ଜୟଲଳିତାଙ୍କ ମୃତୁ୍ୟ ପଛରେ ଶଶିକଳାଙ୍କ ହାତ!

October 18, 2022, ଦେଶ, , Anupambharat News Bureau


ଜୟଲଳିତାଙ୍କ ମୃତୁ୍ୟ ପଛରେ  ଶଶିକଳାଙ୍କ ହାତ!
Anupambharat News Bureau
October 18, 2022


ଚେନ୍ନାଇ,୧୮ା୧୦:ଦକ୍ଷିଣ ଭାରତର ଜଣେ ଆକର୍ଷଣୀୟ ଅସାଧାରଣ ରାଜନୈତିକ ନେତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ସ୍ୱର୍ଗତା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ଘଟଣାର ତଦନ୍ତ କରୁଥିବା କମିଟି । ଏଥିପାଇଁ ଶଶିକଳା ଓ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିରୋଧରେ ପୋଲିସ୍‌ ତଦନ୍ତ କରିବାକୁ କମିଟି ପକ୍ଷରୁ ସୁପାରିସ କରାଯାଇଛି ।
ଜଷ୍ଟିସ ଏ ଅରୁମୁଗା ସ୍ୱାମୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଙ୍କ ରିପୋର୍ଟରେ କହିଛନ୍ତି, ଯାଞ୍ଚରୁ ସଙ୍କେତ ମିଳିଛି ଯେ ଯେଉଁ କାରଣ ପାଇଁ ଜୟଲଳିତାଙ୍କ ମୃତୁ୍ୟ ହୋଇଛି, ତା’ ପଛରେ ଶଶିକଳାଙ୍କ ହାତ ରହିଛି । ତେଣୁ କମିଟି ଘଟଣାର ତଦନ୍ତ ପାଇଁ ସୁପାରିସ କରିଛି । ମଙ୍ଗଳବାର ତାମିଲନାଡୁର କ୍ଷମତାସୀନ ଡିଏମକେ ସରକାର ବିଧାନସଭାରେ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏଥିରେ କୁହାଯାଇଛି, ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସି ବିଜୟ ଭାସ୍କର, ତତ୍କାଳୀନ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ ଓ ମେଡିକାଲ ଡାକ୍ତର କେଏସ ଶିବକୁମାରଙ୍କ ଭୂମିକାରେ ତ୍ରୁଟି ଥିବା ଜଣାପଡ଼ିଛି । ତତ୍କାଳୀନ ମୁଖ୍ୟ ଶାସନ ସଚିବ ରାମା ମୋହନ ରାଓ ଓ ଜୟଲଳିତାଙ୍କ ଚିକିତ୍ସା ଦ୍ୱାୟିତ୍ୱରେ ଥିବା ଡାକ୍ତରମାନଙ୍କ ବିରୋଧରେ ମଧ୍ୟ ତଦନ୍ତ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ନିମନ୍ତ୍ରଣକ୍ରମେ ଆମେରିକା ଓ ବ୍ରିଟେନରୁ ଅଭିଜ୍ଞ ଡାକ୍ତରମାନେ ଆପୋଲୋ ହସ୍ପିଟାଲକୁ ଆସିଥିଲେ । ସେମାନେ ଜୟଲଳିତାଙ୍କ ଆଞ୍ଜିଓପ୍ଲାଷ୍ଟୀ କରିବାକୁ କହିଥିଲେ । କି;ୁ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟୀ କରାଯାଇ ନଥିଲା । ଯାଞ୍ଚରୁ ଜଣାପଡ଼ୁଛି ଅଭିଜ୍ଞ ଡାକ୍ତରମାନଙ୍କ ପରାମର୍ଶକ୍ରମକୁ ହସ୍ପିଟାଲ କର୍ତ୍ତୃପକ୍ଷ ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟକାରୀ କରି ନାହାନ୍ତି । ଆପୋଲୋ ଅଧ୍ୟକ୍ଷ ଡାକ୍ତର ପ୍ରତାପ ରେzୀ ୨୦୧୬ରେ ଜୟଲଳିତାଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅଦୃଶ୍ୟ ଶକ୍ତିର ଚାପରେ ମିଥ୍ୟା ବିବୃତି ଜାରି କରିଥିଲେ । ତେଣୁ ଏହାର ତଦନ୍ତ ନିହାତି ଆବଶ୍ୟକ ବୋଲି କମିଶନ ସୁପାରିସ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପୋଲିସର ଦଲାଲ ମୁକ୍ତ ଅଭିଯାନ : ରୋଗୀ ବେଶରେ  ଯାଇ ଛ’ଙ୍କୁ ଧରିଲେ

ପୋଲିସର ଦଲାଲ ମୁକ୍ତ ଅଭିଯାନ : ରୋଗୀ ବେଶରେ ଯାଇ ଛ’ଙ୍କୁ ଧରିଲେ

Read More...

ଅର୍ଚ୍ଚନା ମାମଲାର ଏସଆଇଟି ତଦନ୍ତ ହେଉ : ତାରା

ଅର୍ଚ୍ଚନା ମାମଲାର ଏସଆଇଟି ତଦନ୍ତ ହେଉ : ତାରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page