ଜଳବାୟୁ ପରିବର୍ତ୍ତନରୁ ଦୁଇଗୁଣ ବୃଦ୍ଧି ପାଇଛି କ୍ଷୁଧା : ରିପୋର୍ଟ

September 16, 2022, ଦେଶ, , Anupambharat News Bureau


ଜଳବାୟୁ ପରିବର୍ତ୍ତନରୁ ଦୁଇଗୁଣ ବୃଦ୍ଧି ପାଇଛି କ୍ଷୁଧା : ରିପୋର୍ଟ
Anupambharat News Bureau
September 16, 2022


ଜେନେଭା:ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବା କିଛି ଦେଶରେ ଅବସ୍ଥା ସଂକଟାପନ୍ନ ହୋଇଛି । ଗତ ଦଶନ୍ଧୀର ଏହି ଦେଶଗୁଡ଼ିକରେ ଭୋକିଲା ଲୋକଙ୍କ ସଂଖ୍ୟା ଏତେ ମାତ୍ରାରେ ଦେଖାଦେଇଛି ଯେ ଲୋକେ ଭୋକ ଉପାସରେ ଜୀବନ ହାରୁଛନ୍ତି । ଅକ୍ସଫାମର ଏକ ଗବେଷଣା ରିପୋର୍ଟରେ ଏହି ସୂଚନା ମିଳିଛି ।
କେବଳ ସେତିକି ନୁହେଁ, ବିକାଶଶୀଳ ଦେଶଗୁଡ଼କ ଏହି ଦେଶକୁ ଦେଉଥିବା ସହଯୋଗରେ ମଧ୍ୟ କାଟ କରିଛନ୍ତି । ଫଳରେ ଗତ ୬ ବର୍ଷରେ ଏହି ଦେଶଗୁଡ଼ିକରେ ଭୋକର ସ୍ଥିତି ଗମ୍ବୀର ହୋଇଛି ବୋଲି ଅକ୍ସଫାମ ରିପୋର୍ଟରେ ଦର୍ଶାଇଛି । ଆଉ ଏହିସବୁର କାରଣ ପଛରେ ରହିଛି ପାଣିପାଗଜନିତ ସମସ୍ୟା । ଯାହା ପ୍ରଦୂଷିତ ରାଷ୍ଟ୍ରଗୁଡିକ ଦ୍ୱାରା ହେଉଛି । ଶିଳ୍ପସମ୍ବଳିତ ବିକଶିତ ରାଷ୍ଟ୍ରଗୁଡିକ ଅଧିକ ପ୍ରଦୃଷଣ କରୁଛନ୍ତି । ହେଲେ ଏହାର ପରିଣାମ ଭୋଗୁଛନ୍ତି କମ୍‌ ପ୍ରଦୂଷିତ ଗରିବ ରାଷ୍ଟ୍ର ।
ଏ ନେଇ ଅକ୍ସଫାମ ପକ୍ଷରୁ ହୋଇଥିବା ଗବେଷଣା ହଙ୍ଗର ଇନ୍‌ ଏ ହିଟିଂ ୱାର୍ଲï ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟ ଅନୁସାରେ, ପ୍ରାକୃତିକ ବିପର୍ଯ୍ୟୟ ଓ ବିକାଶଶୀଳ ଦେଶଗୁଡିକର ସହାୟତା କାଟ ଯୋଗୁ ଗତ ୬ ବର୍ଷରେ ୧୦ଟି ଦେଶରେ ୧୨୩ ପ୍ରତିଶତ ଖଦ୍ୟାଭାବ(ଭୋକିଲାଙ୍କ ସଂଖ୍ୟା) ଦେଖାଦେଇଛି ।
