫ କରାଯାଇଥିଲା । ସେହିଭଳି ଆଇପିସି ଅପରାଧରେ ୮.୮୫ ଲକ୍ଷ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଷ୍ଟେଟ୍‌ ଲ ଅପରାଧରେ ମୋଟ ୧୩.୨୮ ଅଭିଯୁକ୍ତଙ୍କୁ ଦୋଷର ସାବ୍ୟସ୍ତ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିକ୍ରି ହେବ ଶ୍ରୀଲଙ୍କା ଏୟାରଲାଇନ୍ସ

ବିକ୍ରି ହେବ ଶ୍ରୀଲଙ୍କା ଏୟାରଲାଇନ୍ସ

Read More...

ଗ୍ରାହକଙ୍କ ପାଇଁ ଷ୍ଟେଟବ୍ୟାଙ୍କ ଆଣିଲା ନୂଆ ସୁବିଧା

ଗ୍ରାହକଙ୍କ ପାଇଁ ଷ୍ଟେଟବ୍ୟାଙ୍କ ଆଣିଲା ନୂଆ ସୁବିଧା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page