ଅସ୍ଥିରତା ଭିତରେ ଟଙ୍କା ଭଲ ପ୍ରଦର୍ଶନ କରୁଛି: ଶକ୍ତିକାନ୍ତ

September 06, 2022, ଦେଶ, , Anupambharat News Bureau


ଅସ୍ଥିରତା ଭିତରେ ଟଙ୍କା ଭଲ ପ୍ରଦର୍ଶନ କରୁଛି: ଶକ୍ତିକାନ୍ତ
Anupambharat News Bureau
September 06, 2022


ନୂଆଦିଲ୍ଲୀ : ମୁଦ୍ରା ବିନିମୟ ବଜାରରେ ଘୋର ଅସ୍ଥିରତା ସତ୍ତେ୍ୱ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ଭଲ ରହିଛି । ଅନ୍ୟ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ପ୍ରଦର୍ଶନ କରୁଥିବା ବେଳେ ଟଙ୍କା ନିଜ ସ୍ଥିତିକୁ ବଜାୟ ରଖିପାରିଛି । ମୁଦ୍ରା ବଜାରରେ ଅସ୍ଥିରତାକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଦରକାର ସମୟରେ ହସ୍ତକ୍ଷେପ କରୁଛନ୍ତି । ଦେଶରେ ଥିବା ୫୬,୧୦୦ କୋଟି ଡଲାରର ଗଚ୍ଛିତ ବେଦେଶିକ ମୁଦ୍ରା ଭଣ୍ଡାର ଦେନିକ ବିପର୍ଯ୍ୟୟର ମୁକାବିଲା କରିବାରେ ସହାୟକ ହେଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତ ।
ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମେରିକାର ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋମି ପାେୱଲ ଜ୍ୟାକ୍ସନ୍‌ ହୋଲ୍‌ ଇ କୋନମିକ୍‌ ପଲିସି ସିମ୍ପୋଜିୟମ୍‌ ୨୦୨୨କୁ ସମ୍ବୋଧିତ କରିବା ପରେ ଷ୍ଟକ ବଜାର କାରବାର ଅସ୍ଥିର ଓ ଅନିଶ୍ଚିତ ରହିଛି । ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହୋଇ ୭୯ ଟଙ୍କା ୭୯ ପଇସା ହୋଇଯାଇଥିଲା । ରର୍ଜିଭ ବ୍ୟାଙ୍କର ହସ୍ତକ୍ଷେପ ପରେ ସେଥିରେ ସୁଧାର ଘଟିଥିଲା । ବଜାର ବନ୍ଦ ହେବା ବେଳକୁ ଟଙ୍କା ମୂଲ୍ୟ ୭୯ ଟଙ୍କା ୮୪ ପଇସା ରହିଥିଲା । ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବେଶ ଦୃଢ଼ ଭାବେ ବର୍ଣ୍ଣନା କରି ଶକ୍ତିକାନ୍ତ କହିଛନ୍ତି ଯେ ଦେଶ ବାହାରେ ଘଟୁଥିବା ଘଟଣାଗୁଡ଼ିକର ପ୍ରଭାବ ମୁକାବିଲା କରିବା ଲାଗି ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହା ମଧ୍ୟ ଜଣାଇଛନ୍ତି ଯେ ବିଶ୍ୱର ବହୁ ଦେଶ ମାନ୍ଦାବସ୍ଥା କିମ୍ବା ଅଭିବୃଦ୍ଧିରେ ହ ୍ରାସ ଭଳି ସ୍ଥିତିର ମୁକାବିଲା କରୁଥିବା ବେଳେ ଭାରତ ଦ୍ରୁତ ଗତିରେ ଆଗକ ଅଗ୍ରସର ହେଉଛି । ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ମୁଦ୍ରାସ୍ପୀତି ହାର ନିୟନ୍ତ୍ରଣ ମଧ୍ୟକୁ ଆସିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ସୋଭରେନ୍‌ ଗ୍ରିନ୍‌ ବଣ୍ଡ୍‌ ଜାରି କରିବା ଲାଗି ରିଜର୍ଭ ବ୍ୟାଙ୍କ ଓ ସରକାର ମିଳିତ ଭାବେ କାମ କରୁଛନ୍ତି ବୋଲି ଶଶିକାନ୍ତ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବୀନଙ୍କୁ ଭବ୍ୟ ସ୍ୱାଗତ

ନବୀନଙ୍କୁ ଭବ୍ୟ ସ୍ୱାଗତ

Read More...

୯ରୁ ପ୍ରବଳ ବର୍ଷା : ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୯ରୁ ପ୍ରବଳ ବର୍ଷା : ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page