ଏହି ଦେଶଗୁଡ଼ିକ ମଧ୍ୟରେ ସୋମାଲିଆ, ହାଇତି, ଜିବୁତି, କେନିଆ, ନାଇଜେରିଆ, ଆଫଗାନିସ୍ତାନ,ଗ୍ୱାଆଟେମାଲା, ମାଡାଗାସ୍କା, ବୁର୍କିନା ଫାସୋ ଏବଂ ଜିମ୍ବାେୱ ରହିଛି । ଏହି ଦେଶଗୁଡ଼ିକ ଗତ ଦୁଇ ଦଶନ୍ଧୀରେ ପ୍ରକୃତିର ଅତି ଭୟଙ୍କର ରୂପ ଦେଖିଛନ୍ତି ।
ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଅର୍ଥାତ ୱାର୍ଲï ଫୁଡ୍‌ ପ୍ରୋଗ୍ରାମର ଦ୍ୱାରା ସଂକଳିତ ଏକ ହିସାବ ଅନୁସାରେ, ଏହି ଦେଶଗୁଡ଼ିକରେ ୪୮ ମିଲିୟନ ଲୋକେ ଭୟଙ୍କର ଭୋକର ଶିକାର ହୋଇଛନ୍ତି । ଯାହା ୨୦୧୬ରେ ୨୧ ନିୟୁତ ଥିଲା ଓ ୧୮ ନିୟୁତ ଭୋକରେ ପ୍ରାଣ ହରାଇବା ସ୍ଥିତିରେ ଥିଲେ ।
ପାଣିପାଗରେ ପରିବର୍ତ୍ତନ ସମସ୍ୟା ଯୋଗୁ ଜୀବନ ଓ ଜୀବୀକା ବଞ୍ଚାଇବାରେ ସମସ୍ୟାକୁ ନେଇ ତୀବ୍ର ଭୋକର ଅର୍ଥ ର୍ନିଦ୍ଧାରଣ କରାଯାଇଛି । ଏହି ଦେଶଗୁଡ଼ି ପୂର୍ବରୁ ହିଁ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଆସୁଛନ୍ତି ବୋଲି ଅକ୍ସଫାମ ଆମେରିକାର ବରିଷ୍ଠ ମାନବିକତା ନୀତି ଉପଦେଷ୍ଟା ଲିଆ ଲିଣ୍ଡସେ ଏଫ¬ି ମିଡିଆକୁ କହିଛନ୍ତି । ତେବେ କୋଭିଡ୍‌ ଯୋଗୁ ବିବାଦ ଓ ଅର୍ଥନୀତି ପ୍ରଗତିରେ ବାଧା ସୃଷ୍ଟି ହେବା ବୈଶ୍ୱିକ ଭୋକର ମୁଖ୍ୟ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ଭୟଙ୍କର ନୂଆ ପ୍ରାକୃତିକ ବିପଦ କମ ଆୟ ଥିବା ଦେଶର ବିଶେଷ କରି ଗରିବ ଲୋକମାନଙ୍କର ରୋଜଗାର ଛଡାଇ ନେଇଛି ।
ଉଦାହରଣ ସ୍ୱରୁପ ସୋମାଲିଆ । ଏଠାରେ ଭୟଙ୍କର ମରୁଡ଼ି ପଡ଼ିଥିବାର ଅନେକ ଲୋକ ଘର ଛାଡ଼ି ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ପାଖାପାଖି ଏକ ନିୟୁତ ଲୋକ ଘର ଛାଡ଼ିଥିବା ଜଣାଯାଇଛି । ତା ଛଡ଼ା ଅତ୍ୟଧିକ ଗରମ ଓ ବନ୍ୟା ମଧ୍ୟ ଭଳି ଦୁର୍ବିପାକ ମଧ୍ୟ ଖାଦ୍ୟସଂକଟ ସୃଷ୍ଟି କରିଛି । ଉଦାହରଣରେ ପାକିସ୍ତାନକୁ ନିଆଯାଇପାରେ । ପାକିସ୍ତାନରେ ଆସିଥିବା ଭୟଙ୍କର ବନ୍ୟାରେ ଏଠାରେ ଲୋକମାନଙ୍କର ପସଲ ଉଜାଡ଼ି ଦେବା ସହ ପାକିସ୍ତାନର ଅର୍ଥନୀତିକୁ ଦୁର୍ବଳ କରିଦେଇଛି ।
