ସୋନିଆଙ୍କୁ ସାକ୍ଷାତ କଲେ ନୀତିଶ ଓ ଲାଲୁ

September 25, 2022, ଦେଶ, , Anupambharat News Bureau


ସୋନିଆଙ୍କୁ ସାକ୍ଷାତ କଲେ ନୀତିଶ ଓ ଲାଲୁ
Anupambharat News Bureau
September 25, 2022


ନୂଆଦିଲ୍ଲୀ,୨୫ା୯:ଭାରତରେ ଚଳିତ ଦିନରେ ଶାସନ କରୁଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ହଟାଇବା ପାଇଁ ଦେଶର ସମସ୍ତ ବିରୋଧୀ ଦଳ ଏକତ୍ରିତ ହେବାରେ ଲାଗିଛନ୍ତି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ମୋଦିଙ୍କୁ ହଟାଇବା ପାଇଁ ସମସ୍ତ ଦଳର ସୁଦୃଢ଼ ଏକତାକୁ ନେଇ ବିଭିନ୍ନ ବୈଠକ ହେଉଛି । ଯଦିଓ ବିଗତ ଦିନରେ କୌଣସି ନେତା ଅନ୍ୟ ନେତାମାନଙ୍କର ବିରୋଧୀ କିମ୍ବା ଶତ୍ରୁ ଥିଲେ ବର୍ତ୍ତମାନ ସ୍ଥିତିରେ ମୋଦିଙ୍କୁ ହଟାଇବା ପାଇଁ ସମସ୍ତ ଦଳ ଏକତ୍ରିତ ହେବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବହୁ ସଂସ୍କାର ଆଣିବା ନାମରେ ଯେଉଁ ଏକଛତ୍ର ଶାସନ ଚଳାଇଛନ୍ତି ଏବଂ ଦରଦାମ ବୃଦ୍ଧି କରି ଭଲ ଶାସନ କରୁଥିବା ପ୍ରଚାର ପ୍ରସାର ଘଟାଉଛନ୍ତି । ଏହାକୁ ଟାର୍ଗେଟ କରି କଂଗ୍ରେସ ଓ ଅନ୍ୟ ଆଞ୍ଚଳିକ ଦଳମାନେ ମଧ୍ୟ ଯୋଜନା ପ୍ରସ୍ତìତ କରୁଛନ୍ତି । ନିକଟରେ ମହାଗଠବନ୍ଧନର ଯୋଜନା ଚାଲିଥିବା ବେଳେ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ସମୟରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ବିରୋଧୀଙ୍କୁ ଏକଜୁଟ୍‌ କରିବା ରଣନୀତି ଉପରେ ଆଲୋଚନା ହୋଇଛି । ଉଲ୍ଲେଖଯୋଗ୍ୟ, ଆରଜେଡି ମୁଖ୍ୟ ଲାଲୁ ଯାଦବ ଶନିବାର ଦିଲ୍ଲୀରେ ପହଞ୍ଚିଥିଲେ, ଅନ୍ୟପଟେ ନୀତୀଶ କୁମାର ରବିବାର ହରିୟାଣାରେ ଏକ ରାଲିରେ ସାମିଲ ହେବା ପରେ ଦିଲ୍ଲୀରେ ପହଞ୍ଚିଥିଲେ ଛକଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ମିଳିତ ପ୍ରେସମିଟ୍‌ କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ମୁଖ୍ୟ କହିଛନ୍ତି,’ଆମେ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଛୁ, ଦେଶରେ ଅନେକ ଦଳକୁ ଏକାଠି କରିବା ଏବଂ ମିଳିମିଶି ପ୍ରଗତି ପାଇଁ କାମ କରିବା ଉପରେ କଥା ହୋଇଛୁ । କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ଅଛି ତେଣୁ ଏହା ପରେ ଏହା ଆଗକୁ ବଢିବ’ା ବିରୋଧୀଙ୍କ ଏକତାକୁ ମଜଭୁତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ଆବାସରେ ଏହି ବୈଠକରୁ ଗୁରୁତ୍ୱପୂର୍ଣ୍ଣ ଧରାଯାଉଛି । କଂଗ୍ରେସ ଏବଂ ଆଞ୍ଚଳିକ ଦଳ ମଧ୍ୟରେ ମତଭେଦ ଦୂର କରିବା ପ୍ରୟାସ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜସ୍ଥାନ ରାଜନୀତିରେ ହଟଚମଟ : ଗେହଲଟ ଓ ପାଇଲଟ୍‌ ଗୋଷ୍ଠୀ ମଧ୍ୟରେ ଟଣାଓଟରା

ରାଜସ୍ଥାନ ରାଜନୀତିରେ ହଟଚମଟ : ଗେହଲଟ ଓ ପାଇଲଟ୍‌ ଗୋଷ୍ଠୀ ମଧ୍ୟରେ ଟଣାଓଟରା

Read More...

ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ନୂଆ ଟ୍ରେନ : ଧର୍ମେନ୍ଦ୍ର

ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ନୂଆ ଟ୍ରେନ : ଧର୍ମେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page