ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା

September 23, 2022, ଶିଳ୍ପ ବାଣିଜ୍ୟ, , Anupambharat News Bureau


 ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା
Anupambharat News Bureau
September 23, 2022


ମୁମ୍ବାଇ:ଭାରତୀୟ ସେୟାର ବଜାରକୁ ନେଇ ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା । ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡରଲ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି କରାଯିବା ପରେ ଭାରତୀୟ ବଜାର ପୁଣି ଥରେ ନିବେଶକଙ୍କ ଭରଷା ହରାଇବ ବୋଲି ଆଶା କରାଯାଉଥିଲା । ଶୁକ୍ରବାର ଏହି ସ୍ଥିତି ଦେଖିବାକୁ ମିଳିଥିଲା । ସପ୍ତାହର ଶେଷ କାରବାର ଦିନରେ ଭାରତୀୟ ସେୟାର ବଜାରରେ ବଡ଼ ଧରଣର ବିକ୍ରି ଦେଖିବାକୁ ମିଳିଥିଲା । ଏହି କାରଣରୁ ନିବେଶକଙ୍କୁ ୫ ଲକ୍ଷ କୋଟି ଟଙ୍କାରୁ ଅଧିକର କ୍ଷତି ହୋଇଛ ।
ଶୁକ୍ରବାର ସେନସେକ୍ସ ୧୦୨୦.୮୦ ଅଙ୍କ ଅର୍ଥାତ ୧.୭୩ ପ୍ରତିଶତ ହ ୍ରାସ ସହ ୫୮,୦୯୮.୯୨ ଅଙ୍କର ବନ୍ଦ ହୋଇଛି । କାରବାର ସମୟରେ ଏହା ୧,୧୩୭୭.୭୭ ଅଙ୍କ ତଳକୁ ଖସି ଆସିଥିଲା । ଗୋଟିଏ ସମୟରେ ଏହା ୫୮ ହଜାର ଅଙ୍କରୁ ମଧ୍ୟ ତଳକୁ ଖସି ଆସିଥିଲା । ଏହିପରି ନ୍ୟାସନାଲ ଷ୍ଟକ୍‌ ଏକ୍ସେ‘ଞ୍ଜ ନିଫଫୀ ମଧ୍ୟ ୩୦୨.୪୫ ଅଙ୍କ ଅର୍ଥାତ ୧.୭୨ ପ୍ରତିଶତ ହ ୍ରାସ ସହ ୧୭,୨୨୭.୩୫ ଅଙ୍କରେ ବନ୍ଦ ହୋଇଥିଲା ।
ବିଏସଇ ମାର୍କେଟ କ୍ୟାପିଟାଲରେ ଆଜିର ଦିନରେ ନିବେଶକଙ୍କ ୫ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି । ଅନ୍ୟପଟେ କାରବାର ଶେଷରେ ବଜାର ପୁଞ୍ଜି ୨,୭୬,୬୪,୫୬୬.୭୯ କୋଟି ଟଙ୍କା ରହିଥିଲା । ଗୋଟିଏ ଦିନ ପୂର୍ବେ ଏହା ୨,୮୧,୧୭,୬୫୭.୫୭ କୋଟି ଟଙ୍କା ଥିଲା ।ସେୟାର ବଜାରରେ ହ ୍ରାସ ପଛରେ ଅନେକ କାରଣ ରହିଛି । ତେବେ ସବୁଠୁ କାରଣ ହେଉଛି ଆମେରିକା ଫେଡ୍‌ ରିଜର୍ଭ ବ୍ୟଙ୍କର ସୁଧ ହାର ବୃଦ୍ଧି । ୟୁଏସ ଫେଡ୍‌ ରିଜର୍ଭ ସୁଧ ହାରରେ ୭୫ ବେସିସି ପଏଣ୍ଟର ବୃଦ୍ଧି କରିଥିଲା । ଏହି ବୃଦ୍ଧି ପରେ ସୁଏସର ୧୦ ବର୍ଷୀୟ ବଣ୍ଡ ୟିଲïରେ ବୃଦ୍ଧି ହୋଇଛି । ଅନ୍ୟପଟେ ଡଲାର ମଜଭୁତ ହୋଇଛି । ଏହି କାରଣରୁ ବିଦେଶୀ ନିବେଶକ ଭାରତୀୟ ବଜାରରୁ ଟଙ୍କା ବାହାର କରି ଭୟ ଆୟ ଦେବାକୁ ଥିବା ବଜାରରେ ନିବେଶ କରିବାକୁ ବିଚାର କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଅନ୍ୟପଟେ ସୁଧ ହାରରେ ବୃଦ୍ଧି ଯୋଗୁଁ ନିବେଶକଙ୍କ ମଧ୍ୟରେ ମନ୍ଦାବସ୍ଥାର ଭୟ ରହିଛି ଛ ଏହି କାରଣରୁ ଅନେକ ଘରୋଇ ନିବେଶକ ନିଜ ସେୟାର ସଠିକ ସମୟରେ ବିକ୍ରି କରୁଛନ୍ତି । ଏହା ପୂର୍ବରୁ ଆସନ୍ତା ସପ୍ତାହରେ ରିଜର୍ଭବ୍ୟାଙ୍କ ଦ୍ୱାରା ପୁଣି ଥରେ ସୁଧ ହାର ବଢାଇବା ନେଇ ଅନୁମାନ କରାଯାଉଛି । ଏହି ସ୍ଥିତି ନିବେଶକଙ୍କ ଚିନ୍ତା ବଢ଼ାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅଧିକ ହେଉଛି ପରିବହନ ଖର୍ଚ୍ଚ : ଋଷରୁ ଆଉ ତେଲ କିଣିବନି ଭାରତ !

ଅଧିକ ହେଉଛି ପରିବହନ ଖର୍ଚ୍ଚ : ଋଷରୁ ଆଉ ତେଲ କିଣିବନି ଭାରତ !

Read More...

ଡଙ୍ଗାବୁଡ଼ି ୭୩ ମୃତ

ଡଙ୍ଗାବୁଡ଼ି ୭୩ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page