ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ

September 03, 2022, ଦେଶ, , Anupambharat News Bureau


ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ
Anupambharat News Bureau
September 03, 2022


ନୂଆଦିଲ୍ଲୀ,୩ା୯: ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଆଜି ଅତ୍ୟନ୍ତ ରୋମାଞ୍ଚକର ମନ୍ତବ୍ୟ ଦେଇ ରାଜନୀତିର କେନ୍ଦ୍ରକୁ ଆସିଛନ୍ତି । ଦେଶର ସମସ୍ତ ବିରୋଧୀ ରାଜନୈତିକ ଦଳ ଏକତ୍ରିତ ହେଉଥିବା କଥା ସେ କହିଥିବା ବେଳେ ୨୦୨୪ ନିର୍ବାଚନ ବେଳେ ବର୍ତ୍ତମାନର କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ମାତ୍ର ୫୦ ଆସନକୁ ହ୍ରାସ ପାଇଯିବ ବୋଲି ନିତୀଶ କୁମାର ଆଜି ଏକ ସାମ୍ବାଦିକମାନଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି । ଆଗକୁ ଦେଶର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଦେଶବ୍ୟାପୀ ସମସ୍ତ ରାଜନୈତିକ ଦଳଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି ଯେ, ପୁରୁଣା ନେତାମାନେ ହିଁ ଶାସନକୁ ଆସିବେ ନା କିଛି ପରିବର୍ତ୍ତନ ଆଣିବା ପାଇଁ ବିକଳ୍ପ ରହିବ । ବାସ୍ତବିକ କେନ୍ଦ୍ରରେ ଥିବା ବିଜେପି ସରକାରକୁ ମୁକାବିଲା ପାଇଁ ବିରୋଧୀ ଅଣ୍ଟା ଭିଡ଼ିବା ଆରମ୍ଭ କଲେଣି । ବିଜେପିକୁ ଘେରିବା ପାଇଁ ବିରୋଧୀଙ୍କ ରଣନୀତି ଆରମ୍ଭ ହୋଇଯାଇଛି । ଏଥିପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ସେପେଫମ୍ବର ୫ରେ ଦିଲ୍ଲୀ ଯାଇପାରନ୍ତି । ସେଠାରେ ସେ ବିରୋଧୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟି ୨୦୨୪ ନିର୍ବାଚନ ସମ୍ପର୍କରେ ଆଲୋଚନା କରିପାରନ୍ତି ନୀତୀଶ କୁମାର । ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ କୁମାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ବାମପନ୍ଥୀ ନେତାଙ୍କୁ ଭେଟି ବିଜେପିକୁ ୨୦୨୪ରେ କଡ଼ା ଟMର ଦେବା ପାଇଁ ଆଲୋଚନା କରିପାରନ୍ତି । ପାଟନାରେ ୨ ଦିନ ଧରି ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଥିଲା, ଯେଉଁଥିରେ ମୁଖ୍ୟ ପ୍ରସଙ୍ଗ ଥିଲା ୨୦୨୪ ସାଧାରଣ ନିର୍ବାଚନ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାକୁ ନୀତୀଶ କୁମାରଙ୍କୁ ଦଳ ପକ୍ଷରୁ ନେତା ଭାବେ ପ୍ରସ୍ତାବ ଆସିଥିଲା । ନିକଟରେ ବିଜେପି ହାତ ଛାଡ଼ି ମହାମେଣ୍ଟ ସହ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଯାଉଛନ୍ତି ନୀତିଣ କୁମାର । ନୀତୀଶ କୁମାର ଦଳୀୟ କର୍ମୀଙ୍କୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇ କହିଛନ୍ତି ଯେ, ସମସ୍ତ ମତଭେଦ ଭୁଲି ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟ କରିବାକୁ ସେ କହିଛନ୍ତି । ଦୁଇ ଦିନ ମଧ୍ୟରେ ଦିଲ୍ଲୀ ଯାଇ ସେଠାରେ ବିଭିନ୍ନ ଦଳର ନେତାଙ୍କ ସହ କଥା ହେବେ ବୋଲି ନୀତିଶ କହିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାକୁ ନୀତିଶ ରଣନୀତି ପ୍ରସ୍ତìତ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ବିରୋଧୀ ଏକଜୁଟ ହେଲେ ସହଜରେ ବିଜେପିକୁ ପରାସ୍ତ କରି ହେବ ବୋଲି ନୀତିଶ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ରାଜ୍ୟସଭା ସାଂସଦ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀ କହିଥିଲେ ଯେ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ପରେ ମଣିପୁର ମଧ୍ୟ ଜେଡି(ୟୁ) ମୁକ୍ତ ହୋଇଛି । ଖୁବ୍‌ ଶୀଘ୍ର ଆମେ ବିହାରରେ ଜେଡିୟୁ-ଆରଜେଡି ଗଠବନ୍ଧନ ଭାଙ୍ଗି ରାଜ୍ୟକୁ ଜେଡିୟୁ ମୁକ୍ତ କରିବୁ । ନୀତୀଶଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ହୋର୍ଡିଙ୍ଗ ଏବଂ ପୋଷ୍ଟର ଲଗାଇ କେହି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢୁଛି ଭାରତର ବିଦେଶୀ ଋଣ:  ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ

ବଢୁଛି ଭାରତର ବିଦେଶୀ ଋଣ: ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ

Read More...

ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page