ଭିଜିଲାନ୍ସ ଜାଲରେ ଥାନାଧିକାରୀ

May 27, 2019, ଓଡ଼ିଶା, , Anupambharat News Bureau


 ଭିଜିଲାନ୍ସ ଜାଲରେ ଥାନାଧିକାରୀ
Anupambharat News Bureau
May 27, 2019

ଗୋପ,୨୭ା୫ (ଅନୁପମ ମିଡିଆ): ଗୋପ ଥାନାଧିକାରୀ ସୌମ୍ୟଚିତ ମିଶ୍ରଙ୍କୁ ଆଜି ଭୂବନେଶ୍ୱର ଭିଜିଲାନ୍ସ ଟିମ୍‌ ଲାଂଚ ନେବା ଅଭିଯୋଗରେ ଗିରଫ କରିଛି । ସୂଚନାନୁଯାୟୀ ନୂଆଖୋଲମାରା ପଂଚାୟତର ଓଡତଣ୍ଡା ଗ୍ରାମର ଶିବ ପ୍ରସାଦ ଜେନାଙ୍କ ଠାରୁ ତିନି ହଜାର ଟଂକା ଉକୋିଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏକ ବରଯାତ୍ରୀ ଗଣ୍ଡଗୋଳକୁ ନେଇ ଉକ୍ତ ଗ୍ରାମର ଅକ୍ଷୟ ଜେନା ଗୋପ ଥାନାରେ ଏତଲା ଦେଇଥିଲେ । ମାତ୍ର ଥାନାଧିକାରୀ ଏତଲାକୁ ଗ୍ରହଣ ନକରିବାରୁ ସେ ତାଙ୍କୁ ଲାଂଚ ଦାବୀ କରାଯାଇଥିଲା ବୋଲିିଅଭିଯୋଗକାରୀ କହିଛନ୍ତି ।
ପରେ ଅଭିଯୋଗକାରୀଙ୍କ ସାନ ଭାଇ ଶିବ ପ୍ରସାଦ ଜେନା ଭୂବନେଶ୍ୱର ଡିଏସପି ଅକ୍ଷୟ କୁମାର ମିଶ୍ରଙ୍କ ସହିତ ଯେ ।ଗାଯୋଗ କରିବା ସହିତ ଥାନାଧିକାରୀଙ୍କୁ ଫସାଇବା ନିମନ୍ତେ ଜାଲ ବସାଇଥିଲେ । ଯୋଜନାନୁଯାୟୀ ରାସାୟନିକ ପ୍ରଲେପ ଥିବା ତିନି ହଜାର ଟଂକାକୁ ସେ ଥାନାଧିକାରୀଙ୍କୁ ଦେଇଥିଲେ ମାତ୍ର ଥାନାଧିକାରୀ ଏହାକୁ ଗ୍ରହଣ କରିନଥିଲେ । ସେ ତାଙ୍କ ଟେବୁଲ୍‌ ଉପରେ ତୁରନ୍ତ ଉକ୍ତ ଟଂକାକୁ ରଖିଦେଇ ବାହାରକୁ ଚାଲି ଆସିବା ପରେ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଥାନାଧିକାରୀଙ୍କୁ ଧରିନେଇଥିଲେ । ମାତ୍ର ହାତ ଧୋଇବା ପରେ ତାଙ୍କ ହାତରୁ କୌଣସି ପ୍ରକାର ପ୍ରମାଣ ମିଳିନଥିଲା । ପରେ ଭିଜିଲାନ୍ସ ଟିମ୍‌ ଥାନାଧିକାରୀ ଙ୍କୁ ଅଧିକ ପଚରାଉଚରା କରିବା ଉଦ୍ଦେଶ୍ୟରେ ଭୂବନେଶ୍ୱର ନେଇଯିବା ସହିତ ଗୋପ ଥାନାର ଅନେକ ଗୁରୁତ୍ୱପୂର୍ଣ ରେକର୍ଡ ଜବତ ମଧ୍ୟ କରିଥିଲେ । ଗୋପ ଥାନାଧିକାରୀ ଜଣେ ଦକ୍ଷ ଅଧିକାରୀ ଥିଲେ ତାଙ୍କୁ ଫସାଇବା ନିମନ୍ତେ ଷଡଯନ୍ତ୍ର କରାଯାଇଛି ବୋଲି ନିଜ ନାମ ଗୋପନ ରଖି ଜଣେ ଥାନା କର୍ମଚାରୀ କହିବା ସହିତ ଆମ ପୋଲିସର ସଭ୍ୟ ସୁକାନ୍ତ କୁମାର ମହାନ୍ତି,ଅଶ୍ୱିନୀ ପଟ୍ଟନାୟକ ମଧ୍ୟ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ କରିଛନ୍ତି । ଥାନାଧିକାରୀଙ୍କୁ ଷଡଯନ୍ତ୍ର କରି ଫସାଯାଇଛି ଏବଂ ଏହା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଏହିିଦୁଇ ସଭ୍ୟ ମାନେ ଅଭିଯୋଗ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ

ନାବାଳିକାକୁ ଦୁଷ୍କର୍ମ ,ଜଣେ ଗିରଫ

Read More...

୩୦ରେ ଶପଥ ନେବେ ମୋଦ

୩୦ରେ ଶପଥ ନେବେ ମୋଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page