ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବିଧାୟକ

September 01, 2022, ଦେଶ, , Anupambharat News Bureau


ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବିଧାୟକ
Anupambharat News Bureau
September 01, 2022


ରାଞ୍ଚି : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଦବୀ ପାଇଁ ଏକ ବଡ଼ଧରରଣର ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି । ଝାଡଖଣ୍ଡରେ ଜାରି ହୋଇଥିବା କଂଗ୍ରେସ ଓ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ଜେଏଏମ୍‌ଏମ୍‌ ମେଣ୍ଟ ସରକାରଙ୍କୁ ଭାଙ୍ଗିବା ପାଇଁ କେନ୍ଦ୍ର ନେତୃତ୍ୱାଧୀନ ଭାରତୀୟ ଜନତାପାଟି (ବିଜେପି) ପକ୍ଷରୁ ଯେଉଁ ଷଡ଼ଯନ୍ତ୍ର ଚାଲିଛି ଏହାକୁ ନେଇ ରାଜ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।
ତେବେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ପଦବୀକୁ ନେଇ ଆସ୍ଥା ରଖିଥିବା ଦଳର ନେତମାନେ ଆଜି ଝାଡ଼ଖଣ୍ଡ ରାଜ୍ୟପାଳ ରମେଶ ବୈଶ୍ୟଙ୍କୁ ଆଜି ସାକ୍ଷାତ କରିଛନ୍ତି ଏବଂ ରାଜ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟରେ ବିଜେପି ପକ୍ଷରୁ ସରକାର ଭାଙ୍ଗିବା ପାଇଁ ହେଉଥିବା ଯୋଜନା ସମ୍ପର୍କରେ ଜେଏମ୍‌ଏମ୍‌ ଓ କଂଗ୍ରେସର ନେତାମାନେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ।
ରାଜ୍ୟପାଳ କାର୍ଯ୍ୟାଳ ପକ୍ଷରୁ ଯେଉଁ ସୂଚନା ପ୍ରଘଟ ହେଉଛି ଏହାକୁ ନେଇ ଶାସକ ଦଳର ନେତାମାନେ କ୍ଷୋଭ ପ୍ରକାଶ କରିଛନ୍ତି । ତେଣୁ ରାଜ୍ୟରେ ଜାରି ରହିଥିବା ସରକାର କେତେଦୂର ତିଷ୍ଠି ରହିବ ଏ ସମ୍ପର୍କରେ ସେମାନେ ରାଜ୍ୟପାଳଙ୍କୁ ପ୍ରଶ୍ନ କରିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକମାନଙ୍କୁ ଠାରୁ ସିଧାସଳଖ ଭୋଟ ପାଇ ମୁଖ୍ୟମନ୍ତ୍ରୀ ହୋଇଥିବା ହେମନ୍ତ ସୋରେନଙ୍କୁ ଯେଉଁ ବିରୋଧ କରାଯାଉଛି ଏହା ଆଇନ ସମ୍ମତ ନୁହେଁ । ଏଣୁ ଏ ସମ୍ପର୍କରେ ରାଜ୍ୟପାଳ ବିଚାର କରନ୍ତୁ ବୋଲି ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି କୁହାଯାଇଛି । ଯେହେତୁ ମେଣ୍ଟ ସରକାରରେ ଆବଶ୍ୟକତ ସଂଖ୍ୟକ ସଂଖ୍ୟା ଗରିଷ୍ଠତା ରହିଛି ଏଣୁ ମୁଖ୍ୟମନ୍ତ୍ରୀଙ୍କ ବୈଧତା ସମ୍ପର୍କରେ କୌଣସି ବିଚାର କରିବା ଯଥାର୍ଥ ନାହିଁ । ତେଣୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଅବୈଧ ଘୋଷଣା କଲେ ମଧ୍ୟ ଏହାର ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ କାର୍ଯ୍ୟାଳୟ ପକ୍ଷରୁ କୌଣସି ତଥ୍ୟ ପ୍ରଘଟ କରାଯାଇନାହିଁ ବୋଲି ଝଡଖଣ୍ଡ ରାଜ୍ୟପାଳଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରାଜ୍ୟରେ ସୋରେନ ସରକାରଙ୍କୁ ହଟାଇବା ପାଇଁ ବିଜେପି ସରକାରଙ୍କୁ ସମ୍ଭାବ୍ୟ ଘୋଡ଼ା ବେପାର କାରବାରକୁ ଦୂରେଇ ରଖିବା ପାଇଁ ଝାଡ଼ଖଣ୍ଡର ବିଧାୟକମାନଙ୍କୁ ଛତିଶଗଡ଼ର ରାଜଧାନୀ ନଗରୀ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । କୌଣସି ନେତାଙ୍କ ପ୍ରଭାବର ଶିକାର ନହେବା ପାଇଁ ଉକ୍ତ ସୋରେନ ସମର୍ଥିତ ବିଧାୟକଙ୍କୁ ଅତ୍ୟନ୍ତ ବ୍ୟୟବହୁଳ ବିଳାସ ସମ୍ପନ୍ନ ହୋଟେଲରେ କେବଳ ରହିବା ଓ ଖାଇବା ପିଇବା ସମେତ ଆଶ୍ରୟ ନେବା ପାଇଁ ସୁବିଧା କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସୁଛି ଦୁଇଟି ଲଘୁଚାପ

ଆସୁଛି ଦୁଇଟି ଲଘୁଚାପ

Read More...

ଆସ୍ଥା ଭୋଟ୍‌ ଜିଣିଲେ କେଜରିୱାଲ

ଆସ୍ଥା ଭୋଟ୍‌ ଜିଣିଲେ କେଜରିୱାଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page