ଗ୍ୱାଟେମାଲାରେ ବି ସ୍ଥିତି ସଂଗୀନ ରହିଛି । ପାଣିପାଗ ସମସ୍ୟା ଯୋଗୁ ଏଠାରେ ୮୦ ପ୍ରତିଶତ ମକା ଚାଷ ନଷ୍ଟ ହୋଇଛି । ଏହା ବାଦ ଏହି ଦେଶରେ କଫି ଫସଲ ନଷ୍ଟ ହେବା ଯୋଗୁ ଲୋକ ଅଧିକ କ୍ଷତି ସହିଛନ୍ତି । ଫଳରେ ସେମାନେ ଦେଶ ଛାଡ଼ି ଆମେରିକା ପଳାଇଯିବାକୁ ପସନ୍ଦ କରଛନ୍ତି ।
ତେବେ ପରିବେଶ ସମସ୍ୟା ଯୋଗୁ ବିଶ୍ୱରେ ଖାଦ୍ୟ ଗମ୍ଭୀର ସଂକଟ ଉପୁଜୁଛି । ଏହା ବିଶ୍ୱ ଅସମାନତାର ପ୍ରମୁଖ କାରଣ ବୋଲି ଅକ୍ସଫାମ କହିଛି । କଳକାରଖାନା ଓ ଅନ୍ୟାନ୍ୟା ପ୍ରଦୂଷଣ ପାଇଁ ଯେଉଁ ଦେଶଗୁଡ଼ିକ ଅଧିକ ଦାୟୀ ନୁହଁନ୍ତି ସେମାନେ କି;ୁ ପ୍ରକୃତିର ଅଧିକ ତାଡ଼ନା ସହୁଛନ୍ତି ବୋଲି ଗବେଷଣାରେ କୁହାଯାଇଛି ।
ପ୍ରଦୂଷିତ ଶିଳ୍ପବିକଶିତ ରାଷ୍ଟ୍ର ଯଥା ଜି-୨୦ ଦେଶଗୁଡ଼ିକ ବିଶ୍ୱର ମୋଟ କାର୍ବନ ନିର୍ଗତରୁ ତିନି-ତୃତୀୟଂଶରୁ ବି ଅଧିକ କାର୍ବନ ନିର୍ଗତ କରୁଛନ୍ତି । ତେବେ ପ୍ରାକୃତିକ ଦୁର୍ବିପାକ ସହୁଥିବା ୧୦ଟି ଦେଶ ବିଶ୍ୱ ଅଙ୍ଗାରକାମ୍ଳ ନିର୍ଗମନର ମାତ୍ର ୦.୧୩ ପ୍ରତିଶତ ଯୋଗଦାନ ରହିଛି । ତେଣୁ ପ୍ରଦୂଷିତ ରାଷ୍ଟ୍ରଗୁଡ଼ିକରେ ନେତାମାନେ ଅଙ୍ଗାରକାମ୍ଳନ ନିର୍ଗମନରେ କାଟ କରିବା ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଅକ୍ସଫାମ ଇଣ୍ଟରନ୍ୟାସ୍ନାଲ ଏକ୍ସିକ୍ୟୁଟିଭ୍‌ ଡାଇରେକଫର ଗାବ୍ରିଏଲା ବୁଚର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦୨୩ ସୁଦ୍ଧା ଭାରତରେ ଚାଲିବ ଉଦଯାନ ଚାଳିତ ଟ୍ରେନ

୨୦୨୩ ସୁଦ୍ଧା ଭାରତରେ ଚାଲିବ ଉଦଯାନ ଚାଳିତ ଟ୍ରେନ

Read More...

ଚିତ୍ତାକର୍ଷକ ଏୟାର ଶୋ

ଚିତ୍ତାକର୍ଷକ ଏୟାର ଶୋ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page