୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ, ଜଣେ ଗିରଫ

October 20, 2022, ଓଡ଼ିଶା, , Anupambharat News Bureau


୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ,  ଜଣେ ଗିରଫ
Anupambharat News Bureau
October 20, 2022


ଆସିକା, ୨୦ା୧୦(ଅନୁପମ ମିଡ଼ିଆ): ବେଆଇନ ବାଣ ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରିବା ଏବଂ ଗାଡ଼ିରେ ଚାଲାଣ ହେଉଥିବା ବହୁ ପରିମାଣର ବାଣକୁ ପୋଲିସ ଜବତ କରିଛି । ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ବଜାର ଓ ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ବାଣ ଗଚ୍ଛିତ ରଖାଯାଇଥିବା ସ୍ଥାନରେ ଚଢ଼ାଉ କରିଛି ପୋଲିସ ।
ଆସିକା ପୋଲିସ ଏକ ପିକଅପ ଭେନରେ ଚୋରା ଚାଲାଣ ହେଉଥିବା ଗାଡି ନଂ ଓଆର୍‌ ୦୫ ଅଉ ୨୪୧୮କୁ ଜବତ କରିବା ସହ ବାଣ ଏବଂ ଅନ୍ୟ ସ୍ଥାନରୁ ୪୫ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାରର ବାଣ ଜବତ କରିଛି । ଏପରିକି କଟକର ତିଗିରିଆ ଅଞ୍ଚଳର ହୃଦାନନ୍ଦ ନାୟକଙ୍କୁ ପୋଲିସ ଗିରଫ କରିଛି । ଆସିକା ତହସିଲଦାର ସଞ୍ଜୟ ସାମନ୍ତରାୟଙ୍କ ଉପସ୍ଥିତରେ ବାଣ ଜବତ କରାଯାଇଛି । ଏନେଇ ଆସିକା ଥାନାରେ ଚାରୋଟି ମାମଲା ରୁଜୁ ହୋଇଛି । ଜବତ ବେଳେ ଚମ୍ପଟ ମାରିଥିବା ଅସାମୀଙ୍କୁ ଖୁବଶିଘ୍ର ଧରାଯିବ । ଅଞ୍ଚଳରେ କାହାରି ପାଖରେ ବାଣ ତିଆରି କିମ୍ବା ବିକ୍ରୀ ପାଇଁ ଲାଇସେନ୍ସ ନଥିବା ହେତୁ ଯେଉଁ ଯେଉଁ ସ୍ଥାନରେ ଗଚ୍ଛିତ ଥିବା ଏବଂ ବିକ୍ରି କରିବା ପୋଲିସର ନଜରକୁ ଆସିଲେ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି । ଗୁରୁବାର ଏହି ଚଢ଼ାଉରେ ଜବତ ବାଣର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟାପୁଛି ଆଉ ଏକ ନୂଆ ଭାରିଆଣ୍ଟ

ବ୍ୟାପୁଛି ଆଉ ଏକ ନୂଆ ଭାରିଆଣ୍ଟ

Read More...

କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା

କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page